Advertisment

ଦୁର୍ଘଟଣାରେ ଆହତ ହେଲେ ଅଭିନେତ୍ରୀ ତନୁଶ୍ରୀ

ମୁମ୍ବାଇ: ଦୁର୍ଘଟଣାର ସମ୍ମୁଖୀନ ହେଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ର ବ୍ରେକ୍‌ ଫେଲ୍‌ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି। ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମହାକାଲଙ୍କ ଦର୍ଶକ ପାଇଁ ଯିବା ସମୟରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତନୁଶ୍ରୀ ଇନଷ୍ଟାଗ୍ରାମରେ ମନ୍ଦିର ଦର୍ଶନ ବେଳର ଫଟୋ ଶେୟାର କରି ଦୁର୍ଘଟଣାର କାରଣ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ସେ […]

ଅଦ୍ୟତନ ହୋଇଛି
ଦୁର୍ଘଟଣାରେ ଆହତ ହେଲେ ଅଭିନେତ୍ରୀ ତନୁଶ୍ରୀ

Tanushree

Advertisment

ମୁମ୍ବାଇ: ଦୁର୍ଘଟଣାର ସମ୍ମୁଖୀନ ହେଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ର ବ୍ରେକ୍‌ ଫେଲ୍‌ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି।

Advertisment

ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମହାକାଲଙ୍କ ଦର୍ଶକ ପାଇଁ ଯିବା ସମୟରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତନୁଶ୍ରୀ ଇନଷ୍ଟାଗ୍ରାମରେ ମନ୍ଦିର ଦର୍ଶନ ବେଳର ଫଟୋ ଶେୟାର କରି ଦୁର୍ଘଟଣାର କାରଣ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗାଡିର ବ୍ରେକ୍ ଫେଲ୍ ହେବା ଯୋଗୁଁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି।

ଏହି ଦୁର୍ଘଟଣାରେ ଅଭିନେତ୍ରୀ ଗୋଡରେ ଆଘାତ ଲାଗିଛି। ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି। ସେ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, 'ଆଜିର ଦିନଟି ମୋ ପାଇଁ ବେଶ୍‌ ଆଡଭେଞ୍ଚର ଥିଲା। କିନ୍ତୁ ଶେଷରେ ମହାକାଳଙ୍କ ଦର୍ଶନ ମିଳିଲା। କିନ୍ତୁ ମନ୍ଦିର ଆସିବା ବାଟରେ ଦୁର୍ଘଟଣା ଘଟିଥିଲା।' ତନୁଶ୍ରୀଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ, ନିଜ ସୌନ୍ଦର୍ଯ୍ୟ ପାଇଁ ଦିନେ ବଲିଉଡ୍‌ରେ ଛାଇଯାଇଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଏବେ ବଲିଉଡ୍‌ ଠାରୁ ଦୂରେଇ ଯାଇଛନ୍ତି । କିନ୍ତୁ ସେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ଅଛନ୍ତି। ପ୍ରାୟତଃ ସେ ନିଜର ଫଟୋ ଆଉ ଭିଡିଓ ଶେଆର କରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe