Advertisment

ଆଉ ନାହାନ୍ତି ଅଦନାନ ସାମିଙ୍କ ମା'

୭୭ ବର୍ଷ ବୟସରେ ଅଦନାନଙ୍କ ମା' ବେଗମ ନୌରିନ୍‌ ସାମି ଖାନ୍‌ଙ୍କ ଦେହାନ୍ତ ହୋଇଛି।

author-image
Madhupriya Mistry
Adnan sami Mother Dies

Adnan sami Mother Dies

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ପୁଣି ଥରେ ଦୁଃଖଦ ଖବର। ଆଉ ନାହାନ୍ତି ବଲିଉଡର ଫେମସ୍‌ ସିଙ୍ଗର ଅଦନାନ ସାମିଙ୍କ ମା'। ତାଙ୍କର ଦେହାନ୍ତ ହୋଇଛି। ଏନେଇ ସିଙ୍ଗର୍‌ ଅଦନାନ ସାମି ନିଜେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।

Advertisment

୭୭ ବର୍ଷ ବୟସରେ ଅଦନାନଙ୍କ ମା' ବେଗମ ନୌରିନ୍‌ ସାମି ଖାନ୍‌ଙ୍କ ଦେହାନ୍ତ ହୋଇଛି। ଆଜି ସାକଳୁ ସେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ସୂଚନା ଦେଇ ସିଙ୍ଗର ଅଦନାନ ତାଙ୍କ ମା'ଙ୍କ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିସହ ନିଜ ଯନ୍ତ୍ରଣାକୁ ସେୟାର କରିଛନ୍ତି।

ତେବେ ସେ କିପରି ମୃତ୍ୟୁବରଣ କଲେ, ତାଙ୍କର କୌଣସି ରୋଗ ବା ବୟସ ସମ୍ବନ୍ଧୀୟ ସମସ୍ୟା ଥିଲା କି? ଏନେଇ ସେ କୌଣସି ସୂଚନା ଦେଇ ନାହାନ୍ତି। ଗାୟକଙ୍କ ମା’ଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ଜଣା ପଡିନାହିଁ। ଅଦନାନଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ବି-ଟାଉନରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପୋଷ୍ଟ ଦେଖି ବର୍ତ୍ତମାନ ଗାୟକଙ୍କ ଘନିଷ୍ଠ ଲୋକ ଏବଂ ତାଙ୍କ ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହୋଇ ପଡିଛନ୍ତି। ତାଙ୍କ ମା'ଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Advertisment

୧୫ ଅଗଷ୍ଟ ୧୯୭୧ରେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ ଅଦନାନ ସାମିଙ୍କ ମା' ଏବଂ ସେଠାରେ ହିଁ ସେ ବଢ଼ିଥିଲେ। ତାଙ୍କ ବାପା ଅର୍ଶଦ ସାମି ଖାନ ଜଣେ ଆଫଗାନିସ୍ତାନ, ପାକିସ୍ତାନର ପାସ୍ତୁନ ହୋଇଥିବାବେଳେ ମା' ନୌରିନ୍ ଖାନ୍ ଜାମ୍ମୁରୁ ଆସିଥିଲେ। ଅଦନାନଙ୍କ ବାପା ପାକିସ୍ତାନ ବାୟୁସେନାରେ ପାଇଲଟ ଥିଲେ। ପରେ ୧୪ ଦେଶରେ ପାକିସ୍ତାନର ରାଷ୍ଟ୍ରଦୂତ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Bollywood Adnan Sami Mother Dies