Advertisment

‘ଆଦିପୁରୁଷ’ କୁ ନେଇ ଥମୁନି ବିରୋଧ; ଛୋଟ ପରଦାକୁ ପୁଣି ଥରେ ଫେରିବ ‘ରାମାୟଣ’

‘ଆଦିପୁରୁଷ’ ଲୋକଙ୍କ ଧାର୍ମିକ ଭାବନାଙ୍କୁ ଆଘାତ ଦେଇଥିବାରୁ ଏହାକୁ ବ୍ୟାନ କରିବା ପାଇଁ ଆବେଦନ ହୋଇଛି। ଏହା ମଧ୍ୟରେ ସ୍ୱତପ୍ରତ୍ତ ଭାବେ ଲୋକଙ୍କ ମନରେ ରମାନନ୍ଦ ସାଗରଙ୍କ ‘ରାମାୟଣ’ କଥା ଉଙ୍କି ମାରୁଛି।

author-image
Niharika Rout
Ramayan

Ramayan

ସାଉଥ ସୁପରଷ୍ଟାର ପ୍ରଭାସ ଓ କ୍ରିତି ସାନନ୍‌ ଅଭୀନିତ ‘ଆଦିପୁରୁଷ’ ଆରମ୍ଭରୁ ବିବାଦରେ ଫସିଛି। ଫିଲ୍ମର ବହୁ ଡାଏଲଗ ଧାର୍ମୀୟ ଭାବନାକୁ ଆଘାତ ପହଞ୍ଚାଉଥିବା ଅଭିଯୋଗ କରି ଲୋକେ ଫିଲ୍ମଟିକୁ ବିରୋଧ କରିଛନ୍ତି। ଏହାକୁ ନେଇ ସମଗ୍ର ଦେଶରେ ବିରୋଧାଭାବ ଦେଖାଦେଇଛି। ଏପରିକି ‘ଆଦିପୁରୁଷ’ ଧାର୍ମିକ ଭାବନାଙ୍କୁ ଆଘାତ ଦେଇଥିବାରୁ ଏହାକୁ ବ୍ୟାନ କରିବା ପାଇଁ ଆବେଦନ ହୋଇଛି।

Advertisment

ଏହା ମଧ୍ୟରେ ସ୍ୱତପ୍ରତ୍ତ ଭାବେ ଲୋକଙ୍କ ମନରେ ରମାନନ୍ଦ ସାଗରଙ୍କ ‘ରାମାୟଣ’ କଥା ଉଙ୍କି ମାରୁଛି। ‘ଆଦିପୁରୁଷ’ ନିର୍ମାତାଙ୍କୁ ଦେଶବାସୀ ରମାନନ୍ଦ ସାଗରଙ୍କ ‘ରାମାୟଣ’ ଦେଖିବାକୁ ଉପଦେଶ ଦେବାକୁ ପଛାଉ ନାହାନ୍ତି।

ତେଣୁ ଛୋଟ ପରଦାରେ ପୁଣି ଦେଖିବାକୁ ମିଳିବ ରମାନନ୍ଦ ସାଗରଙ୍କ ‘ରାମାୟଣ’ । ଆସନ୍ତା ଜୁଲାଇ ୩ ତାରିଖରୁ Shemaroo TVରେ ଏହା ପ୍ରଦର୍ଶୀତ ହେବ । ଏନେଇ ଚ୍ୟାନେଲ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ଆଦିପୁରୁଷ ଦେଶବାସୀଙ୍କ ଧାର୍ମିକ ଭାବନାଙ୍କୁ ଆଘାତ ଦେଇଥିବାରୁ ଏହାକୁ ବ୍ୟାନ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ ହୋଇଛି। ଏହାର ଶୁଣାଣି କରିବା ବେଳେ ଆହ୍ଲାବାଦ ହାଇକୋର୍ଟ ନିଜର ଅସନ୍ତୋଷ ପ୍ରକାଶ କରି ରାମାୟଣ ଆମ ପାଇଁ ଉଦାହରଣ ବା ଆଦର୍ଶ। ଲୋକମାନେ ଘରୁ ବାହାରିବା ପୂର୍ବରୁ ରାମଚରିତମାନସ ପ‍ଢ଼ନ୍ତି। ଫିଲ୍ମକୁ ଏସବୁକୁ ସ୍ପର୍ଶ କରିବାର ନ ଥିଲା ବୋଲି କହିଛନ୍ତି। ସେନସର ବୋର୍ଡ ତା’ର ଦାୟିତ୍ୱ ଫିଲ୍ମକୁ ପ୍ରମାଣପତ୍ର ଦେବା ବେଳେ ନିର୍ବାହ କରିଛି କି ବୋଲି ମଧ୍ୟ ଆହ୍ଲାବାଦ ହାଇକୋର୍ଟ ପ୍ରଶ୍ନ କରିଛନ୍ତି।

ଏଥିସହ କୋର୍ଟ କହିଛନ୍ତି ଆପଣ କ’ଣ ଭାବୁଛନ୍ତି ଦେଶବାସୀ ଓ ଯୁବ ସମାଜ ମୁର୍ଖ? ଆପଣ ଭଗବାନ ରାମ, ଭଗବାନ ଲକ୍ଷ୍ମଣ, ଭଗବାନ ହନୁମାନ, ରାବଣ, ଲଙ୍କାକୁ ଦେଖାଉଛନ୍ତି ଓ କହୁଛନ୍ତି ଏହା ରାମୟାଣ ନୁହଁ। ଲୋକମାନେ ଥିଏଟରକୁ ଯାଉଛନ୍ତି ଓ ଫିଲ୍ମକୁ ବନ୍ଦ କରିବାକୁ କହୁଛନ୍ତି। କେହି ଭଙ୍ଗାରୁଜା କରି ନଥିବାରୁ ଧନ୍ୟବାଦ ବୋଲି କହିଛନ୍ତି ବିଚାରପତି ।

ଗତକାଲି ଏହି ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ବିଚାରପତି ‘ଆଦିପୁରୁଷ’ ମେକର୍ସଙ୍କ ଉପରେ ବର୍ଷିଛନ୍ତି। ଆଜି ପୁଣି ଥରେ ଏହି ମାମଲାର ଶୁଣାଣି ହେବ ।

Prabhas Adipurush