Advertisment

ଫ୍ରିଡମ୍ ଫାଇଟର୍ ସାଜିଲେ ସାରା

ଫିଲ୍ମରେ ସାରା ଭାରତର ମହିଳା ସ୍ୱାଧୀନତା ସଂଗ୍ରାମୀ ଉଷା ମେହେତାଙ୍କ ଭୂମିକାରେ ନଜର ଆସିବେ। ୧୯୪୨ ମସିହାରେ ବମ୍ବେ ଗୋୱାଲିଆ ଟ୍ୟାଙ୍କ ମଇଦାନ ଆନ୍ଦୋଳନରେ ଯିଏକି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

author-image
Madhupriya Mistry
ae watan mere watan movie teaser release

ଫ୍ରିଡମ୍ ଫାଇଟର୍ ସାଜିଲେ ସାରା

ଫ୍ରିଡମ ଫାଇଟର ସାଜିଲେ ସାରା ଅଲି ଖାନ୍। ଚୁଲବୁଲି ଅନ୍ଦାଜ ବଦଳରେ ଦେଖାଇଲେ ନିଜର ସିରିଏସ୍ ଲୁକ୍। ଦେହରେ ଧଳା ଶାଢ଼ୀ, ମଥାରେ ବିନ୍ଦି ଲଗାଇ ନନ୍ ଗ୍ଲାମରସ୍ ଲୁକ୍‌ରେ ଆସିଲେ ନଜର। ଇଂରେଜ୍ ସରକାରଙ୍କ ବିରୋଧରେ ଯାଇ ଭାରତୀୟଙ୍କୁ ଦେଲେ ବାର୍ତ୍ତା। ଏଭଳି ନୂଆ ଲୁକ୍‌ରେ ନଜର ଆସିଛନ୍ତି ରିଲିଜ ହୋଇଥିବା ‘ଏ ବତନ୍ ମେରେ ବତନ୍‌’ ଫିଲ୍ମର ଟିଜର୍‌ରେ।

Advertisment

ସାରା ଅଲି ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଏ ବତନ ମେରେ ବତନ’ ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍‌ରେ ରିଲିଜ ହେବ। ଏହି ଫିଲ୍ମରେ ସାରାଙ୍କୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭୂମିକାରେ ଦେଖିବାକୁ ମିଳିବ। ରିଲିଜ ହୋଇଥିବା ଟିଜରରେ ସାରା ଫ୍ରିଡମ ଫାଇଟର୍ ଲୁକ୍‌ରେ ଏକ ଘରେ ବନ୍ଦ ଅଛନ୍ତି। ସେ ରେଡିଓ ବାର୍ତ୍ତା ଜରିଆରେ ବ୍ରିଟିଶ ସରକାରଙ୍କ ବିରୋଧରେ ଭାରତୀୟଙ୍କୁ କିଛି କହୁଛନ୍ତି। ଏତିକି ବେଳେ ହଠାତ୍ କିଏ କବାଟ ବାଡଉଥିବା ଶବ୍ଦ ଶୁଣିବାକୁ ମିଳୁଛି। 

ଏହି ଫିଲ୍ମରେ ସାରା ଭାରତର ମହିଳା ସ୍ୱାଧୀନତା ସଂଗ୍ରାମୀ ଉଷା ମେହେତାଙ୍କ ଭୂମିକାରେ ନଜର ଆସିବେ। ୧୯୪୨ ମସିହାରେ ବମ୍ବେ ଗୋୱାଲିଆ ଟ୍ୟାଙ୍କ ମଇଦାନ ଆନ୍ଦୋଳନରେ ଯିଏକି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୧୯୪୨ରେ ହିଁ ମହାତ୍ମା ଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ଆରମ୍ଭ କରିଥିଲେ। 

Advertisment

‘ଏ ବତନ ମେରେ ବତନ୍‌’ ଫିଲ୍ମର ଟିଜର ଜରିଆରେ ଭରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ସମସ୍ତ ନିର୍ଭିକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଧର୍ମଟିକ୍ ଏଣ୍ଟରଟେନ୍‌ମେଣ୍ଟ ପ୍ରଡକ୍ସନ ବ୍ୟାନର ତଳେ ତିଆରି ଏହି ଫିଲ୍ମକୁ କରଣ ଜୋହର ଓ ଅପୂର୍ବ ମେହେତା ପ୍ରଡ୍ୟୁସ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କନ୍ନନ୍ ଆୟର୍। ଫିଲ୍ମଟି ସତ ଘଟଣା ଉପରେ ଆଧାରିତ।