Advertisment

ଏୟାରପୋର୍ଟରେ ଫସିଲେ ରାଧିକା

ସୋଶାଲ ମିଡିଆ ପୋଷ୍ଟ ଜରିଆରେ ନିଜ କ୍ରୋଧ ପ୍ରକାଶ କରିଛନ୍ତି ରାଧିକା।

Radhika Apte

Radhika Apte

Advertisment

ଏୟାରପୋର୍ଟରେ ଫସିଲେ ବଲିଉଡ ଅଭିନେତ୍ରୀ ରାଧିକା ଆପ୍‌ତେ। ଏୟାରପୋର୍ଟର ଏୟରୋବ୍ରିଜ ଭିତରେ ଘଣ୍ଟା ଘଣ୍ଟା ଧରି ବସି ରହିଲେ। ନିର୍ଦ୍ଧାରିତ ସମୟରେ ଆସିଲାନି ଫ୍ଲାଇଟ୍‌। ଫଳରେ ବିମାନ ବନ୍ଦରରେ ବସି ରହିଲେ ବଲିଉଡ ଅଭିନେତ୍ରୀ।

Advertisment

ଆଜି ସକାଳ ସାଢ଼େ ୮ଟାରେ ରାଧିକାଙ୍କ ଫ୍ଲାଇଟ୍‌ ଥିଲା। ତେବେ ୧୦.୫୦ ବାଜବା ପରେ ବି ବିମାନ ବନ୍ଦରକୁ ଆସିନଥିଲା ଫ୍ଲାଇଟ। ଏହାପରେ ଫ୍ଲାଇଟ୍‌ ପକ୍ଷରୁ ଆମେ ବୋର୍ଡ କରୁଛୁ କହି ଯାତ୍ରୀମାନଙ୍କୁ ଏୟରୋବ୍ରିଜରେ ରଖାଯାଇଥିଲା। ଏହି ଏୟରୋବ୍ରିଜ୍‌ ଭିତରେ ଯାତ୍ରୀଙ୍କ ସମେତ ବୟସ୍କ ଲୋକେ ଓ ଛୋଟ ଛୁଆ ମଧ୍ୟ ବନ୍ଦ ଥିଲେ। ବନ୍ଦ ହେବା ପରେ ସିକ୍ୟୁରିଟି କବାଟ ଖୋଲିବନି ବୋଲି ସେମାନେ ଭାବି ନଥିଲେ। ଫଳରେ ବନ୍ଦ କବାଟ ପଛରେ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା। ନା ପାଣି, ନା ଖାଦ୍ୟ, ନା ଶୌଚାଳୟ କୌଣସି ବି ସୁବିଧା ନଥିଲା ବୋଲି ଖୋଦ୍‌ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ଜଣାଇଛନ୍ତି ରାଧିକା ଆପତେ।

ସେ ସୋଶାଲ ମିଡିଆ ପୋଷ୍ଟ ଜରିଆରେ ନିଜ କ୍ରୋଧ ଜାହିର କରିଛନ୍ତି। ସେ କହିଛନ୍ତି, 'ଏବେ ମୁଁ ଭିତରେ ବନ୍ଦୀ ଭାବେ ଅଛି। ଆମକୁ ଅତି କମ୍‌ରେ ୧୨ଟା ଯାଏଁ ଏଭଳି ବନ୍ଦ ରହିବାକୁ ପଡିବ। ସମସ୍ତ ଯାତ୍ରୀ ଭିତରେ ଅଛନ୍ତି। ପାଣି କି ଶୌଚାଳୟର ସୁବିଧା ବି ନାହିଁ। ଏଭଳି ମାଜାଦାର ଯାତ୍ରା ପାଇଁ ଧନ୍ୟବାଦ।'

Advertisment

ରାଧିକା ଆହୁରି କହିଛନ୍ତି, ବିମାନ ସେବା କର୍ମଚାରୀଙ୍କ କହିବା ମୁତାବକ କ୍ରୁ ପରିବର୍ତ୍ତନ ହେତୁ ବିମାନ ବିଳମ୍ବ ହେଉଛି। ଫ୍ଲାଇଟ୍‌ର ନୂତନ କର୍ମଚାରୀ ଏପର୍ଯ୍ୟନ୍ତ ପହଞ୍ଚି ନାହାଁନ୍ତି। ରାଧିକା ଲେଖିଛନ୍ତି, "ବୋଧହୁଏ ତାଙ୍କ କର୍ମଚାରୀମାନେ ବିମାନରେ ଚଢ଼ି ନଥିଲେ। ସେ ନୂତନ କ୍ରୁଙ୍କୁ ଅପେକ୍ଷା କରିଛନ୍ତି, କିନ୍ତୁ ସେମାନେ କେବେ ଆସିବେ ତାହା ଜାଣି ନାହାଁନ୍ତି, ତେଣୁ ସେ କେତେ ସମୟ ଭିତରେ ଅଟକି ରହିବେ ତାହା କେହି ଜାଣନ୍ତି ନାହିଁ। ଯେତେବେଳେ ମୁଁ ଜଣେ ମୁର୍ଖ ମହିଳା ଷ୍ଟାଫ୍ ସହ କଥା ହେଲି, ସେ କହିଲେ କୌଣସି ଅସୁବିଧା ନାହିଁ ଏବଂ ବିଳମ୍ବ ହୋଇନାହିଁ।"

ତେବେ ସେ କେଉଁ ଆଡେ ଯାଉଥିଲେ ଓ କେଉଁ ଏୟାରଲାଇନ୍ସ ସହ ଏଭଳି ଘଟଣା ଘଟିଛି ସେ ନେଇ ରାଧିକା କିଛି ସୂଚନା ଦେଇନାହାନ୍ତି। ଏଥିସହ କେଉଁ ବିମାନ ବନ୍ଦରରେ ସେ ଫଶି ରହିଥିଲେ ତାହା ମଧ୍ୟ କହି ନାହାନ୍ତି। 

ଉଲ୍ଲେଖଯୋଗ୍ୟ, ଶେଷଥର ପାଇଁ ରାଧିକା ଆପ୍‌ତେଙ୍କୁ ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ମେରି ଖ୍ରୀଷ୍ଟମସ'ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର କେମିଓ ରୋଲ୍‌ ଥିଲା। ସେ ସେକ୍ରେଡ୍ ଗେମ୍ସ, ସୋର୍‌ ଇନ୍‌ ଦ ସିଟି, ବଦଲାପୁର, ଅନ୍ଧାଧୂନ, ପ୍ୟାଡମ୍ୟାନ୍‌ ଓ ମାଞ୍ଝି ଭଳି ଅନେକ ହିଟ୍ ଫିଲ୍ମରେ କାମ କରିସାରିଛନ୍ତି।

Bollywood News Bollywood Radhika Apte Airport
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe