ବିବାହ ଚର୍ଚ୍ଚା ଭିତରେ ରୋମାଣ୍ଟିକ ହେଲେ ରାଖୀ, ଶେଆର କଲେ ବେଡ୍‌ରୁମ୍ ଭିଡିଓ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱାନ୍ତ। ଆଦିଲ୍ ଖାନ୍‌ଙ୍କ ସହ ତାଙ୍କ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ସେ ତାଙ୍କ ବୟଫ୍ରେଣ୍ଡ ଆଦିଲ ଖାନ୍ ଦୁରାନୀଙ୍କ ସହ ମୁସ୍‌ଲିମ୍ ରୀତିନୀତିରେ ବିବାହ କରିଥିବା ନେଇ ଦାବି କରିଛନ୍ତି। ଆଦିଲ୍ କିନ୍ତୁ ଏହି ବିବାହକୁ ମାନିବାକୁ ସଫା ସଫା ମନା କରିଦେଇଛନ୍ତି। ଏହି କଥାକୁ ନେଇ ରାଖୀ ମିଡିଆ ଆଗରେ ଭୋ ଭୋ ହୋଇ କାନ୍ଦୁଥିବା ନଜର ଆସିଥିଲେ। ଆଦିଲ ତାଙ୍କୁ ଧୋକା ଦେଇଥିବା […]

rakhi-sawant

Madhupriya Mistry
  • Published: Monday, 16 January 2023
  • , Updated: 16 January 2023, 01:15 PM IST

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱାନ୍ତ। ଆଦିଲ୍ ଖାନ୍‌ଙ୍କ ସହ ତାଙ୍କ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ସେ ତାଙ୍କ ବୟଫ୍ରେଣ୍ଡ ଆଦିଲ ଖାନ୍ ଦୁରାନୀଙ୍କ ସହ ମୁସ୍‌ଲିମ୍ ରୀତିନୀତିରେ ବିବାହ କରିଥିବା ନେଇ ଦାବି କରିଛନ୍ତି। ଆଦିଲ୍ କିନ୍ତୁ ଏହି ବିବାହକୁ ମାନିବାକୁ ସଫା ସଫା ମନା କରିଦେଇଛନ୍ତି। ଏହି କଥାକୁ ନେଇ ରାଖୀ ମିଡିଆ ଆଗରେ ଭୋ ଭୋ ହୋଇ କାନ୍ଦୁଥିବା ନଜର ଆସିଥିଲେ। ଆଦିଲ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ମଧ୍ୟ ଆଣିଥିଲେ। କିନ୍ତୁ ଏତେ ସବୁ ପରେ ରାଖୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯାହା ଦର୍ଶକଙ୍କୁ କନ୍‌ଫ୍ୟୁଜ କରାଉଛି।

ବିବାହ ବିବାଦ ଭିତରେ ଆଦିଲଙ୍କ ସହ ରୋମାଣ୍ଟିକ ହୋଇଛନ୍ତି ରାଖୀ। ସେ ଶେଆର କରିଛନ୍ତି ବେଡ୍‌ରୁମ୍ ଭିଡିଓ। ଦୁହେଁ ପରସ୍ପରକୁ ରୋମାଣ୍ଟିକ୍ ଅନ୍ଦାଜରେ କିସ୍ କରୁଥିବା ନଜର ଆସିଛନ୍ତି। ଆଦିଲଙ୍କ ସହ ରାଖୀଙ୍କ ରୋମାଣ୍ଟିକ ଭିଡିଓକୁ ଦେଖି ଲୋକେ କନ୍‌ଫ୍ୟୁଜ ହୋଇପଡିଛନ୍ତି।

 

View this post on Instagram

 

A post shared by Rakhi Sawant (@rakhisawant2511)

ୟୁଜର୍ସମାନେ ରାଗିଯାଇ ଏହା କ’ଣ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି। ୟୁଜର୍ସମାନେ ରାଖୀଙ୍କୁ ଜୋରଦାର ଟ୍ରୋଲ ମଧ୍ୟ କରୁଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, କେତେ ହସୁଛ, କେବେ କାନ୍ଦୁଛ। ବୁଝାପଡୁନି ଏ କ’ଣ ଚାଲିଛି। କାହିଁକି ଏ ଡ୍ରାମା କରୁଛ। ଆଉ କିଛି ୟୁଜର୍ସ ପବ୍ଲିସିଟି ଷ୍ଟଣ୍ଟ ପାଇଁ ରାଖୀ ଏଭଳି କରୁଥିବା କହିଛନ୍ତି।

ବାସ୍ତବରେ, ଯେବେଠୁ ଆଦିଲ ଖାନ୍ ରାଖୀଙ୍କ ସହ ହୋଇଥିବା ବିବାହକୁ ଗ୍ରହଣ କରିବାକୁ ମନା କରିଛନ୍ତି ସେବେଠୁ ସେ କାନ୍ଦୁଛନ୍ତି। ସେ ଏପରିକି କ୍ୟାମେରା ଆଗରେ ସେ ଭୋ ଭୋ ହୋଇ କାନ୍ଦୁଥିବା ନଜର ଆସିଥିଲେ। ସେ କାନ୍ଦି କାନ୍ଦି କହିଥିଲେ, ‘ମୋ ଭାଗ୍ୟରେ ଏତେ ଯନ୍ତ୍ରଣା କାହିଁକି? ଏତେ ଦୁଃଖରେ ମୁଁ ଖାଇପାରୁନି କି ଶୋଇପାରୁନି। ମୁଁ କିଛି କରିପାରୁନି।’

ଉଲ୍ଲେଖଯୋଗ୍ୟ, ନିକଟରେ ରାଖୀ ଆଦିଲଙ୍କ ସହ ବିବାହ କରିନେଇଥିବା ନେଇ ଖୁଲାସା କରିଥିଲେ। କେବଳ ସେତିକି ନୁହେଁ ବିବାହ ବେଳର ଫଟୋକୁ ମଧ୍ୟ ସେ ଶେଆର କରିଥିଲେ। ୭ ମାସ ପୂର୍ବେ ମୁସଲିମ୍ ରୀତିନୀତି ଅନୁସାରେ ନିଜ ନାଁ ବଦଳାଇ ଆଦିଲଙ୍କ ସହ ବିବାହ କରିଥିବା ନେଇ ରାଖୀ ସୋଶାଲ ମିଡିଆରେ ଖୁଲାସା କରିଥିଲେ। ଏଥିସହ ଏହି ବିବାହକୁ ଆଦିଲ ଗ୍ରହଣ କରୁନଥିବା ନେଇ ମଧ୍ୟ ରାଖୀ ଅଭିଯୋଗ ଆଣିଥିଲେ।

Related story