Advertisment

‘ଦ କଶ୍ମୀର ଫାଇଲ୍ସ’ ପରେ ଆସୁଛି ‘ଦ ଭ୍ୟାକ୍‌ସିନ୍ ୱାର୍‌’

ମୁମ୍ବାଇ: ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିବା ଦ କଶ୍ମୀର ଫାଇଲ୍ସ ଫିଲ୍ମ ନେଇ ଆସିଥିବା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁଣି ଥରେ ବଲିଉଡକୁ ଆଉ ଏଭ କେଟି ଦେବାକୁ ଯାଉଛନ୍ତି। ଏଥର ଖୋଲିବ ସମସ୍ତ କୋଭିଡ ଭ୍ୟାକ୍‌ସିନ୍‌ର ରାଜ୍। ଖୁବଶୀଘ୍ର ଆସିବ ଫିଲ୍ମ ‘ ଦି ଭ୍ୟାକସିନ୍ ୱାର୍‌’। ଏନେଇ ଖୋଦ୍ ନିର୍ଦ୍ଦେଶକ ଘୋଷଣା କରିଛନ୍ତି। ଫିଲ୍ମର ଘୋଷଣା ହେବା ସହ ପୋଷ୍ଟର ମଧ୍ୟ ରିଲିଜ ହୋଇଛି। ୨୦୨୩ ଅଗଷ୍ଟ ୧୫ ତାରିଖରେ ‘ଭ୍ୟାକ୍ସିନ୍ ୱାର’ […]

‘ଦ କଶ୍ମୀର ଫାଇଲ୍ସ’ ପରେ ଆସୁଛି ‘ଦ ଭ୍ୟାକ୍‌ସିନ୍ ୱାର୍‌’

the-vaccine-war

Advertisment

ମୁମ୍ବାଇ: ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିବା ଦ କଶ୍ମୀର ଫାଇଲ୍ସ ଫିଲ୍ମ ନେଇ ଆସିଥିବା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁଣି ଥରେ ବଲିଉଡକୁ ଆଉ ଏଭ କେଟି ଦେବାକୁ ଯାଉଛନ୍ତି। ଏଥର ଖୋଲିବ ସମସ୍ତ କୋଭିଡ ଭ୍ୟାକ୍‌ସିନ୍‌ର ରାଜ୍। ଖୁବଶୀଘ୍ର ଆସିବ ଫିଲ୍ମ ‘ ଦି ଭ୍ୟାକସିନ୍ ୱାର୍‌’। ଏନେଇ ଖୋଦ୍ ନିର୍ଦ୍ଦେଶକ ଘୋଷଣା କରିଛନ୍ତି।

Advertisment

ଫିଲ୍ମର ଘୋଷଣା ହେବା ସହ ପୋଷ୍ଟର ମଧ୍ୟ ରିଲିଜ ହୋଇଛି। ୨୦୨୩ ଅଗଷ୍ଟ ୧୫ ତାରିଖରେ ‘ଭ୍ୟାକ୍ସିନ୍ ୱାର’ ରିଲିଜ ହେବ। ଏହା ହିନ୍ଦୀ, ଇଂରାଜୀ, ତେଲୁଗୁ, ତାମିଲ, ମାଲୟାଲମ୍, କନ୍ନଡ, ଭୋଜପୁରୀ, ପଞ୍ଜାବୀ, ଗୁଜୁରାଟୀ, ମରାଠୀ ଏବଂ ବଙ୍ଗାଳୀ ସମେତ ୧୧ ରୁ ଅଧିକ ଭାଷାରେ ମୁକ୍ତିଲାଭ କରିବ।

https://twitter.com/vivekagnihotri/status/1590575858422779904?s=20&t=cEZZC0LbM8Rme7bnxv5u-Q

Advertisment

‘ଭ୍ୟାକ୍ସିନ୍ ୱାର’ ବିଷୟରେ ବିବେକ ଅଗ୍ନିହୋତ୍ରୀ କହିଛନ୍ତି, ‘ଯେତେବେଳେ କୋଭିଡ ଲକଡାଉନ୍ ସମୟରେ କଶ୍ମୀର ଫାଇଲକୁ ପୋଷ୍ଟପୋନ୍ କରାଯାଇଥିଲା ସେତେବେଳେ ମୁଁ ଏହା ଉପରେ ଅନୁସନ୍ଧାନ ଆରମ୍ଭ କରିଥିଲି। ତା’ପରେ ଆମେ ICMR ଏବଂ NIVର ବୈଜ୍ଞାନିକମାନଙ୍କ ସହିତ ମିଶି ରିସର୍ଚ୍ଚ କରିଥିଲୁ। ଯେଉଁମାନେ କରୋନା ଟିକା ଉଦ୍‌ଭାବନ କରିଥିଲେ ସେମାନଙ୍କର ସଂଗ୍ରାମ ଏବଂ ବଳିଦାନର କାହାଣୀ ଅତ୍ୟନ୍ତ ଜବରଦସ୍ତ ଥିଲା। ଏଭଳି କାହାଣୀଟିକୁ ପରଦାରେ ଦେଖାଇବା ଉଚିତ। ଯାହା ଦ୍ଵାରା ପ୍ରତ୍ୟେକ ଭାରତୀୟ ନିଜ ଦେଶ ପାଇଁ ଗର୍ବିତ ଅନୁଭବ କରିପାରିବେ।’

ଫିଲ୍ମ ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ। ଫିଲ୍ମ ‘ଦ କଶ୍ମୀର ଫାଇଲ’କୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ। ଚଳଚ୍ଚିତ୍ରଟି ଦର୍ଶକଙ୍କ ଦ୍ଵାରା ଭଲ କଲେକସନ୍ କରିଥିଲା। ସତ କାହାଣୀ ଉପରେ ଆଧାରିତ ‘ଦ କଶ୍ମୀର ଫାଇଲ’ପରେ ପ୍ରଶଂସକମାନେ ବିବେକଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ଅପେକ୍ଷା କରି ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe