Advertisment

ବିଜ୍ଞାପନରେ ଦୀପିକାଙ୍କୁ ନିର୍ଦ୍ଦେଶନା ଦେଲେ କରଣ, ସିନେମା ପ୍ରସ୍ତୁତ ପାଇଁ ଫ୍ୟାନ୍ସଙ୍କ ଡିମାଣ୍ଡ

ଦୀପିକା ପାଦୁକୋନ ଓ କରଣ ଜୋହର ଏକାଠି ସ୍କ୍ରିନ୍ ଶେୟାର୍ କରିଥିବା ବିଜ୍ଞାପନରେ ଶତମୂଖ ଫ୍ୟାନ୍ସ। ଦୀପିକାଙ୍କ ପାଇଁ ନିର୍ଦ୍ଦେଶନା ଦେବାକୁ ଫ୍ୟାନ୍ସଙ୍କ ଡିମାଣ୍ଡ...

author-image
Debibandita Barick
  Deepika Padukone and Karan Johar

Deepika Padukone and Karan Johar

ନିକଟରେ ଏକ ବିଜ୍ଞାପନରେ ଏକାଠି ସ୍କ୍ରିନ୍ ଶେୟାର୍ କରିଛନ୍ତି ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ ଓ କରଣ ଜୋହର। ବିଜ୍ଞାପନଟି ଏତେ ଆକର୍ଷଣୀୟ ଯେ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି। କେହି କେହି ନୂଆ ସିନେମା ପାଇଁ ଦୀପିକାଙ୍କୁ ବାଛି ସାରିଛନ୍ତି ତ ଆଉ କେହି ଦୀପିକାଙ୍କ ପାଇଁ କରଣ ନିର୍ଦ୍ଦେଶନା ଦିଅନ୍ତୁ ବୋଲି ଡିମାଣ୍ଡ କରିଛନ୍ତି।

Advertisment

'ଏସିଆନ୍ ପେଣ୍ଟସ୍ ରୋୟାଲ୍ ଗ୍ଲିଟ୍ଜ' ପାଇଁ ଏହି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ଏଥିରେ ଦୀପିକା ଅତି ଚମତ୍କାର ଷ୍ଟଣ୍ଟ୍ ପ୍ରଦର୍ଶନ କରିଛନ୍ତି। କିଛି ଖଳନାୟକଙ୍କ ସହ ଦୀପିକା ଫାଇଟ୍ କରୁଛନ୍ତି ଏବଂ ଏହି ସମୟରେ ଦୀପିକା ଅତି ଚତୁରତାର ସହ ଖସି ଯାଉଛନ୍ତି ଏବଂ ତାଙ୍କ ଉପରେ ହେଉଥିବା ଆକ୍ରମଣ କାନ୍ଥରେ ଯାଇ ବାଜୁଛି। ଏହାପରେ ଦୀପିକା ନିର୍ଦ୍ଦେଶକ ଭୂମିକା ନିଭାଉ ଥିବା କରଣଙ୍କୁ ଏହା କିପରି ଥିଲା ବୋଲି ପ୍ରଶ୍ନ କରୁଛନ୍ତି। ଆଉ କରଣ ଭୂରି ଭୂରି ପ୍ରଶଂସା କରୁଛନ୍ତି, କିନ୍ତୁ ଶେଷରେ ସେ କାନ୍ଥରେ ଦିଆଯାଇଥିବା ଏସିଆନ୍ ପେଣ୍ଟସକୁ ପ୍ରଶଂସା କରୁଥିବା ଉନ୍ମୋଚନ ହେଉଛି। ଏପରି କିଛି ଥିମ୍ ଥିଲା ଏହି ବିଜ୍ଞାପନରେ।

ବିଜ୍ଞାପନର ଏହି ଥିମକୁ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି। ଜଣେ ଫ୍ୟାନ୍ କରଣଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, 'ଆପଣ ଦୀପିକାଙ୍କ ପାଇଁ ନିର୍ଦ୍ଦେଶନା ଦିଅନ୍ତୁ, ଦୟାକରି ଏହା ଖୁବ୍ ଶୀଘ୍ର ହେବା ଉଚିତ୍।' ସେହିପରି ଅନ୍ୟ କେହି ଲେଖିଛନ୍ତି, 'କରଣଙ୍କୁ ଶେଷରେ ଦୀପିକାଙ୍କୁ ନିର୍ଦ୍ଦେଶନା ଦେବାକୁ ପଡିଲା ବା ସେ ନିର୍ଦ୍ଦେଶନା ଦେଉଥିବା ପରି ଅଭିନୟ କରିବାକୁ ପଡିଲା! ସୁନ୍ଦର।' ଦୀପିକାଙ୍କ ଷ୍ଟଣ୍ଟ ଦେଖି ଅନ୍ୟ ଜଣେ ଫ୍ୟାନ୍ ଫରହାନ୍ ଅଖତରଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି 'ପରବର୍ତ୍ତୀ ଡନ୍-3 ପ୍ରସ୍ତୁତ କରାଯାଉ।' 

Advertisment

ତେବେ ଦୀପିକା ପାଦୁକୋନ ଓ କରଣ ଜୋହର ଆୟାନ ମୁଖାର୍ଜୀଙ୍କ 2013 ଚଳଚ୍ଚିତ୍ର 'ୟେ ଜୱାନୀ ହୈ ଦିୱାନୀ' ଏବଂ 'ଗେହେରିୟାଁ'ରେ ଏକାଠି କାମ କରିଛନ୍ତି। ଏହି ଦୁଇଟି ଯାକ ସିନେମାର ପ୍ରଯୋଜନା କରଣ ଜୋହର କରିଥିଲେ। କିନ୍ତୁ ତାଙ୍କ ନିର୍ଦ୍ଦେଶନାରେ ଦୀପିକା ଏପର୍ଯ୍ୟନ୍ତ କାମ କରିନାହାନ୍ତି। ନିକଟରେ ଆସିଥିବା ଏହି ବିଜ୍ଞାପନରେ ଉଭୟଙ୍କୁ ଦେଖି, ଫ୍ୟାନ୍ସ ଏହିପରି ଡିମାଣ୍ଡ କରିଛନ୍ତି। 

Bollywood Karan Johar Entertainment Deepika-Karan Advertisement Deepika Padukone