Advertisment

ଧମକ ପରେ ସଲମାନଙ୍କୁ ମିଳିଲା Y+ ସୁରକ୍ଷା

ସଲମାନ ଖାନ୍‌ଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ମିଳିଥିଲା।

ଅଦ୍ୟତନ ହୋଇଛି
Salman Khan

Salman Khan

Advertisment

ବଢ଼ିଲା ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା। ଧମକ ପରେ ତାଙ୍କୁ ମିଳିଲା ୱାଇ ପ୍ଲସ୍ ସୁରକ୍ଷା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନଙ୍କୁ ଇ-ମେଲ୍ ଯୋଗେ ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୁଲିସ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି।

Advertisment

ଶନିବାର ଇ-ମେଲ୍ ଜରିଆରେ ସଲମାନ ଖାନ୍‌ଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ମିଳିଥିଲା। ରୋହିତ ଗାର୍ଗ ନାମକ ଜଣେ ବ୍ୟକ୍ତି ତାଙ୍କୁ ଇ-ମେଲ କରିଥିଲେ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ କାନାଡାର ଗୋଲ୍ଡି  ବ୍ରାର ତାଙ୍କ ସହ କଥା ହେବାକୁ ଚାହୁଁଥିବା ନେଇ ଇ-ମେଲ ଆସିଥିଲା। ସମୟ ପୁର୍ବରୁ ଜଣାଇଦେଲି, ଆର ଥରକୁ ସିଧା ଝଟକା ମିଳବ ବୋଲି ହିନ୍ଦୀରେ ଲେଖା ଥିବା ମେଲ ଆସିଥିଲା। ଏନେଇ ସଲମାନଙ୍କ ଟିମ୍ ମୁମ୍ବାଇ ବାନ୍ଦ୍ରା ଥାନରେ ଅଭିଯୋଗ କରିଥିଲା। ଏହାପରେ ସଲମାନଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।  

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଲରେନ୍ସ ବିଷ୍ଣୋଇ ସଲମନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଏବେ ସଲମନଙ୍କୁ ମାରିବା ପାଇଁ ଠିକ୍ ସମୟ ନୁହେଁ। ଯେଉଁଦିନ ତାଙ୍କର ସୁରକ୍ଷା ହଟିବ ସେଦିନ ତାଙ୍କର ଶେଷ ଦିନ ହେବ।

Advertisment

ସିଦ୍ଧୁ ମୁସେୱାଲାଙ୍କ ଭଳି ସଲମନ ଅହଙ୍କାରୀ ଥିଲା ବୋଲି କହିଥିଲା ଲରେନ୍ସ ବିଷ୍ଣୋଇ। ଏଥିସହ ସଲମାନ ତୁରନ୍ତ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗନ୍ତୁ ବୋଲି ଲରେନ୍ସ କହିଥିଲା। ପଞ୍ଜାବର ପରିଚିତ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବେ ଜେଲରେ ଅଛି।

Bollywood News Bollywood Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe