ପୁଣି ପ୍ରେମରେ ପଡ଼ିଲେ ରିଆ, ମିଷ୍ଟ୍ରି ମ୍ୟାନ୍‌ଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ତେବେ ଏଥର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଜୀବନରେ ଏଣ୍ଟ୍ରି କରିଛନ୍ତି ଜଣେ ମିଷ୍ଟ୍ରି ମ୍ୟାନ୍। ସୁଶାନ୍ତଙ୍କ ମୃତ୍ୟୁ ପରେ ପୁଣି ଥରେ ପ୍ରେମରେ ପଡିଛନ୍ତି ଏହି ଅଭିନେତ୍ରୀ। ଏଭଳି କିଛି ଖବର ଏବେ ଶୁଣିବାକୁ ମିଳିଛି। ରିଆ ଏବେ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ […]

rhea-chakraborty

Madhupriya Mistry
  • Published: Thursday, 08 December 2022
  • , Updated: 08 December 2022, 04:09 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ତେବେ ଏଥର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଜୀବନରେ ଏଣ୍ଟ୍ରି କରିଛନ୍ତି ଜଣେ ମିଷ୍ଟ୍ରି ମ୍ୟାନ୍। ସୁଶାନ୍ତଙ୍କ ମୃତ୍ୟୁ ପରେ ପୁଣି ଥରେ ପ୍ରେମରେ ପଡିଛନ୍ତି ଏହି ଅଭିନେତ୍ରୀ। ଏଭଳି କିଛି ଖବର ଏବେ ଶୁଣିବାକୁ ମିଳିଛି।

ରିଆ ଏବେ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଏବେ ରିଆ ପୁଣି ଥରେ ଆଉ ଜଣଙ୍କୁ ନିଜ ମନ ଦେଇଛନ୍ତି। ସେ ସୀମା ସଜଦେହଙ୍କ ଭାଇ ବଣ୍ଟି ସଜଦେହଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳିଛି। ଏଦୁହେଁ ଲିଭ୍ ଇନ୍‌ରେ ରହୁଥିବା ମଧ୍ୟ କୁହାଯାଉଛି । ତେବେ ରିଆ ନିଜର ଏହି ସମ୍ପର୍କକୁ ପୂରାପୁରି ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି।

ବଣ୍ଟି ସ୍ପୋର୍ଟସ୍ ଏବଂ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରିର ଏକ ଟ୍ୟାଲେଣ୍ଟେଡ ସଂସ୍ଥାର ମାଲିକ। ଏକ ରିପୋର୍ଟରୁ ଜଣାପଡିଛି ଯେ, ବଣ୍ଟି ଓ ରିଆ ଏବେ ଏକାଠି ଅଛନ୍ତି। ଗତ କିଛି ବର୍ଷ ମଧ୍ୟରେ ରିଆ ଯେଉଁ ପରିସ୍ଥିତି ଦେଇ ଗତି କରିଛନ୍ତି, ଏଭଳି ସ୍ଥିତିରେ ବଣ୍ଟି ଏବେ ତାଙ୍କର ସପୋର୍ଟ ସିଷ୍ଟମ ପାଲଟି ଯାଇଛନ୍ତି । କହିବାକୁ ଗଲେ ବଣ୍ଟି ହେଉଛନ୍ତି, ସୋହେଲ ଖାନ୍‌ଙ୍କ ପୂର୍ବତନ ପତ୍ନୀ ସୀମା ସଜଦେହଙ୍କ ଭାଇ। ସେ କର୍ଣ୍ଣରଷ୍ଟୋନ୍ ସ୍ପୋର୍ଟର ସିଇଓ ଅଟନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୦ରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ରିଆ ଚକ୍ରବର୍ତ୍ତୀଙ୍କ ଅଡୁଆ ବଢ଼ିଥିଲା। ତାଙ୍କ ମୃତ୍ୟୁରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ ରିଆଙ୍କ ହାତ ଥିବା ଖବର ସାମ୍ନାକୁ ଆସିଥିଲା। ସୁଶାନ୍ତଙ୍କ ପରିବାର ଲୋକେ ମଧ୍ୟ ପୁଅ ମୃତ୍ୟୁ ପାଇଁ ରିଆଙ୍କୁ ଦାୟୀ କରିଥିଲେ। ଏହାପରେ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଦୀର୍ଘ ଏକ ମାସ ଜେଲ୍‌ରେ ରହିବା ପରେ ସେ ଜାମିନ୍‌ରୁ ଜେଲ୍‌ରୁ ମୁକୁଳିଥିଲେ। ଏହାପରେ ମିଡିଆ ସାମ୍ନାକୁ ସେ ଆସୁନଥିଲେ। ସେ ଅଧିକ ସମୟ ଗଣମାଧ୍ୟମର କ୍ୟାମେରା ଆଗରୁ ଦୂରେଇ ରହୁଥିଲେ।

Related story