Advertisment

ଜୋତା ଚୋରି କଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଦ୍ମାବତ ଫେମ ଅଦିତି ରାଓ ହେଦରୀ ଶେଷରେ ଚୋରି କଲେ ଜୋତା। ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜୋତା ଚୋରି କରିଥିବା ନେଇ ଧରାପଡିଛନ୍ତି। ତାଙ୍କର ଏହି ଫଟୋ ଏବେ ସୋଶାଲ ମିଡିଆରା ଖୁବ ଭାଇରାଲ ହେଉଛି। ସୋମବାର ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ବୈଭବ ରେଖିଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି।  ତାଙ୍କର ଏହି ବିବାହ ଉତ୍ସବରେ ବି-ଟାଉର କିଛି କଳାକାର ସାମିଲ ହୋଇଥିଲେ। ଏହି ଅତିଥିଙ୍କ […]

ଅଦ୍ୟତନ ହୋଇଛି
ଜୋତା ଚୋରି କଲେ ଅଭିନେତ୍ରୀ

Aditi Rao Hydari

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଦ୍ମାବତ ଫେମ ଅଦିତି ରାଓ ହେଦରୀ ଶେଷରେ ଚୋରି କଲେ ଜୋତା। ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜୋତା ଚୋରି କରିଥିବା ନେଇ ଧରାପଡିଛନ୍ତି। ତାଙ୍କର ଏହି ଫଟୋ ଏବେ ସୋଶାଲ ମିଡିଆରା ଖୁବ ଭାଇରାଲ ହେଉଛି।

Advertisment

ସୋମବାର ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ବୈଭବ ରେଖିଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି।  ତାଙ୍କର ଏହି ବିବାହ ଉତ୍ସବରେ ବି-ଟାଉର କିଛି କଳାକାର ସାମିଲ ହୋଇଥିଲେ। ଏହି ଅତିଥିଙ୍କ ମଧ୍ୟରେ ମୁଖ୍ୟ ଅତିଥି ଥିଲେ ଅଭିନେତ୍ରୀ ଅଦିତି ରାଓ ହେଦରୀ। ସେ ଦିଆଙ୍କ ବିବାହରେ ତାଙ୍କ ଭଉଣୀ ସାଜି ବୈଭବ ତଥା ଭିଣେଇଙ୍କ ଜୋତା ଚୋରି କରିବା ପରମ୍ପରାକୁ ସମ୍ପନ୍ନ କରିଥିଲେ।

ଏଥିସହ ହାତର ବୈଭବଙ୍କ ଜୋତା ଧରି ପୋଜ ଦେଉଥିବା ଏକ ଫଟୋକୁ ମଧ୍ୟ ସେ ନିଜ ଇନଷ୍ଟାଗ୍ରାମରେ ସେଆର କରିଥିଲେ। ଏହି ଫୋଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରା ଲାଗିଛି। ଫଟୋରେ ଅଦିତି ଗୋଲାପି ରଙ୍ଗ ସାଢ଼ୀ ପିନ୍ଧିଥିବା ବେଳେ ହାତରେ ଜୋତା ଧରିଥିବା ଦେଖିବାକୁ ମିଳିଛି।

Advertisment

ସୂଚନାଯୋଗ୍ୟ ଯେ, ସୋମବାର ବୈଦିକ ରିତିନୀତିରେ ଦିଆଙ୍କ ଦ୍ୱିତୀୟ ବିବାହ ସିମ୍ପନ୍ନ ହୋଇଛି। ସେ ବୟଫ୍ରେଣ୍ଡ ତଥା ବ୍ୟବସାୟୀ ବୈଭବ ରେଖିଙ୍କ ହାତ ଧରିଛନ୍ତି। ବିବାହ ଉତ୍ସବରେ କେବଳ ଉଭୟଙ୍କର କିଛି ହାତ ଗଣତି ବନ୍ଧୁ ଉପସ୍ଥିତ ରହିଥିଲେ। ବାହାଘର ପରେ ଦିଆ ଓ ବୈଭବ ମିଡିଆ ଆଗକୁ ଆସି ‍ଫଟୋ ପୋଜ ଦେଇଥିଲେ। ଏଥିସହ ରିପୋର୍ଟରମାନଙ୍କୁ ମିଠା ମଧ୍ୟ ବାଣ୍ଟିଥିଲେ।

[caption id="attachment_619753" align="aligncenter" width="650"]Diya Mirza And Vaibhav ବୈଭବଙ୍କୁ ଦ୍ୱିତୀୟ ବିବାହ କଲେ ଦିଆ[/caption]

ବାହାଘର ପାଇଁ ଦିଆ ନାଲି ରଙ୍ଗର ବନାରସୀ ଶାଢ଼ି ପିନ୍ଧି ବେଶ ଆକର୍ଷଣୀୟ ଲାଗୁଥିଲେ। ଏହାପୂର୍ବରୁ ଦିଆଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଅନୁଷ୍ଠିତ ବାହାଘରର କିଛି ଫଟୋ ସାମ୍ନାକୁ ଆସିଥିଲା। ଏଥିରେ ଦିଆଙ୍କ ସହ ପଗଡ଼ି ପିନ୍ଧି ବୈଭବ ବେଦୀରେ ବସି ରହିଥିଲେ।

ତେବେ ଦିଆଙ୍କ ଏହା ପ୍ରଥମ ବିବାହ ନୁହେଁ। ଦିଆ ପୂର୍ବରୁ ସାହିଲ ସଙ୍ଘାଙ୍କ ସହ ବିବାହ କରିଥିଲେ। ୧୧ ବର୍ଷ ଏକାଠି ରହିବା ପରେ ୨୦୧୯ରେ ଦୁହେଁ ପରସ୍ପରଠାରୁ ଅଲଗା ହେବା ନେଇ ସୋଶାଲ ମିଡିଆ ଜରିଆରେ ଘୋଷଣା କରିଥିଲେ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe