ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାଏ ବାଏ କହିଲେ ଆଉ ଜଣେ ଅଭିନେତ୍ରୀ

ମୁମ୍ବାଇ: ଲାଇମ୍‌ ଲାଇଟ୍‌ରୁ ଦୂରେଇ ଗଲେ ଆଉ ଜଣେ ଅଭିନେତ୍ରୀ। ସନା ଖାନ ଏବଂ ଜାଏରା ୱାସିମଙ୍କ ପରେ ଭୋଜପୁରୀ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିଛନ୍ତି। ଭୋଜପୁରୀ ଫଲ୍ମର ଜଣାଶୁଣା ଅଭିନେତ୍ରୀ ସାହର ଆଫଶା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଏନେଇ ସୂଚନା ଦେଇଛନ୍ତି। ଇସଲାମ ପାଇଁ ଏହି ଅଭିନେତ୍ରୀ ଫିଲ୍ମ ଦୁନିଆକୁ ବାଏ ବାଏ କହିଛନ୍ତି। ଏଭଳି ଘୋଷଣା କରି ସେ ନିଜର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ପୋଷ୍ଟ […]

actress sahar-afsha

Madhupriya Mistry
  • Published: Saturday, 08 October 2022
  • , Updated: 08 October 2022, 03:12 PM IST

ମୁମ୍ବାଇ: ଲାଇମ୍‌ ଲାଇଟ୍‌ରୁ ଦୂରେଇ ଗଲେ ଆଉ ଜଣେ ଅଭିନେତ୍ରୀ। ସନା ଖାନ ଏବଂ ଜାଏରା ୱାସିମଙ୍କ ପରେ ଭୋଜପୁରୀ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିଛନ୍ତି। ଭୋଜପୁରୀ ଫଲ୍ମର ଜଣାଶୁଣା ଅଭିନେତ୍ରୀ ସାହର ଆଫଶା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଏନେଇ ସୂଚନା ଦେଇଛନ୍ତି।

ଇସଲାମ ପାଇଁ ଏହି ଅଭିନେତ୍ରୀ ଫିଲ୍ମ ଦୁନିଆକୁ ବାଏ ବାଏ କହିଛନ୍ତି। ଏଭଳି ଘୋଷଣା କରି ସେ ନିଜର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ଶେଆର କରି ସାହର ଆଫଶା ଲେଖିଛନ୍ତି, 'ମୁଁ ଆପଣଙ୍କୁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ମୋର ଏଥିସହ ଆଉ କୌଣସି ସମ୍ପର୍କ ନାହିଁ। ଇନଶାଲ୍ଲାହ, ମୁଁ ଇସଲାମିକ ଶିକ୍ଷା ଏବଂ ଅଲ୍ଲାହଙ୍କ ଆଶୀର୍ବାଦ ଅନୁଯାୟୀ ପରବର୍ତ୍ତୀ ଜୀବନରେ ବଞ୍ଚିବାକୁ ଇଚ୍ଛା କରୁଛି। ମୁଁ ଅଲ୍ଲାହଙ୍କ ଠାରେ ଅନୁତାପ କରେ ଏବଂ ମୁଁ ଅଲ୍ଲାହଙ୍କୁ କ୍ଷମା ମଧ୍ୟ ମାଗୁଛି। ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସବୁକିଛି ଶେଷ କରିବାକୁ ଚାହୁଁଛି।'

ସାହରଙ୍କ ପୂର୍ବରୁ ସନା ଖାନ୍‌ ମଧ୍ୟ ଏଭଳି ହିଁ ପୋଷ୍ଟ କରିଥିଲେ। ସାହରଙ୍କ ପୋଷ୍ଟରେ ସନା ଖୁସି ପ୍ରକଟ କରିଛନ୍ତି। ସାହର ଏବେ ସନା ଖାନଙ୍କ ସହ ମିଶି ଆଲ୍ଲାହାଙ୍କ ସେବାରେ ଲାଗି ପଡିଛନ୍ତି। ସୋଶାଲ ମିଡିଆରେ ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ସାହର ଭୋଜପୁରୀ ସିନେମାର ଏକ ଜଣାଶୁଣା ନାଁ। ସେ ଖେସରୀ ଲାଲ ଯାଦବ, ପବନ ସିଂହଙ୍କ ଭଳି ବଡ ବଡ ଭୋଜପୁରୀ ଅଭିନେତାଙ୍କ ସହ କାମ କରିଛନ୍ତି। ସାହରଙ୍କ ଗୀତ ଏବଂ ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ମଧ୍ୟ ହୁଏ।

Related story