Advertisment

‘ଆଦିପୁରୁଷ’ ଟିମ୍‌ର ବଡ଼ ଘୋଷଣା: ପ୍ରଭୁ ହନୁମାନଙ୍କ ପାଇଁ ହଲ୍‌ରେ ଫାଙ୍କା ରହିବ ଗୋଟିଏ ସିଟ୍‌

ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଏହି ବିଗ୍‌ ବଜେଟ ଫିଲ୍ମଙ୍କୁ ନେଇ ଏକ ବଡ଼ ଘୋଷଣା କରିଛି ପ୍ରଡକସନ୍‌ ଟିମ୍‌ । ଏହି ଘୋଷଣାନାମା ଅନୁଯାୟୀ, ପ୍ରତି ସିନେମାଘରର ଗୋଟିଏ ସିଟ୍‌ର ଟିକେଟ ବିକ୍ରି ହେବନି।

Adipurush

Adipurush

Advertisment

ସାଉଥ ସୁପରଷ୍ଟାର ଓ ‘ବାହୁବଳୀ’ ଫେମ୍‌ ପ୍ରଭାସ ଓ କ୍ରିତି ସେନନଙ୍କ ପରି ବଡ଼ ଷ୍ଟାରକାଷ୍ଟଙ୍କୁ ନେଇ ହୋଇଥିବା ବିଗ୍‌ ବଜେଟ ଫିଲ୍ମ ‘ଆଦିପୁରୁଷ’ ଆସନ୍ତା ୧୬ ତାରିଖରେ ସିନେମା ଘରେ ରିଲିଜ ହେବ । ହେଲେ ଏବେଠୁ ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ବଢ଼ିବାରେ ଲାଗିଲାଣି। ପ୍ରଭାସଙ୍କୁ ବଡ଼ ପରଦାରେ ଦେଖିବାକୁ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଲାଣି।

Advertisment

ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଏହି ବିଗ୍‌ ବଜେଟ ଫିଲ୍ମଙ୍କୁ ନେଇ ଏକ ବଡ଼ ଘୋଷଣା କରିଛି ପ୍ରଡକସନ୍‌ ଟିମ୍‌ । ଏହି ଘୋଷଣାନାମା ଅନୁଯାୟୀ, ପ୍ରତି ସିନେମାଘରର ଗୋଟିଏ ସିଟ୍‌ର ଟିକେଟ ବିକ୍ରି ହେବନି। ଏହି ସିଟ୍‌ ପ୍ରଭୁ ହନୁମାନଙ୍କ ପାଇଁ ସମର୍ପିତ ରହିବ । ରାମଭକ୍ତଙ୍କର ପ୍ରଭୁ ହନୁମାନଙ୍କ ଉପରେ ପ୍ରବଳ ଆସ୍ଥା ଥିବାରୁ ସେମାନଙ୍କ ଆସ୍ଥାକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଛି।

ଫିଲ୍ମ ମେକର୍ସଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଆମର ବିଶ୍ୱାସ ଅଛି ଯେଉଁଠି ପ୍ରଭୁ ରାମଙ୍କ ଗୁଣଗାନ କରାଯାଏ ସେଠାରେ ଭଗବାନ ହନୁମାନ ବି ଉପସ୍ଥିତ ଥାନ୍ତି। ଏହି ବିଶ୍ୱାସକୁ ସମ୍ମାନ ଜଣାଇ ଆମେ ଏପରି ନିଷ୍ପତ୍ତି ନେଇଛୁ। ପ୍ରଭୁ ରାମଚନ୍ଦ୍ରଙ୍କ ସବୁଠୁ ବଡ଼ ଭକ୍ତଙ୍କୁ ଆମ ସମ୍ମାନ ଜଣାଇବାକୁ  ଏପରି ପଦକ୍ଷେପ ଉଠାଇଛୁ । ତେଣୁ ପ୍ରଭୁ ହନୁମାନଙ୍କ ଉପସ୍ଥିତିରେ ଆମେ ସମସ୍ତେ ପ୍ରଭୁ ରାମଚନ୍ଦ୍ରଙ୍କ ଉପରେ ନିର୍ମିତ ଫିଲ୍ମ ‘ଆଦିପୁରୁଷ’କୁ ଦେଖିବା ଉଚିତ୍ ।

Advertisment

ଆଦିପୁରୁଷ ଏକ ବିଗ୍‌ ବଜେଟର ଫିଲ୍ମ ହୋଇଥିବା ବେଳେ ଏଥିରେ ୫ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଓମ୍‌ ରାଉତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସେ ପୂର୍ବରୁ ଅଜୟ ଦେବଗତ ଅଭିନୀତ ‘ତାନାଜୀ’ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ।

ଫିଲ୍ମ ରିଲିଜ ଡେଟ ପାଖେଇ ଆସୁଥିବା ବେଳେ ଏବେ ଏହା ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ବାହୁବଳୀ ପ୍ରଭାସ। ଆଜି ଭୋର ସମୟରେ ପ୍ରଭାସ ନିଜ ଟିମ୍‌ ସହ ତିରୁପତିସ୍ଥିତ ପ୍ରଭୁ ଭେଙ୍କେଟେଶ୍ୱରଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି। ଏହାପରେ ସେ ଭେଙ୍କେଟେଶ୍ୱର ୟୁନିଭରସିଟି ଷ୍ଟାଡିୟମରେ ଫିଲ୍ମର ପ୍ରମୋଶନ କରିଥିବା ଜଣାଯାଇଛି।

Prabhas Film
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe