ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ କହିଲେ- ଅଧିକ ଆଶା ରଖନି

ମୁମ୍ବାଇ: ଚର୍ଚ୍ଚାରେ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ବ୍ୟବସାୟୀ ଲଳିତ ମୋଦିଙ୍କ ପ୍ରେମ ସମ୍ପର୍କ। ଲଳିତ ମୋଦିଙ୍କ ସହ ସୁସ୍ମିତାଙ୍କ ରୋମାନ୍ସକୁ ନେଇ ସୋଶାଲ ମିଡିଆରେ ମଧ୍ୟ ନିଆଁ ଲାଗିଛି। ଅନେକ ୟୁଜର୍ସ ସୁସ୍ମିତାଙ୍କୁ ଟଙ୍କା ଲୋଭି କହୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। ଏହାରି ଭିତରେ ଏବେ ସୁସ୍ମିତାଙ୍କ ପୂର୍ବତନ ବୟଫ୍ରେଣ୍ଡ ରୋହମାନ ସଲ୍ ପ୍ରେମକୁ ନେଇ ଏକ ସ୍ୱତନ୍ତ୍ର ବାର୍ତ୍ତା ଶେଆର କରିଛନ୍ତି।
ରୋହମାନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରିଛନ୍ତି। ଏଥିରେ ସେ କହିଛନ୍ତି, ‘ମୁ ଏହା ଦେଖି ବେଶ୍ ଚକିତ ଯେ, ମଣିଷ କାହିଁକି ପ୍ରେମରେ ଏତେ ଦୁଃଖିତ ରୁହେ। ନିଜ ପାର୍ଟନରଙ୍କ ଠାରୁ ଅଧିକ ଆଶା ରଖନି। ନିଜ ପାର୍ଟନରଙ୍କ ଉପରେ ଅଧିକ ଡିପେଡେଣ୍ଟ ରୁହନ୍ତି। ହିଁକି କାହାଠୁ ଆଶା କରୁଛ, ନିଜକୁ ଖୁସି ରଖ। ପ୍ରଥମେ ନିଜକୁ ସମ୍ପୂର୍ଣ୍ଣ କର, ପରେ ପାର୍ଟନର ଖୋଜ। କେବଳ ଏତିକି ନୁହେଁ ତୁମ ବ୍ୟତୀତ ଅନ୍ୟ କେହି ତୁମକୁ ଖୁସି କରିପାରିବେ ନାହିଁ। ଆମେ ନିଜେ ନିଜକୁ ଖୁସି ରଖିପାରିବା।’
ରୋହମାନଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓକୁ ଦେଖି ପ୍ରଶଂସକମାନେ ରୋହମାନଙ୍କ କଥାକୁ ବହୁତ ପସନ୍ଦ କରିବା ସହ ତାଙ୍କୁ ଶକ୍ତଶାଳୀ ବୋଲି କହୁଛନ୍ତି। ସମସ୍ତେ ତାଙ୍କର ଶାନ୍ତ ଏବଂ ଏପରି ସମ୍ବେଦନଶୀଳ ଆଚରଣକୁ ମଧ୍ୟ ପ୍ରଶଂସା କରୁଛନ୍ତି । ଏଥି ସହିତ କିଛି ପ୍ରଶଂସକ କମେଣ୍ଟ କରିଛନ୍ତି କି ରୋହମାନଙ୍କ ପାଇଁ ସୁସ୍ମିତା ଉପଯୁକ୍ତ ଥିଲେ।
ପ୍ରଥମେ ସୁସ୍ମିତା ସେନ୍ ଏବଂ ରୋହମାନଙ୍କ ସହ ସମ୍ପର୍କରେ ଥିଲେ। ଦୀର୍ଘ ୩ ବର୍ଷ ସେ ରୋହମାନଙ୍କ ସହ ଲିଭ୍ ଇନ୍ରେ ମଧ୍ୟ ରହିଥିଲେ। ରୋହମାନ ସୁସ୍ମିତାଙ୍କଠାରୁ ସାନ ଥିଲେ ମଧ୍ୟ ପ୍ରଶଂସକମାନେ ସେମାନଙ୍କ ଯୋଡିକୁ ପସନ୍ଦ କରୁଥିଲେ। ହେଲେ ହଠାତ୍ ଦୁହେଁ ଅଲଗା ହୋଇଯାଇଥିଲେ। ଏନେଇ ନିଜେ ସୁସ୍ମିତା ଏ ବିଷୟରେ ଜଣାଇଥିଲେ। ବ୍ରେକଅପ୍ ପରେ ମଧ୍ୟ ରୋହମାନ ଏବଂ ସୁସ୍ମିତା ଏକାଠି ସମୟ ବିତାଉଥିବାର ନଜର ଆସିଥିଲେ। ହେଲେ ଏବେ କିଛି ଦିନ ତଳେ ଲଳିତ ମୋଦୀ ସୁସ୍ମିତାଙ୍କ ସହ ସମ୍ପର୍କ ଥିବା ଘୋଷଣା କରିଥିଲେ।
View this post on Instagram
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।