Advertisment

ଲକ୍‌ଡାଉନ୍ ଲଗାଇବାକୁ ଅପିଲ୍‌ କଲେ ଅଭିନେତ୍ରୀ‌

ମୁମ୍ବାଇ: ସରକାରଙ୍କୁ ଅପିଲ କଲେ ବଲିଉଡ ଅଭିନେତ୍ରୀ । ଏକ ଭିଡିଓ ଶେଆର କରି ମହାରାଷ୍ଟ୍ର ସରକାରଙ୍କୁ ଅଭିନେତ୍ରୀ ଗୌହର ଖାନ୍‌ କହିଲେ ଲକଡାଉନ୍‌ ଲଗାଇବାକୁ ଦାବି କରିଛନ୍ତି। ନିକଟରେ ମୁମ୍ବାଇର ଜୁହୁ ବିଚ୍‌ର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଶତାଧିକ ସଂଖ୍ୟାରେ ଲୋକେ ଜୁହୁ ବିଚ୍‌ରେ ଭିଡ ଜମାଇଛନ୍ତି। ଏହି ଭିଡିଓକୁ ଏବେ ଅଭିନେତ୍ରୀ ଗୌହର ଖାନ୍‌ ଟୁଇଟ୍‌ କରିଛନ୍ତି ଏବଂ ସରକାରଙ୍କୁ ଲକ୍‌ଡାଉନ୍‌ ଲଗାଇବା […]

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍ ଲଗାଇବାକୁ ଅପିଲ୍‌ କଲେ ଅଭିନେତ୍ରୀ‌

Gauhar Khan

Advertisment

ମୁମ୍ବାଇ: ସରକାରଙ୍କୁ ଅପିଲ କଲେ ବଲିଉଡ ଅଭିନେତ୍ରୀ । ଏକ ଭିଡିଓ ଶେଆର କରି ମହାରାଷ୍ଟ୍ର ସରକାରଙ୍କୁ ଅଭିନେତ୍ରୀ ଗୌହର ଖାନ୍‌ କହିଲେ ଲକଡାଉନ୍‌ ଲଗାଇବାକୁ ଦାବି କରିଛନ୍ତି।

Advertisment

ନିକଟରେ ମୁମ୍ବାଇର ଜୁହୁ ବିଚ୍‌ର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଶତାଧିକ ସଂଖ୍ୟାରେ ଲୋକେ ଜୁହୁ ବିଚ୍‌ରେ ଭିଡ ଜମାଇଛନ୍ତି। ଏହି ଭିଡିଓକୁ ଏବେ ଅଭିନେତ୍ରୀ ଗୌହର ଖାନ୍‌ ଟୁଇଟ୍‌ କରିଛନ୍ତି ଏବଂ ସରକାରଙ୍କୁ ଲକ୍‌ଡାଉନ୍‌ ଲଗାଇବା ପାଇଁ ଦାବି କରିଛନ୍ତି। ଗୌହର ଏହି ଭିଡିଓକୁ ଶେଆର କରି କ୍ୟାପସନରେ ଲେଖିଛନ୍ତି, ``ଜୁହୁ ବିଚ୍‌ରେ ଲକଡାଉନ୍‌ ଲଗାଯାଇ ପାରିବ କି?''

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ କରୋନାର ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ଏଠାରେ ଲଗାତର ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଦେଶର କରୋନାର ହଟ୍‌ସ୍ପଟ ପାଲଟିଛି ମହାରାଷ୍ଟ୍ର। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ ଓ ସାପ୍ତାହିକ ଲକଡାଉନ ଘୋଷଣା ହୋଇଛି। ସେପଟେ ପୁଣେ ଜିଲ୍ଲାରେ ମଧ୍ୟ ଲକଡାଉନ ଘୋଷଣା ହୋଇଛି। ଏଭଳି ସ୍ଥିତିରେ ମୁମ୍ବାଇର ଜୁହୁ ବିଚ୍‌ରେ ଶତାଧିକ ସଂଖ୍ୟାରେ ଲୋକ ଭିଡ ଜମାଇବା ଚିତ୍ର ସାମ୍ନାକୁ ଆସିବା ପରେ ଚିନ୍ତା ବଢ଼ିଛି। ଏହାକୁ ନେଇ ଅନେକ ଲୋକେ ନିନ୍ଦା କରିଛନ୍ତି।

Advertisment

https://twitter.com/GAUAHAR_KHAN/status/1378724008586215426?s=20

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe