ଅଭିନେତ୍ରୀଙ୍କୁ ଅଫର୍‌: 'ମାସକୁ ୨୫ ଲକ୍ଷ ନିଅ, ମୋ ସ୍ତ୍ରୀ ହୁଅ'

ମୁମ୍ବାଇ: ‘ମାସକୁ ୨୫ ଲକ୍ଷ ଟଙ୍କା ନିଅ ଆଉ ମୋ ସ୍ତ୍ରୀ ହୁଅ।’ ଏଭଳି କିଛି ଅଫ୍‌ର ମିଳିଥିଲା ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ। ମାସିକ ଦରମା ନେଇ ପତ୍ନୀ ହେବା ପାଇଁ ତାଙ୍କୁ ଦିଆଯାଇଥିଲା ଅଫର୍‌। ଯାହାର ଏବେ ଖୁଲାସା ହୋଇଛି। ଖୋଦ୍‌ ଅଫର ପାଇଥିବା ଅଭିନେତ୍ରୀ କ୍ୟାମେରା ସାମ୍ନାକୁ ଆସି ନିଜ ଯନ୍ତ୍ରଣା ବଖାଣିଛନ୍ତି। ବି-ଟାଉନ୍‌ରେ କେତେବେଳେ କାହା ଭାଗ୍ୟ ବଦଳିଯିବ ତାହା କହିବା ମୁସକିଲ୍‌। କିଏ ରାତାରାତି ଷ୍ଟାର୍‌ ପାଲଟିଯା’ନ୍ତି ତ ଆଉ […]

Nitu chandra

Nitu chandra

Madhupriya Mistry
  • Published: Thursday, 14 July 2022
  • Updated: 14 July 2022, 05:36 PM IST

Sports

Latest News

ମୁମ୍ବାଇ: 'ମାସକୁ ୨୫ ଲକ୍ଷ ଟଙ୍କା ନିଅ ଆଉ ମୋ ସ୍ତ୍ରୀ ହୁଅ।' ଏଭଳି କିଛି ଅଫ୍‌ର ମିଳିଥିଲା ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ। ମାସିକ ଦରମା ନେଇ ପତ୍ନୀ ହେବା ପାଇଁ ତାଙ୍କୁ ଦିଆଯାଇଥିଲା ଅଫର୍‌। ଯାହାର ଏବେ ଖୁଲାସା ହୋଇଛି। ଖୋଦ୍‌ ଅଫର ପାଇଥିବା ଅଭିନେତ୍ରୀ କ୍ୟାମେରା ସାମ୍ନାକୁ ଆସି ନିଜ ଯନ୍ତ୍ରଣା ବଖାଣିଛନ୍ତି।

ବି-ଟାଉନ୍‌ରେ କେତେବେଳେ କାହା ଭାଗ୍ୟ ବଦଳିଯିବ ତାହା କହିବା ମୁସକିଲ୍‌। କିଏ ରାତାରାତି ଷ୍ଟାର୍‌ ପାଲଟିଯା'ନ୍ତି ତ ଆଉ କିଏ ଅଭିନୟ ଦୁନିଆରୁ ଗାଏବ୍‌ ହୋଇଯା'ନ୍ତି। ଏଭଳି କିଛି କାହାଣୀ ବଲିଉଡର ଜଣାଶୁଣା ଅଭିନେତ୍ରୀ ନୀତୁ ଚନ୍ଦ୍ରାଙ୍କ ରହିଛି। ବି-ଟାଉନ୍‌ରେ ସେ ଏତେଟା ସଫଳ ନୁହନ୍ତି। ତାଙ୍କୁ ଖୁବ୍‌ କମ୍‌ ଫିଲ୍ମରେ ଦେଖିବାକୁ ମିଳେ। ସେ ଫିଲ୍ମ କେବ ଓ କେତେବେଳେ ଗାଏବ୍‌ ହୋଇଗଲେ ତାହା କେହି ଜାଣନ୍ତି ନାହିଁ। ତେବେ ନିକଟରେ ସେ ଦେଇଥିବା ଏକ ସାକ୍ଷାତକାର୍‌ରେ ନିଜ ଜୀବନର ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

ନୀତୁ ଚନ୍ଦ୍ରାଙ୍କୁ ଜଣେ ବ୍ୟବସାୟୀ ତାଙ୍କ ପତ୍ନୀ ହେବାକୁ ପ୍ରସ୍ତାବ ଦେଇଥିଲ। ବ୍ୟବସାୟୀ ତାଙ୍କୁ ଦରମା ଦେଇ ପତ୍ନୀ ହେବାକୁ କହିଥିଲେ। ଏହାର ପ୍ରତିବଦଳରେ ବ୍ୟବସାୟୀ ତାଙ୍କୁ ମାସକୁ ୨୫ ଲକ୍ଷ ଟଙ୍କା ଦେବି ଡିଲ୍‌ କରିଥିଲେ। ତେବେ ନୀତୁ ଏହି ଅଫରକୁ ମନା କରି ଦେଇଥିଲେ। ସେ ଜଣେ ଜଣାଶୁଣା ଅଭିନେତ୍ରୀ ତଥାପି ତାଙ୍କୁ କୌଣସି କାମ ମିଳୁନାହିଁ। ଏହି ଖବର ଖୁଲାସା କରିବା ପରେ ନୀତୁ କ୍ୟାମେରା ସାମ୍ନାରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ଲୋକମାନେ ବିବାହକୁ ନେଇ ଏପରି କୌଣସି ଡିଲ୍ ହୋଇପାରେ ବୋଲି ସେମାନେ ବିଶ୍ୱାସ କରିପାରୁ ନାହାନ୍ତି।

ନୀତୁ ଚନ୍ଦ୍ରା ୨୦୦୫ ମସିହାରେ ‘ଗରମ ମସାଲା’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମରେ ସେ ଜଣେ ଏୟାର ହୋଷ୍ଟେସ୍ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ଅକ୍ଷୟ କୁମାର ଓ ଜନ୍‌ ଅବ୍ରାହମ୍‌ ଥିଲେ। ଏହା ପରେ ସେ ‘ଟ୍ରାଫିକ୍ ସିଗନାଲ୍’, ‘ୱାନ୍ ଟୁ ଥ୍ରୀ’, ‘ଓଏ ଲକି ଲକି ଓଏ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ନୀତୁ ଚନ୍ଦ୍ରାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘କୁଛ ଲଭ୍ ଜୈସା’ରେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos