Advertisment

ଅଫତାବଙ୍କ ଆକାଉଣ୍ଟରେ କଳା କନା ବୁଲାଇଲେ ସାଇବର ଲୁଟେରା

ଗତ ରବିବାର ଅଫତାବଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା। ଯେଉଁଥିରେ ତାଙ୍କୁ ନିଜ KYC ଅପଡେଟ୍‌ କରିବାକୁ କୁହାଯାଇଥିଲା।

Aftab Shivdasani

Aftab Shivdasani

Advertisment

ସାଇବର ଠକେଇଙ୍କ ଶିକାର ହେଲେ ବଲିଉଡ ହିରୋ ଅଫତାବ ଶିବଦସାନୀ। KYC ଅପଡେଟ୍‌ କରିବା ନାଁରେ ସାଇବର ଠକ ଅଫତାବଙ୍କଠାରୁ ଲୁଟି ନେଲେ ଦେଢ ଲକ୍ଷ ଟଙ୍କା । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଗତ ରବିବାର ଅଫତାବଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା। ଯେଉଁଥିରେ ତାଙ୍କୁ ନିଜ KYC ଅପଡେଟ୍‌ କରିବାକୁ କୁହାଯାଇଥିଲା। ଏହାପରେ ଅଫତାବ ଉକ୍ତ ମେସେଜ ଉପରେ କ୍ଲିକ୍‌ କରିବାରୁ ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟି ଯାଇଥିଲା।

ଏନେଇ ସେ ବ୍ୟାଙ୍କକୁ ଅବଗତ କରିବା ପରେ ଥାନାରେ ଏକ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଫତାବ ବଲିଉଡର ସୁପରହିଟ୍‌ ଫିଲ୍ମ ମସ୍ତ, ମସ୍ତି, ହଙ୍ଗାମା ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

Advertisment

ଅଫତାବଙ୍କ ପୂର୍ବରୁ ବଲିଉଡ ଅଭିନେତା ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫଙ୍କ ଆକାଉଣ୍ଟରୁ ୫୮ ଲକ୍ଷ ଟଙ୍କା ଲୁଟ୍‌ ହୋଇ ଯାଇଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ବଲିଉଡ ଅଭିନେତା ଅନୁ କପୁରଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଠକେଇ ହେବା ଅଭିଯୋଗରେ ପୁଲିସ୍‌ ଜଣଙ୍କୁ ବାନ୍ଧିଥିଲା। 

Cyber Fraud Cyber Loot Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe