Advertisment

ଫିଲ୍ମ ରିଲିଜ ପୂର୍ବରୁ ଟାର୍ଗେଟ୍‌ରେ ଅକ୍ଷୟ ଓ ରାଇଟର୍‌ କନିକା

ମୁମ୍ବାଇ: ପୁଣି ଟାର୍ଗେଟ୍‌ରେ ବଲିଉଡର ଆଉ ଏକ ଫିଲ୍ମ। ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ନେଇ ବିବାଦ ଥମିବାର ନା ଧରୁନି। ଏହାରି ଭିତରେ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ ଉପରେ ମଧ୍ୟ ସଙ୍କଟର କଳା ବାଦାଲ ଛାଇ ଯାଇଥିବା ଦେଖିବାକୁ ମିଳିଛି। ଅପ୍‌କମିଂ ଫିଲ୍ମ ‘ରକ୍ଷା ବନ୍ଧନ’କୁ ନେଇ ସୋଶାଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ୟୁଜର୍ସ। ଏଥିସହ ଫିଲ୍ମର ରାଇଟର୍‌ଙ୍କୁ ମଧ୍ୟ ସେମାନେ ଟାର୍ଗେଟ୍‌ […]

ଅଦ୍ୟତନ ହୋଇଛି
ଫିଲ୍ମ ରିଲିଜ ପୂର୍ବରୁ ଟାର୍ଗେଟ୍‌ରେ ଅକ୍ଷୟ ଓ ରାଇଟର୍‌ କନିକା

Akshya Kumar

Advertisment

ମୁମ୍ବାଇ: ପୁଣି ଟାର୍ଗେଟ୍‌ରେ ବଲିଉଡର ଆଉ ଏକ ଫିଲ୍ମ। ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା'କୁ ନେଇ ବିବାଦ ଥମିବାର ନା ଧରୁନି। ଏହାରି ଭିତରେ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ ଉପରେ ମଧ୍ୟ ସଙ୍କଟର କଳା ବାଦାଲ ଛାଇ ଯାଇଥିବା ଦେଖିବାକୁ ମିଳିଛି। ଅପ୍‌କମିଂ ଫିଲ୍ମ 'ରକ୍ଷା ବନ୍ଧନ'କୁ ନେଇ ସୋଶାଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ୟୁଜର୍ସ। ଏଥିସହ ଫିଲ୍ମର ରାଇଟର୍‌ଙ୍କୁ ମଧ୍ୟ ସେମାନେ ଟାର୍ଗେଟ୍‌ କରିଛନ୍ତି।

Advertisment

ନିକଟରେ ଫିଲ୍ମର ରାଇଟର୍‌ କନିକା ଢ଼ିଲୋନ୍‌ କରିଥିବା ଏକ ଟ୍ୱିଟ୍‌ର ସ୍କ୍ରିନ୍‌ଶଟ୍‌ ସୋଶାଲ ମିଡିଆରେ ଘୁରି ବୁଲୁଛି। ଏହି ଟ୍ୱିଟ୍‌ରେ କୁଆଡେ ସେ ହିନ୍ଦୀ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଏହି ଟ୍ୱିଟ୍‌ର ସ୍କ୍ରିନ୍‌ଶଟ୍‌କୁ ଶେଆର କରି ୟୁଜର୍ସମାନେ ଫିଲ୍ମକୁ ବୟକଟ୍‌ କରିବାକୁ ଦାବି କରିଛନ୍ତି। ସୋସାଲ ମିଡିଆରେ #BoycottRakshaBandhanMovie ଟ୍ରେଣ୍ଡ କରୁଛି।

କିଛି ୟୁସର୍ଜ କହିଛନ୍ତି, 'କନିକା ଢ଼ିଲୋନ୍ ହିନ୍ଦୁ ସଂସ୍କୃତି ବିରୋଧରେ ବିବାଦୀୟ କଥା କହିଛନ୍ତି। କାନିକା ବେଳେବେଳେ ମୋଦୀ ସରକାରଙ୍କୁ ବାଣ ମାରନ୍ତି ତ ଆଉ କେତେବେଳେ ସେ ବିଜେପିକୁ ଟାର୍ଗେଟ କରିଥିଲେ ବୋଲି ଲୋକଙ୍କ ବିଶ୍ୱାସ। ସେ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ବାରମ୍ବାର ଆଘାତ କରିଛନ୍ତି।'

Advertisment

ଉଲ୍ଲେଖଯୋଗ୍ୟ କିଛି ଦିନ ପୂର୍ବେ ଫିଲ୍ମ ରାଇଟର୍‌ କନିକା ଗୋ-ମୂତ୍ର ଉପରେ ନିଜ ମନ୍ତବ୍ୟ ଦେଇ ଟ୍ୱିଟରେ ଲେଖିଥିଲେ, 'ପାର୍କିଂ ସ୍ଥଳରେ ରୋଗୀ ଡାକ୍ତରଖାନାରେ ବେଡ୍‌ ପାଇବାକୁ ଅପେକ୍ଷା କରି ମରିଛନ୍ତି…ଏଗୁଡ଼ିକ ଅଚ୍ଛେ ଦିନ! ଭାରତ ସୁପର ପାୱାର୍! ଗୋ-ମୂତ୍ର ପିଇବା ଦ୍ୱାରା କରୋନା ଚାଲିଯିବ!'

ତାଙ୍କର ଏହି ପୁରୁଣା ଟ୍ୱିଟ୍‌କୁ ନେଇ ବିବାଦ ଉପୁଜିଛି। ଲୋକଙ୍କ କହିବା କଥା ହେଲା କନିକା ଗୋ-ମାତାଙ୍କ ନିଜ ଟ୍ୱିଟ୍‌ ମାଧ୍ୟମରେ ଅନେକ ଥର ପରିହାସ କରିଛନ୍ତି। ଏଥିପାଇଁ ତାଙ୍କ ଫିଲ୍ମକୁ ବୟକଟ୍‌ କରିବା ପାଇଁ ତାଙ୍କର କିଛି ସମାଲୋଚକ ଦାବି ଉଠାଇଛନ୍ତି।

କେବଳ କନିକା ନୁହନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ଅକ୍ଷୟ କୁମାରଙ୍କ ପୁରୁଣା ବୟାନକୁ ନେଇ ମଧ୍ୟ ବିବାଦ ଉପୁଜିଛି। ଯେଉଁଠାରେ ଅଭିନେତାମାନେ ଶିବଲିଙ୍ଗ ଉପରେ କ୍ଷୀର ଢ଼ାଳିବା ଅର୍ଥ ସମୟ ନଷ୍ଟ କରିବାକୁ କହୁଛନ୍ତି ସେଠି ଫିଲ୍ମ 'ସମ୍ରାଟ ପୃଥ୍ୱୀରାଜ ଚୌହାନ'ର ପ୍ରମୋସନ ବେଳେ ସେ ଭକ୍ତି ରଙ୍ଗରେ ରଙ୍ଗେଇ ହୋଇଥିବା ନଜର ଆସିଥିଲେ। ଏଭଳି ଦୋମୁହାଁ ଚରିତ୍ରକୁ ଦେଖି ଲୋକମାନେ ଖିଲାଡି କୁମାରଙ୍କୁ କପଟୀ ବୋଲି କହୁଛନ୍ତି। ଏଥିସହ ୟୁଜର୍ସମାନେ ଅକ୍ଷୟଙ୍କ ଫିଲ୍ମ ଦେଖି ଟଙ୍କା ନଷ୍ଟ କରିବା ବଦଳରେ, ଫିଲ୍ମକୁ ବୟକଟ୍‌ କରିବାକୁ ଦାବି କରିଛନ୍ତି।

ସୂଚନା ମୁତାବକ, କନିକା ବଲିଉଡର ଫେମସ୍‌ ରାଇଟର୍‌ ଓ ସ୍କ୍ରିନ୍‌ରାଇଟର୍‌ଙ୍କ ମଧ୍ୟରୁ ଜଣେ। ଫିଲ୍ମ 'ରକ୍ଷା ବନ୍ଧନ'କୁ ଆନନ୍ଦ ଏଲ୍‌ ରୟ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଭାଇ ଭଉଣୀର ଅତୁଟ ସମ୍ପର୍କକୁ ଚିତ୍ରଣ କରାଯାଇଛି। ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ଅକ୍ଷୟ କୁମାର ଓ ଭୂମି ପେଡନେକର୍‌ ଅଛନ୍ତି। ଆସନ୍ତା ୧୧ ତାରିଖରେ ଫିଲ୍ମଟି ପରଦାକୁ ଆସିବ।

https://twitter.com/TweetKaregaAmit/status/1554154345255649285?s=20&t=JSnTd59uUMSbVI_EDsg5Iw

https://twitter.com/BesuraTaansane/status/1554359403041591297?s=20&t=ORMIQDVVhaPqy4LHMFAH7w

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe