Advertisment

ଜ୍ୟାକିଙ୍କ କନିଆଁ ସାଜିବେ ରକୁଲ, ଗୋଆରେ ପଡିବ ହାତଗଣ୍ଠି

ହିନ୍ଦୁ ରୀତିନୀତି ଅନୁସାରେ ପଡିବ ହାତଗଣ୍ଠି। ହୋମ ନିଆଁକୁ ସାକ୍ଷୀ ରଖି ସାତଫେରା ନେବେ ରାକୁଲ ଓ ଜ୍ୟାକି।

ଅଦ୍ୟତନ ହୋଇଛି
Rakul And Jackky

Rakul And Jackky

Advertisment

ପୁଣି ବି-ଟାଉନରେ ବାଜିବ ଶାହାନାଇ। ହତକୁ ଦି ହାତ ହେବାକୁ ଯାଉଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ଚର୍ଚ୍ଚିତ ଯୋଡି। ଅଭିନେତ୍ରୀ ରକୁଲ ପ୍ରୀତ ସାଜିବେ ବଧୂ। ଅଭିନେତା ତଥା ପ୍ରଡ୍ୟୁସର ଜ୍ୟାକି ଭଗନାନୀଙ୍କ ଧରିବେ ହାତ। ଏଥିପାଇଁ ଆରମ୍ଭ ହୋଇଗଲାଣି ଜୋରସୋର୍‌ରେ ପ୍ରସ୍ତୁତି।

Advertisment

ଜ୍ୟାକି ଓ ରାକୁଲଙ୍କ ଆରମ୍ଭ ହୋଇଛି ବିବାହ ପ୍ରସ୍ତୁତି। ଗୋଆରେ ଆସନ୍ତା ୨୧ ତାରିଖରେ ଉଭୟଙ୍କ ହେବ ଗ୍ରାଣ୍ଡ ଓ୍ୱେଣ୍ଡିଂ। ହିନ୍ଦୁ ରୀତିନୀତି ଅନୁସାରେ ପଡିବ ହାତଗଣ୍ଠି। ହୋମ ନିଆଁକୁ ସାକ୍ଷୀ ରଖି ସାତଫେରା ନେବେ ରକୁଲ ଓ ଜ୍ୟାକି।

ତେବେ ଉଭୟଙ୍କ ଏହି ବିବାହ ବେଶ୍‌ ପ୍ରାଇଭେଟ ରହିବ। ଏହି ବିବାହରେ କେବଳ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ ହେବ। ୧୯ ଓ ୨୦ ଫେବ୍ରୁଆରୀରେ ରକୁଲ ଓ ଜ୍ୟାକିଙ୍କ ପ୍ରି-ଓ୍ୱେଣ୍ଡିଂ ଫଙ୍କସନ୍‌ ଆରମ୍ଭ ହେବ। ପ୍ରାୟ ତିନି ଦିନ ଯାଏଁ ବିବାହ ଉତ୍ସବ ଚାଲିବ। ବିବାହ ପରେ ୨୨ ଫେବ୍ରୁଆରୀରେ ମୁମ୍ବାଇରେ ଆୟୋଜିତ ହେବ ଗ୍ରାଣ୍ଡ ଓ୍ୱେଣ୍ଡିଂ ରିସେପ୍‌ସନ୍‌। ଏଥିରେ ବଲିଉଡ ଓ ସାଉଥର ଅନେକ ଫିଲ୍ମ ଷ୍ଟାର୍‌ ସାମିଲ ହେବେ।

Advertisment

ବିବାହ ଚର୍ଚ୍ଚା ଭିତରେ ଉଭୟ ରକୁଲ ଓ ଜ୍ୟାକି ବ୍ୟାଚଲର୍‌ ଟ୍ରିପ୍‌ରେ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ଥାଇଲାଣ୍ଡ ଯାଇ ମଜା ନେଇଛନ୍ତି। ଏହି ବ୍ୟାଚଲର ଟ୍ରିପର ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୨୦୨୧ରେ ଜ୍ୟାକି-ରାକୁଲ ସୋଶାଲ ମିଡିଆରେ ନିଜ ସମ୍ପର୍କକୁ ଘୋଷଣା କରିଥିଲେ। ସେହିଦିନ ଠାରୁ ବି-ଟାଉନର ସମସ୍ତ ପାର୍ଟି ଓ ଫଙ୍କସନରେ ରାକୁଲ ଓ ଜ୍ୟାକି ପ୍ରାୟ ଏକାଠି ନଜର ଆସନ୍ତି।

Jackky Bhagnani Rakul Preet Singh Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe