'ଓସ୍କାର' ପ୍ୟାନେଲରେ ସାମିଲ ହେବେ କାଜୋଲ-ସୂର୍ଯ୍ୟା

ମୁମ୍ବାଇ: ଭାରତ ସମେତ ଅନେକ ଦେଶ ପ୍ରତିବର୍ଷ ଏକାଡେମୀ ପୁରସ୍କାର ପାଇଁ ଅପେକ୍ଷା କରି ରହିଥାଏ। ଏହି ଓସ୍କାର ଆୱାର୍ଡ ଉପରେ ସାରା ବିଶ୍ୱର ନଜର ଥାଏ। ଏଭଳି ସ୍ଥିତିରେ ଭରତୀୟ ସିନେମା ଜଗତ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ଏବେ ବଲିଉଡ ଅଭିନେତ୍ରୀ କାଜୋଲ ଓସ୍କାର ପ୍ୟାନେଲରେ ସାମିଲ ହେବେ। ଏଥିପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଛି। ପୂର୍ବରୁ ଏହି ପ୍ୟାନେଲରେ ଆମୀର ଖାନ୍‌, ଅମିତାଭ ବଚ୍ଚନ, ଶାହାରୁଖ ଖାନ୍‌, ବିଦ୍ୟା ବାଲନ ଓ […]

kajol-and-suriya

Madhupriya Mistry
  • Published: Wednesday, 29 June 2022
  • , Updated: 29 June 2022, 04:02 PM IST

ମୁମ୍ବାଇ: ଭାରତ ସମେତ ଅନେକ ଦେଶ ପ୍ରତିବର୍ଷ ଏକାଡେମୀ ପୁରସ୍କାର ପାଇଁ ଅପେକ୍ଷା କରି ରହିଥାଏ। ଏହି ଓସ୍କାର ଆୱାର୍ଡ ଉପରେ ସାରା ବିଶ୍ୱର ନଜର ଥାଏ। ଏଭଳି ସ୍ଥିତିରେ ଭରତୀୟ ସିନେମା ଜଗତ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ଏବେ ବଲିଉଡ ଅଭିନେତ୍ରୀ କାଜୋଲ ଓସ୍କାର ପ୍ୟାନେଲରେ ସାମିଲ ହେବେ। ଏଥିପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଛି। ପୂର୍ବରୁ ଏହି ପ୍ୟାନେଲରେ ଆମୀର ଖାନ୍‌, ଅମିତାଭ ବଚ୍ଚନ, ଶାହାରୁଖ ଖାନ୍‌, ବିଦ୍ୟା ବାଲନ ଓ ସଲମାନ ଖାନ୍‌ ସାମିଲ ହୋଇସାରିଛନ୍ତି।

ଅଭିନେତ୍ରୀ କାଜୋଲଙ୍କୁ ମଙ୍ଗଳବାର ଦ ଏକାଡେମି ଅଫ୍‌ ମୋଶନ ପିକ୍‌ଚର ଆର୍ଟସ ଆଣ୍ଡ ସାଇନ୍ସେଜ ତାଫରୁ ଜାରି କରାଯାଇଥିବା ୨୦୨୨ର କ୍ୟାଟେଗୋରୀ ପାଇଁ ଅତିଥି ତାଲିକାରେ ନୋମିନେଟ୍‌ କରାଯାଇଛି। ତେବେ କେବଳ କାଜୋଲଙ୍କ ବ୍ୟତୀତ ସାଉଥ ଫିଲ୍ମ ଅଭିନେତା ସୂର୍ଯ୍ୟାଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି। ସୂର୍ଯ୍ୟା ଏଭଳି ଜଣେ ପ୍ରଥମ ସାଉଥ ଅଭିନେତା ଯାହାକୁ ଓସ୍କାର ପ୍ୟାନେଲରେ ସାମିଲ ହେବାକୁ ଡକାଯାଇଛି।

https://twitter.com/ajaydevgn/status/1542052379612307457?s=20&t=I_R7XZLtrktdhQgoN70IVw

ଚଳିତ ବର୍ଷ ୩୯୭ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି। କାଜୋଲ ଓ ସୂର୍ଯ୍ୟାଙ୍କ ବ୍ୟତୀତ ଫିଲ୍ମ ନିର୍ମାତା ସୁଷ୍ମିତ ଘୋଷ, ରିଣ୍ଟୁ ଥମସ ଓ ରିମା କାଗତିଙ୍କ ନାଁ ମଧ୍ୟ ଏଥିରେ ସାମିଲ ଅଛି। ଯଦି କାଜୋଲ ଏହି ନିମନ୍ତ୍ରଣକୁ ସ୍ୱୀକାର କରନ୍ତି ତେବେ ସେ ଆସନ୍ତାବର୍ଷ ୯୫ତମ ଏକାଡେମୀ ପୁରସ୍କାର ପାଇଁ ଭୋଟ ଦେବାଲାଗି ଯୋଗ୍ୟ ହେବେ। ସେପଟେ କାଜୋଲଙ୍କ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନି। ଅଭିନେତା ଅଜୟ ଦେବଗନ ଟ୍ୱିଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମଙ୍ଗଳବାର ବିଳମ୍ବିତ ରାତିରେ ଏକାଡେମୀ ତାର ୱେବସାଇଟରେ ଶେୟାର କରିଥିବା ଏକ ବିବୃତି ଅନୁଯାୟୀ, ଏହି ତାଲିକାରେ ସିନେମା ଜଗତରେ ପ୍ରଶଂସନୀୟ ଅବଦାନ ରଖିଥିବା କଳାକାର ଏବଂ ନିର୍ମାତା-ନିର୍ଦ୍ଦେଶକଙ୍କ ନାମ ସାମିଲ ଅଛି। ସଦସ୍ୟତା ଚୟନ ବୃତ୍ତିଗତ ଯୋଗ୍ୟତା ଉପରେ ଆଧାରିତ। ଏକାଡେମୀର ବୟାନ ଅନୁଯାୟୀ, "୨୦୨୨ ଓସ୍କାର ଆୱାର୍ଡ ପ୍ୟାନେଲରେ ସଦସ୍ୟତା ଭାବେ ଯୋଗଦେବାକୁ ଆମନ୍ତ୍ରିତ ହୋଇଥିବା ଲୋକଙ୍କ ମଧ୍ୟରୁ ୪୪% ମହିଳା ଅଛନ୍ତି।

Related story