ଅଭିନେତ୍ରୀଙ୍କ ଏ କି ଅବସ୍ଥା! ରାସ୍ତାକଡ଼ରେ ବିକୁଛନ୍ତି ପରିବା

ମୁମ୍ବାଇ: ସେ ଥିଲେ ବି-ଟାଉନ୍‌ର ହଟ୍‌ ଅଭିନେତ୍ରୀ। ଆଉ ଏବେ ପାଲଟିଛନ୍ତି ରାସ୍ତାକଡର ପରିବା ବିକାଳି। ଛିଣ୍ଡା ଶାଢ଼ୀରେ ରାସ୍ତାକଡରେ ବସି ବିକୁଛନ୍ତି ପରିବା। ନିଜ ହଟ୍‌ ଆଣ୍ଡ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଅଦା ଶର୍ମାଙ୍କ ବଦଳି ଯାଇଛି ପୂରା ଚେହେରା। ତାଙ୍କ ଅବସ୍ଥା ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି। ନିଜ ଲୁକ୍‌କୁ ନେଇ ସର୍ବଦା ଏକ୍ସପେରିମେଣ୍ଟ କରୁଥିବା ଅଭିନେତ୍ରୀ ଅଦା ଶର୍ମାଙ୍କ ଏଭଳି ଏକ ଅଜବଗଜବ ଲୁକ୍‌ ଏବେ ସାମ୍ନାକୁ […]

adah-sharma

Madhupriya Mistry
  • Published: Monday, 18 July 2022
  • , Updated: 18 July 2022, 12:28 PM IST

ମୁମ୍ବାଇ: ସେ ଥିଲେ ବି-ଟାଉନ୍‌ର ହଟ୍‌ ଅଭିନେତ୍ରୀ। ଆଉ ଏବେ ପାଲଟିଛନ୍ତି ରାସ୍ତାକଡର ପରିବା ବିକାଳି। ଛିଣ୍ଡା ଶାଢ଼ୀରେ ରାସ୍ତାକଡରେ ବସି ବିକୁଛନ୍ତି ପରିବା। ନିଜ ହଟ୍‌ ଆଣ୍ଡ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଅଦା ଶର୍ମାଙ୍କ ବଦଳି ଯାଇଛି ପୂରା ଚେହେରା। ତାଙ୍କ ଅବସ୍ଥା ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି।

ନିଜ ଲୁକ୍‌କୁ ନେଇ ସର୍ବଦା ଏକ୍ସପେରିମେଣ୍ଟ କରୁଥିବା ଅଭିନେତ୍ରୀ ଅଦା ଶର୍ମାଙ୍କ ଏଭଳି ଏକ ଅଜବଗଜବ ଲୁକ୍‌ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଦେଇଛି। ତାଙ୍କ ଆଉଟ୍‌ଫିଟ୍‌ ଦେଖି ଚାରିଆଡେ ତାଙ୍କୁ ନେଇ ଏବେ ଚର୍ଚ୍ଚା ଚାଲିଛି। ନିଜ ନୂଆ ଲୁକ୍‌ରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଅଦା।

 

View this post on Instagram

 

A post shared by Adah Sharma (@adah_ki_adah)

ସେ ଗ୍ଲାମରସରୁ ପାଲଟିଛନ୍ତି ଦେଶୀ ଗାର୍ଲ। ନିକଟରେ ଅଫ୍‌ ସୋଲ୍ଡର ଗାଉନରେ ହଟ୍‌ ନଜର ଆସିଥିବା ଅଦା ରାସ୍ତାକଡରେ ସୂତା ଶାଢ଼ୀ ପିନ୍ଧି ପରିବା ବିକ୍ରି କରୁଛନ୍ତି। ଏହି ଲୁକ୍‌ରେ ତାଙ୍କୁ ଚିହ୍ନିବା ମୁସ୍‌କିଲ ହୋଇପଡିଛି। ନିଆରା ଢ଼ଙ୍ଗରେ ଫଟୋସୁଟ୍‌ ପାଇଁ ଏହି ଅବତାର ଆପଣାଇଛନ୍ତି ଅଦା। ଏହି ଫଟୋକୁ ଅଦା ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି- 'ପରିବାର ଦର ବଢ଼ି ଯାଇଥିବା ଶୁଣୁଛି'। ଅଦା ଶର୍ମାଙ୍କ ଏହି ଫଟୋରେ ଅନେକ ୟୁଜର୍ସ ମଜାଦାର କମେଣ୍ଟ କରିଛନ୍ତି। କିଛି ୟୁଜର୍ସ ତାଙ୍କୁ ଟ୍ରୋଲ ମଧ୍ୟ କରି ଲେଖିଛନ୍ତି, 'ଗାଈ ମଇଁଷି ଠାରୁ ଦୂରେଇ ରହିବ।'

ନିକଟରେ ଅଦା ଶର୍ମା ଏକ ଆୱାର୍ଡ ଶୋ'ରେ ନଜର ଆସିଥିଲେ। ଏହି ଶୋ'ରେ ସବୁଠୁ ଅଧିକ ଚର୍ଚ୍ଚା ତାଙ୍କ ଡ୍ରେସ୍‌କୁ ନେଇ ହୋଇଥିଲା। କାରଣ ସେ ପତ୍ରରେ ତିଆରି ଏକ ହଟ୍‌ ଆଉ ବୋଲ୍ଡ ଡ୍ରେସରେ ନଜର ଆସିଥିଲେ। କେବଳ ସେତିକି ନୁହେଁ ଏହି ଡ୍ରେସ୍‌ ସହ ସେ ନିଜ କାନ୍ଧରେ ଏକ ଝିଟିପିଟିର ନକଲି ଟାଟୁ ମଧ୍ୟ ତିଆରି କରିଥିଲେ। ସେହିପରି ଅନେକ ୟୁଜର୍ସ ତାଙ୍କର ଏହି ଡ୍ରେସ୍‌କୁ ନେଇ ପ୍ରଶଂସା କରିବା ସହ କ୍ରିଏଟିଭ୍‌ ବୋଲି କହିଥିଲେ।

ଉଲ୍ଲେଖ ଯୋଗ୍ୟ, ଅଦା ଶର୍ମା ସର୍ବଦା ନିଜ ଲୁକ୍‌କୁ ନେଇ ଏକ୍ସପେରିମେଣ୍ଟ କରନ୍ତି। ତାଙ୍କୁ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ଓ ଭିନ୍ନ ଡ୍ରେସ୍‌ରେ ଫଟୋ ସୁଟ୍‌ କରିବା ଭଲ ଲାଗେ। ସେ ନିଜ ଆଉଟ୍‌ଫିଟ୍‌କୁ ନେଇ ପ୍ରାୟତଃ ଲାଇମ୍‌ ଲାଇଟ୍‌ରେ ରହୁନ୍ତି। କେବଳ ସେତିକି ନୁହେଁ ନିଜ ଫିଟ୍‌ନେସ୍‌କୁ ନେଇ ମଧ୍ୟ ତାଙ୍କର ଚର୍ଚ୍ଚା ହୁଏ।

 

View this post on Instagram

 

A post shared by Adah Sharma (@adah_ki_adah)

Related story