vicky
ମୁମ୍ବାଇ: ବିକ୍କି କୌଶଲ ଓ କ୍ୟାଟରିନା କୈଫ୍ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ ଗ୍ରାଣ୍ଡ ଆକାରରେ ବିବାହ ହୋଇଛି, ଯେଉଁଥିରେ କେବଳ ପରିବାର ଲୋକେ ସାମିଲ୍ ହୋଇଥିଲେ। କ୍ୟାଟରିନା ଓ ବିକ୍କି ନିଜ ନିଜର ପ୍ରାଇଭେସୀକୁ ଗୁରୁତ୍ୱ ଦେଇଥିଲେ, ତଥାପି ବିବାହର କିଛି ଫୁଟେଜ୍ ସାମ୍ନାକୁ ଆସିଥିଲା। ଏହା ପରେ ଦୁହେଁ ନିଜ ନିଜର ବିବାହର ଫଟୋ ଶେଆର୍ କରିଥିଲେ।
ବିବାହ ପରେ ଏବେ କ୍ୟାଟ୍- ବିକ୍କିଙ୍କ ପରିବାର ଲୋକେ ଜୟପୁରରୁ ଫେରିଆସିଛନ୍ତି। ଆଜି ଏୟାରପୋର୍ଟରେ ବିକ୍କିଙ୍କ ପିତା ଶ୍ୟାମ କୌଶଲ ଓ ମା' ବୀଣା କୌଶଲ ନଜର ଆସିଥିଲେ। ଦୁହେଁ ପୁଅର ବିବାହକୁ ନେଇ ବହୁତ ଖୁସି ଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଗଣମାଧ୍ୟମ ଯେତେବେଳେ ବିକ୍କିଙ୍କ ପିତାଙ୍କୁ ବିବାହ ସମ୍ବନ୍ଧରେ ପଚାରିଲା, ଜବାବରେ ସେ କହିଥିଲେ ଯେ ଭଗବାନଙ୍କ ଦୟାରୁ ସବୁକିଛି ଠିକ୍ ହୋଇଗଲା। ବିକ୍କିଙ୍କ ପିତାଙ୍କ ଏଭଳି ଅନ୍ଦାଜ ଫ୍ୟାନଙ୍କୁ ବହୁତ ପସନ୍ଦ ଆସିଛି। ସମସ୍ତେ ତାଙ୍କର ଏହି ଆଚରଣକୁ ଖୁବ୍ ପ୍ରଶଂସା କରିଛନ୍ତି।
ସେହିପରି କ୍ୟାଟରିନାଙ୍କ ମା' ଓ ତାଙ୍କ ପରିବାରକୁ ମଧ୍ୟ ଏୟାରପୋର୍ଟରେ ଏକାଠି ଦେଖିବାକୁ ମିଳିଥିଲା। କ୍ୟାରିନାଙ୍କ ଭଉଣୀ ଇସାବେଲ୍ କୈଫ୍ ନଜର୍ ଆସିଥିଲେ। ଅନ୍ୟପକ୍ଷରେ ବିକ୍କିଙ୍କ ଭାଇ ସନ୍ନି କୌଶଲ ନିଜର ଗର୍ଲଫ୍ରେଣ୍ଡ ଏବଂ ଅଭିନେତ୍ରୀ ଶାରବରୀ ୱାଘଙ୍କ ସହ ନଜର ଆସିଥିଲେ।
ବିକ୍କି ଏବଂ କ୍ୟାଟ୍ରିନା ବିବାହର ଫଟୋ ସୋଶାଲ ମିଡିଆରେ ଶେଆର କରି ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ଉଭୟ ଇନଷ୍ଟାଗ୍ରାମରେ ବିବାହର କିଛି ଫଟୋ ଶେଆର କରିଛନ୍ତି। ବିବାହର ଫଟୋ ଶେଆର କରି ଦୁହେଁ ସମାନ ବାର୍ତ୍ତା ଲେଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/12/vicky-1.jpg)