Advertisment

ପରଲୋକରେ ବର୍ଷୀଆନ୍ ଅଭିନେତ୍ରୀ ବେଲା ବୋଷ

ତାଙ୍କ ଦେହାନ୍ତ ଖବରକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

Actress Bela Bose

Actress Bela Bose

Advertisment

ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର। ଆଖି ବୁଜିଲେ ବର୍ଷୀଆନ୍ ଅଭିନେତ୍ରୀ ବେଲା ବୋଷ। ୭୯ ବର୍ଷ ବୟସରେ ଲୋକପ୍ରିୟ ଅଭିନେତ୍ରୀ ତଥା ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ବୋଲା ବୋଷଙ୍କ ଦେହାନ୍ତ ହୋଇଛି। ଗତକାଲି ସେ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ଖବରକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି। 

Advertisment

୧୯୫୦ ରୁ ୧୯୮୦ ଦଶକ ମଧ୍ୟରେ ବେଲା ୨୦୦ରୁ ଅଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ସେ ‘ଶିକାର’, ‘ଜିନେ କି ରାହ’, ଓ ‘ଜୟ ସନ୍ତୋଷୀ ମା’ ଭଳି ବ୍ଲକବଷ୍ଟର ଫିଲ୍ମରେ କାମ କରି ନିଜ ପ୍ରତିଭାଶାଳୀ ଅଭିନୟ ବଳରେ ସମସ୍ତଙ୍କ ହୃଦୟ ଏକ ସ୍ୱତନ୍ତ ସ୍ଥାନ ତିଆରି କରିଥିଲେ। 

ଅଭିନେତ୍ରୀ ବେଲା ମଲ୍ଟି ଟାଲେଣ୍ଟେଡ ଥିଲେ। ଅଭିନୟ ଠାରୁ ଅଧିକ ଡ୍ୟାନ୍ସ ପାଇଁ ସେ ବେଶ୍ ପରିଚିତ ଥିଲେ। ମଣିପୁରୀ କ୍ଲାସିକ୍ ଡ୍ୟାନ୍ସ ଫର୍ମରେ ସେ ମହାରଥ ହାସଲ କରିଥିଲେ। ୨୧ ବର୍ଷ ବୟସରେ ବେଲା ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କ ପ୍ରଥମ ଫିଲ୍ମ ‘ସୌତେଲା ଭାଇ’। ଏଥିରେ ସେ ଅଭିନେତା ଗୁରୁ ଦତ୍ତଙ୍କ ସହ ସ୍କ୍ରିନ୍ ଶେଆର୍ କରିଥିଲେ।  ଫିଲ୍ମଟି ୧୯୬୨ରେ ରିଲିଜ ହୋଇଥିଲା।   

Advertisment

ଏହା ପୂର୍ବରୁ ଫିଲ୍ମ ‘ମେଁ ନଶେ ମେ ହୁଁ’ରେ ବେଲା ବୋଷଙ୍କୁ ଡ୍ୟାନ୍ସ କରିବାର ସୁଯୋଗ ଦେଇଥିଲେ ବଲିଉଡର ଶୋ’ ମ୍ୟାନ୍ ରାଜ କପୁର। ୧୯୫୯ ମସିହାରେ ପରଦାକୁ ଆସିଥିବା ଏହି ଫିଲ୍ମ ବେଲାଙ୍କ କ୍ୟାରିୟରର ଥିଲା ବଡ଼ ବ୍ରେକ୍। 

ବେଲା ଅଭିନୟ ସହ ଡ୍ୟାନ୍ସ ଓ କବିତା ମଧ୍ୟ ଲେଖୁଥିଲେ। ସେ ନିଖୁଣ ଚିତ୍ର ଆଙ୍କିବା ସହ ରାଷ୍ଟ୍ରୀୟସ୍ତରର ସୁଇମର୍ ଥିଲେ। ଫିଲ୍ମ ନିର୍ମାତା ଆଶିଷ କୁମାରଙ୍କୁ ସେ ବିବାହ କରିଥିଲେ। ଦୁହିଁଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି। ବିବାହ ପରେ ବେଲା ଫିଲ୍ମ ଜଗତରୁ ଧୀରେ ଧୀରେ ନିଜକୁ ଦୂରେଇ ଦେଇଥିଲେ। 

Bollywood News Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe