Advertisment

ରଶ୍ମିକାଙ୍କ ଭିଡିଓ ପରେ କ୍ୟାଟ୍ରିନାଙ୍କ AI ପ୍ରସ୍ତୁତ ଫଟୋ ଭାଇରାଲ

ମୂଳ ଚିତ୍ରରେ କ୍ୟାଟ୍ରିନା ଏକ ଟାୱେଲ ପିନ୍ଧି ହଲିଉଡ ଷ୍ଟଣ୍ଟୱମ୍ୟାନଙ୍କ ସହ ଫାଇଟ୍ କରୁଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Katrina Kaif

Katrina Kaif

Advertisment

ରଶ୍ମିକା ମନ୍ଦନାଙ୍କ ପରେ ଡିପଫେକ୍ ଟେକ୍ନୋଲୋଜିର ଶିକାର ହେଲେ କ୍ୟାଟ୍ରିନା କୈଫ। କ୍ୟାଟ୍ରିନାଙ୍କ ଆଗକୁ ଆସୁଥିବା ଟାଇଗର-3 ଫିଲ୍ମର ଏକ ଦୃଶ୍ୟକୁ ବିକୃତ କରାଯାଇ ଅପଲୋଡ କରାଯାଇଛି, ଯାହାକୁ ନେଇ ପୁଣି ଥରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଦୁର୍ବ୍ୟବହାର ଉପରେ ଚିନ୍ତା ସୃଷ୍ଟି ହୋଇଛି।

Advertisment

ମୂଳ ଚିତ୍ରରେ କ୍ୟାଟ୍ରିନା ଏକ ଟାୱେଲ ପିନ୍ଧି ହଲିଉଡ ଷ୍ଟଣ୍ଟୱମ୍ୟାନଙ୍କ ସହ ଫାଇଟ୍ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଫଟୋକୁ ଡିଜିଟାଲ ଏଡିଟ୍ କିମ୍ବା ଡିପଫେକରେ ପରିବର୍ତ୍ତନ କରାଯାଇ କୈଫଙ୍କ ଟାୱଲ ବଦଳରେ କମ୍ କଟା ଧଳା ଟପ୍ ଏବଂ ମ୍ୟାଚ୍ ହେଉଥିବା ସର୍ଟ ସ୍କଟ୍ ଡ୍ରେସ୍ ରଖାଯାଇଛି। 

Advertisment

ମନ୍ଦାନାଙ୍କ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପକରଣ ବ୍ୟବହାର କରାଯାଇ ମୁହଁର ଫଟୋ ଏବଂ ଭିଡିଓ ଏଡିଟ୍ କରାଯାଇଥିଲା। କ୍ୟାଟ୍ରିନାଙ୍କ ଫଟୋରେ ଯେଉଁପରି ଭାବେ ତାଙ୍କ ଡ୍ରେସ୍-ଅପ୍ ଏଡିଟ୍ କରାଯାଇଛି ତାହା ଏଆଇରେ ଉଦ୍ଦେଶ୍ୟମୂଳକ ଭାବେ ବିଭ୍ରାନ୍ତିକର କଣ୍ଟେଣ୍ଟ ପ୍ରସ୍ତୁତ କରାଯାଉଥିବାକୁ ଇଙ୍ଗିତ କରୁଛି। 

ସୋଶାଲ ମିଡିଆରେ କ୍ୟାଟ୍ରିନାଙ୍କ ଡିପଫେକ ଫଟୋ ଉପରେ ଅନେକ ଉପଭୋକ୍ତା ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଟାଇଗର-3ର କ୍ୟାଟ୍ରିନା କୈଫଙ୍କ ଟାୱେଲ ସିନ୍(ଦୃଶ୍ୟ) ବିକୃତ ହୋଇଛି। ଏହା ପ୍ରକୃତରେ ଲଜ୍ଜାଜନକ।" ସେହିପରି ଅନ୍ୟ ୟୁଜର୍ ଲେଖିଛନ୍ତି, "ଡିପଫେକ୍ ପ୍ରକୃତରେ ଭୟାନକ! ମୁଁ ଭାବୁଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ!" AI ବିପଜ୍ଜନକ ହେବାକୁ ଯାଉଛି ବୋଲି ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି।

ପ୍ରକାଶ ଥାଉ କି ନିକଟରେ ରଶ୍ମିକାଙ୍କର ଏକ ଏଆଇ ଏଡିଟେଡ୍ ଭିଡିଓ ଭାଇରାଲ୍ ହୋଇଥିଲା। ଆର୍ଟିଫିସିଆର୍ ଇଣ୍ଟେଲିଜେନ୍ସର ଡିପଫେକ୍ ଟେକ୍ନୋଲୋଜି ବ୍ୟବହାର କରାଯାଇ ଏହି ଭିଡିଓ ଏଡିଟ୍ କରାଯାଇଥିଲା। ରଶ୍ମିକାଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆଣିବା ପାଇଁ ଭିଡିଓଟି ଏପରି ଏଡିଟ୍‌ କରାଯାଇଥିବା ସନ୍ଦେହ କରାଯାଏ। 

Katrina Kaif Rashmika Mandanna Deepfake Pic Tiger 3 AI Generated Pic Katrina Kaif AI Pic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe