କରୋନା ନେଇଗଲା ଆଉଜଣେ ବଲିଉଡ୍ ଅଭିନେତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା କାରଣରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଏବେ କରୋନା ଆଉଜଣେ ବଲିଉଡ୍ ଅଭିନେତ୍ରୀଙ୍କୁ ଛଡ଼ାଇ ନେଇଛି । ୮୦ ଦଶକରେ ନିଜର ଫିଲ୍ମ ଜରିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶ୍ରୀ ପଦାଙ୍କର କରୋନା ସଂକ୍ରମଣ କାରଣରୁ ଦେହାନ୍ତ ହୋଇଛି । ୫୩ ବର୍ଷୀୟ ଏହି ଅଭିନେତ୍ରୀଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା, ଯେଉଁ କାରଣରୁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ଏମଏମ୍ […]

shree-pada

shree-pada

Ranjit Kumar Jena
  • Published: Thursday, 06 May 2021
  • Updated: 06 May 2021, 03:58 PM IST

ନୂଆଦିଲ୍ଲୀ: କରୋନା ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା କାରଣରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଏବେ କରୋନା ଆଉଜଣେ ବଲିଉଡ୍ ଅଭିନେତ୍ରୀଙ୍କୁ ଛଡ଼ାଇ ନେଇଛି । ୮୦ ଦଶକରେ ନିଜର ଫିଲ୍ମ ଜରିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶ୍ରୀ ପଦାଙ୍କର କରୋନା ସଂକ୍ରମଣ କାରଣରୁ ଦେହାନ୍ତ ହୋଇଛି ।

୫୩ ବର୍ଷୀୟ ଏହି ଅଭିନେତ୍ରୀଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା, ଯେଉଁ କାରଣରୁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ଏମଏମ୍ ରମେୟା ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା । ହସ୍ପିଟାଲରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । ଯେଉଁ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ଏ ନେଇ ସିଣ୍ଟା ଟ୍ୱିଟ୍ କରି ଏହାର ସୂଚନା ଦେଇଛି । ସିଣ୍ଟା ଟ୍ୱିଟ୍ କରି ଲେଖିଛି, ଶ୍ରୀ ପଦାଙ୍କର ଦେହାନ୍ତରେ ଆମେ ବହୁତ ଦୁଃଖିତ । ଭଗବାନ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ । ୧୯୮୯ରୁ ଶ୍ରୀ ପଦା ସିଣ୍ଟାର ସଦସ୍ୟ ରହିଆସିଛନ୍ତି । ଶ୍ରୀ ପଦା ୮୦ ଓ ୯୦ ଦଶକରେ ବି ଗ୍ରେଡ୍ ଫିଲ୍ମରେ ଖୁବ୍ ନାଁ କମାଇଥିଲେ । ଶ୍ରୀ ପଦାଙ୍କର ଅସଲ ନାଁ ହେଉଛି ଈଶା ନାଇଡୁ ଥିଲା । ଫିଲ୍ମ ନିର୍ମାତା ମୋହନ ଟି. ଗିୟାନୀ ସେହି ସମୟର ଜଣାଶୁଣା ଅଭିନେତ୍ରୀ ଶ୍ରୀ ଦେବୀ ଓ ଜୟା ପ୍ରଦାଙ୍କର ନାଁକୁ ମିଶାଇ ତାଙ୍କ ନାଁ ଶ୍ରୀ ପଦା ରଖିଥିଲେ ।

ଶ୍ରୀ ପଦା ବଲିଉଡରେ ମଧ୍ୟ ବହୁତ କାମ କରିଛନ୍ତି । ‘କୈସେ ୟେ ୟାରିୟାଁ’, ‘ଜୀ ହରର୍ ଶୋ’, ‘ଅଧୁରା କାହାନୀ ହମାରୀ’ ଭଳି ଫିଲ୍ମରେ କାମ କରିଛନ୍ତି । ସେ ମଧ୍ୟ ଗୋବିନ୍ଦା, ବିନୋଦ ଖାନ୍ନା, ଧର୍ମେନ୍ଦ୍ର, ଗୁଲଶନ୍ ଗ୍ରୋଭରଙ୍କ ଭଳି ବଡ଼ କଳାକାରଙ୍କ ସହ କାମ କରିଥିଲେ । ଶ୍ରୀ ପଦା ‘ଶୋଲେ ଓ ତୁଫାନ୍‌’, ଆଜମାଇସ୍‌, ବେୱଫା ସନମ୍ ଭଳି ଫିଲ୍ମ କରିଛନ୍ତି । ୬୮ ଫିଲ୍ମରେ କାମ କରିଥିବା ଶ୍ରୀ ପଦା ବଲିଉଡ୍ ବ୍ୟତୀତ ଭୋଜପୁରୀ ହିଟ୍ ଫିଲ୍ମ ‘ହମ୍ ତୋ ହୋ ଗଇ ଦା ତୋହାର’ରେ ମଧ୍ୟ କାମ କରିଥିଲେ । ଏହି ଫିଲ୍ମରେ ଶ୍ରୀ ପଦାଙ୍କ ସହ ଭୋଜପୁରୀର ସୁପରଷ୍ଟାର୍ ରବି କିଶନ ମଧ୍ୟ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos