security increased outside Salman house
ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଢ଼ିଲା ବଲିଉଡର ଭାଇଜାନ ସଲମାନ ଖାନଙ୍କ ସୁରକ୍ଷା। ଟାଇଟ୍ ସିକ୍ୟୁରିଟି ମଧ୍ୟରେ ନଜର ଆସିଲେ ଭାଇଜାନ। ଅଭିନେତାଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ମଧ୍ୟ ସୁରକ୍ଷା କଡ଼ା କଡ଼ି କରାଯାଇଛି।
ବାବା ସିଦ୍ଦିକି ଓ ସଲମାନ ଖାନ ପରସ୍ପର ଅତି ଘନିଷ୍ଟ ଥିଲେ। କେବଳ ସଲମାନ ନୁହନ୍ତି ବଲିଉଡର ଅନେକ ତାରକାଙ୍କ ସହ ବାବା ସିଦ୍ଦିକିଙ୍କ ଘନିଷ୍ଠତା ଥିଲା। ବାବା ସିଦ୍ଦିକିଙ୍କ ମୃତ୍ୟୁ ଖବର ପାଇବା ପରେ ବଲିଉଡର ଶୋକର ଛାୟା ଖେଳି ଯାଇଛି।
ଗତକାଲି ଭାଇଜାନ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେ ଡାକ୍ତରଖାନାକୁ ଯାଇ ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ପୁଲିସ ତାଙ୍କୁ ନ ଆସିବାକୁ ପରାମର୍ଶ ଦେଇଥିଲା। ଏହ ସମୟରେ କଡ଼ା ସୁରକ୍ଷା ମଧ୍ୟରେ ଭାଇଜାନଙ୍କୁ ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଉତ୍ତେଜନା ଦେଖାଦେଇଛି। ଅନେକ ବଲିଉଡ ତାରକା ଡାକ୍ତରଖାନାରେ ପହଞ୍ଚି ବାବା ସିଦ୍ଦିକିଙ୍କ ଅନ୍ତିମ ଦର୍ଶନ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କର ମୁସଲିମ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯିବ।
ଶନିବାର ରାତିରେ ମୁମ୍ବାଇରେ ଏନସିପି ଅଜିତ ପାୱାର ଦଳର ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ବାବା ସିଦ୍ଦିକିଙ୍କ ମୃତ୍ୟୁ ଖବର ସାରା ଦେଶକୁ ଚକିତ କରିଛି। ରାଜନୀତିରୁ ବଲିଉଡ ପର୍ଯ୍ୟନ୍ତ ପ୍ରଭାବ ପକାଇଥିବା ବାବା ସିଦ୍ଦିକିଙ୍କ ମୃତ୍ୟୁ ହେତୁ ସବୁଆଡେ ହଇଚଇ ଦେଖାଦେଇଛି। ଏହି ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ସେପଟେ ଦୋଷୀ ଯିଏବି ହେଉ ତା' ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
