Advertisment

ଏହି ଅଭିନେତ୍ରୀ କରୋନାରେ ଆକ୍ରାନ୍ତ

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ନତାଶା ସୁରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ବିଷୟରେ ସୋଶାଲ୍ ମିଡିଆ ଯୋଗେ ସେ ନିଜେ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇ ସୋଶାଲ ମିଡିଆରେ ନତାଶା ସୁରୀ ଲେଖିଛନ୍ତି, ‘ଅଗଷ୍ଟ ପ୍ରଥମ ସପ୍ତାହରୁ ମୁଁ ଅସୁସ୍ଥ ଅଛି। ଘରେ କ୍ୱାରେଣ୍ଟାଇନ୍‌ରେ ରହିଛି। ୧ ଅଗଷ୍ଟରେ ଏକ ଜରୁରୀ କାମରେ ମୁଁ ପୁନେ ଯାଇଥିଲି। ଲାଗୁଛି ସେଠାରୁ ହିଁ ସଂକ୍ରମଣ ହୋଇଛି। ଏହି ସଂକ୍ରମଣ ମୋ ଭଉଣୀ ଓ ଜେଜେମା’ଙ୍କୁ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଏହି ଅଭିନେତ୍ରୀ କରୋନାରେ ଆକ୍ରାନ୍ତ

natasha2

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ନତାଶା ସୁରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ବିଷୟରେ ସୋଶାଲ୍ ମିଡିଆ ଯୋଗେ ସେ ନିଜେ ସୂଚନା ଦେଇଛନ୍ତି।

Advertisment

କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇ ସୋଶାଲ ମିଡିଆରେ ନତାଶା ସୁରୀ ଲେଖିଛନ୍ତି, ‘ଅଗଷ୍ଟ ପ୍ରଥମ ସପ୍ତାହରୁ ମୁଁ ଅସୁସ୍ଥ ଅଛି। ଘରେ କ୍ୱାରେଣ୍ଟାଇନ୍‌ରେ ରହିଛି। ୧ ଅଗଷ୍ଟରେ ଏକ ଜରୁରୀ କାମରେ ମୁଁ ପୁନେ ଯାଇଥିଲି। ଲାଗୁଛି ସେଠାରୁ ହିଁ ସଂକ୍ରମଣ ହୋଇଛି। ଏହି ସଂକ୍ରମଣ ମୋ ଭଉଣୀ ଓ ଜେଜେମା’ଙ୍କୁ ମଧ୍ୟ ହୋଇଛି।”

https://www.instagram.com/p/CDDufQ4n-Ws/?utm_source=ig_web_copy_link

ନତାଶା ସୁରୀ ଆହୁରି ଲେଖିଛନ୍ତି, ‘କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ମୁଁ ଓ ମୋ ପରିବାର ଶୀଘ୍ର ସୁସ୍ଥ ହେଉଛୁ। ତେଣୁ ମୁଁ ବହୁତ ଖୁସି ଅଛି। ଏବେ ମୁଁ ଶାରୀରିକ ସ୍ତରରେ ଦୁର୍ବଳ ଅନୁଭବ କରୁଛି। ଅସୁସ୍ଥତା କାରଣରୁ ମୋ ଫିଲ୍ମ ‘ଡେଞ୍ଜରସ୍‌’ର ପ୍ରୋମୋସନରୁ ମୁଁ ନିଜକୁ ଦୂରେଇ ରଖିଛି। ୧୪ ଅଗଷ୍ଟରେ ଫିଲ୍ମ ରିଲିଜ୍‌ ହେବ। ଏହାର ପ୍ରୋମୋସନ କରିବା ପାଇଁ ମୁଁ ଖୁବ୍‌ ଉତ୍ସାହିତ ଥିଲି।”

Advertisment

https://www.instagram.com/p/CDjmdqJHhXk/?utm_source=ig_web_copy_link

ସୂଚନାଯୋଗ୍ୟ, ଅଭିନେତ୍ରୀ ବିପାଶା ବସୁଙ୍କ ଆଗାମୀ ଫିଲ୍ମ ‘ଡେଞ୍ଜରସ୍‌’ରେ କରନ ସିଂହ ଗ୍ରୋଭରଙ୍କ ବ୍ୟତୀତ ସୁୟଶ ରାୟ, ନତାଶା ସୁରୀ, ସୋନାଲି ରାଉତ ଓ ନୀତିନ ଅରୋଡ଼ା ପ୍ରମୁଖ ଅଛନ୍ତି। ଫିଲ୍ମ ୧୪ ଅଗଷ୍ଟରେ ଓଟିଟି ଫ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି।