ନିରାଶ କଲେ ପ୍ରଭାସ, ଟ୍ରୋଲ ହେଲେ

ମୁମ୍ବାଇ: ଚାତକ ଭଳି ଚାହିଁ ବସିଥିଲେ ଦର୍ଶକ। ହେଲେ ଶେଷରେ ସବୁ ଫସର ଫାଟିଗଲା। ଦର୍ଶକଙ୍କୁ ଖୁସି କରିବା ବଦଳରେ ନିରାଶ କରିଛନ୍ତି ସାଉଥ ସୁପରଷ୍ଟାର୍‌ ପ୍ରଭାସ। ସୋଶାଲ ମିଡିଆ ୟୁଜର୍ସମାନେ ନିଜର ପ୍ରିୟ ଷ୍ଟାର୍‌ ପ୍ରଭାସଙ୍କୁ ଶୁଣାଇଛନ୍ତି କଟୁ କଥା। ଏଥିସହ ତାଙ୍କୁ ଟ୍ରୋଲ ବି କରିଛନ୍ତି। ନିକଟରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ର ଟିଜର। ଏହି ଫିଲ୍ମର ଟିଜରକୁ ଲୋକେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ। ତେବେ ଏହି ଟିଜର […]

Prabhas

Prabhas

Madhupriya Mistry
  • Published: Monday, 03 October 2022
  • Updated: 03 October 2022, 12:53 PM IST

Sports

Latest News

ମୁମ୍ବାଇ: ଚାତକ ଭଳି ଚାହିଁ ବସିଥିଲେ ଦର୍ଶକ। ହେଲେ ଶେଷରେ ସବୁ ଫସର ଫାଟିଗଲା। ଦର୍ଶକଙ୍କୁ ଖୁସି କରିବା ବଦଳରେ ନିରାଶ କରିଛନ୍ତି ସାଉଥ ସୁପରଷ୍ଟାର୍‌ ପ୍ରଭାସ। ସୋଶାଲ ମିଡିଆ ୟୁଜର୍ସମାନେ ନିଜର ପ୍ରିୟ ଷ୍ଟାର୍‌ ପ୍ରଭାସଙ୍କୁ ଶୁଣାଇଛନ୍ତି କଟୁ କଥା। ଏଥିସହ ତାଙ୍କୁ ଟ୍ରୋଲ ବି କରିଛନ୍ତି।

ନିକଟରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ 'ଆଦିପୁରୁଷ'ର ଟିଜର। ଏହି ଫିଲ୍ମର ଟିଜରକୁ ଲୋକେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ। ତେବେ ଏହି ଟିଜର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନଙ୍କ ଏକ୍ସସାଇଟ୍‌ମେଣ୍ଟ ପାଣି ଫୋଟକା ଭଳି ଫାଟିଯାଇଛି। ଏହା ପଛର କାରଣ ହେଉଛି ଫିଲ୍ମରେ ବ୍ୟବହୃତ ହୋଇଥିବା ଖରାପ VFX।

https://twitter.com/trolee_/status/1576572799711252480?s=20&t=UrGEJ9VYSJCO9E6nS2pM1A

ରିଲିଜ ହୋଇଥିବା 'ଆଦିପୁରୁଷ'ର ଟିଜରରେ ପ୍ରଭାସଙ୍କୁ  ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ ମିଳିଛି,  ଯିଏ ମାତା ସୀତାଙ୍କୁ ଲଙ୍କାରୁ ଫେରାଇ ଆଣୁଛନ୍ତି। ରାମସୀତାଙ୍କ ସହିତ  ବାନର ସେନା ମଧ୍ୟ ଅଛନ୍ତି । ହେଲେ ଏହି ସମସ୍ତ ଦୃଶ୍ୟ ଦେଖିଲେ ଏହା ଏକ ଆନିମେସନ୍ ଫିଲ୍ମ ଭଳି ଦେଖାଯାଉଛି। ଏହା ଲାଇଭ୍ ଆକ୍ସନ୍ ଫିଲ୍ମ ଭଳି ଲାଗୁ ନାହିଁ।

ଏହାକୁ ନେଇ ହିଁ ଚିହିଁକି ଉଠିଛନ୍ତି ପ୍ରଶଂସକ। ସୋଶାଲ ମିଡିଆରେ ୟୁଜର୍ସମାନେ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ପ୍ରଭାସଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି। ୟୁଜର୍ସମାନେ VFX ଦେଖିବା ମାତ୍ରେ ଟିଜରକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଏହା ବ୍ୟତୀତ ସେମାନେ କହିଛନ୍ତି ନିର୍ଦ୍ଦେଶକ ଓମ୍ ରାଉତ ଶୀଘ୍ର ଏହି ଭୁଲକୁ ଠିକ୍ କରିବା ଉଚିତ୍। ଅନେକ ୟୁଜର୍ସ ଏହି ଟିଜରର VFXକୁ ପରିହାସ କରିଛନ୍ତି । କେହି କେହି ଥଟ୍ଟା କରି କହିଛନ୍ତି ଏହା କାର୍ଟୁନ୍ ନେଟୱର୍କ ଏବଂ ପୋଗୋ କାର୍ଟୁନ୍ ଚ୍ୟାନେଲର କାର୍ଟୁନ୍‌ ପରି ଲାଗୁଛି।

https://twitter.com/Dingle_12/status/1576617954451501056?s=20&t=u5A5W429Qqlo7J5cLG6gcA

ଏହା ବ୍ୟତୀତ #ଆଦିପୁରୁଷ #ଡିସାପଏଣ୍ଟ, #କାର୍ଟୁନ୍ ଭଳି ହ୍ୟାସ ଟ୍ୟାଗ ଗୁଡ଼ିକ ଟ୍ୱିଟର୍‌ରେ ଟ୍ରେଣ୍ଡ କରୁଛି। ବାନରସେନାରେ ମାଙ୍କଡ଼ମାନଙ୍କ ଭିନ୍ନ ଭିନ୍ନ ପ୍ରଜାତିକୁ ଦେଖାଯାଇଥିବା ଯୋଗୁ ମଧ୍ୟ ଅନେକ ୟୁଜର୍ସ ଆପତ୍ତି ଉଠାଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ ନିର୍ଦ୍ଦେଶକ ବାନର ସେନାର ସୈନିକମାନଙ୍କୁ ମୂଳ କାହାଣୀ ପରି ଅଧା ମାନବ ଏବଂ ଅଧା ମାଙ୍କଡ଼ କରିବା ଉଚିତ୍। କେବଳ ସେତିକି ନୁହେଁ, ସୈଫ ଅଲି ଖାନ ଓ ପ୍ରଭାସଙ୍କ ରୂପାନ୍ତର ମଧ୍ୟ ୟୁଜର୍ସମାନଙ୍କୁ ପସନ୍ଦ ଆସିନାହିଁ।

ନିର୍ଦ୍ଦେଶକ ଓମ ରାଉତ ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ରାମାୟଣର ଉପରେ ନିର୍ମାଣ କରିଛନ୍ତି। ଜାପାନର ଆନିମେଟେଡ୍ ଫିଲ୍ମ ରାମାୟଣ ଦେଖିବା ପରେ ଏହି ଚଳଚ୍ଚିତ୍ର ତିଆରି କରିବା ପାଇଁ ସେ ଚିନ୍ତା କରିଥିଲେ। କୋଭିଡ -୧୯ର ଲକଡାଉନ୍ ସମୟରେ ସେ ‘ଆଦିପୁରୁଷ’ର କାହାଣୀ ଲେଖିଥିଲେ। ଫିଲ୍ମର ବଜେଟ୍ ୫୦୦ କୋଟି ଟଙ୍କା ବୋଲି କୁହାଯାଉଛି। VFX କାର୍ଯ୍ୟରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି।

https://twitter.com/Sudhars67960104/status/1576578522570596352?s=20&t=UrGEJ9VYSJCO9E6nS2pM1A

ଫିଲ୍ମରେ ସୁପରଷ୍ଟାର ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ କ୍ରିତି ସାନନ୍ ସୀତା ଭୂମିକାରେ ଅଛନ୍ତି। ଲକ୍ଷ୍ମଣଙ୍କ ଭୂମିକାରେ ସନ୍ନି ସିଂହ ଓ ରାବଣ ଭୂମିକାରେ ସୈଫ୍‌ ଅଲି ଖାନ୍‌ଙ୍କୁ ଦେଖିବାକୁ ମିଳିବ। ରିଲିଜ ହୋଇଥିବା ଟିଜରରେ କ୍ରିତିଙ୍କର ଏକ ଛୋଟ ଏବଂ ସୁନ୍ଦର ଝଲକ ମଧ୍ୟ ଦେଖିବାକୁ ମିଳିଛି। ୧୨ ଜାନୁଆରୀ ୨୦୨୩ରେ ଫିଲ୍ମ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story