Advertisment

ଫଟୋ ପରେ ସାମ୍ନାକୁ ଆସିଲା ଭିଡିଓ, ଜେଲ୍‌ରେ ଅଭିନେତାଙ୍କୁ ମିଳୁଛୁ VIP ସୁବିଧା

ସାମ୍ନାକୁ ଆସିଥିବା ଭିଡିରେ ଜେଲ୍‌ ଭିତରେ ଅଭିନେତା ଦର୍ଶନ ଜଣେ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଛି।

Actor Darshan Video Viral

Actor Darshan Video Viral

Advertisment

କନ୍ନଡ ଅଭିନେତା ଦର୍ଶନଙ୍କୁ ଜେଲ୍‌ ଭିତରେ ମିଳିଛୁ ଭିଆଇପି ସୁବିଧା। ଏ କଥା ଆମେ କହୁନୁ। ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରୁ ଏହା ଜଣାପଡୁଛି। ଅଭିନେତଙ୍କୁ ଜେଲ୍‌ ଭିତରେ ସିଗାରେଟ୍‌ ଓ ହାତରେ କପ୍‌ ଧରିଥିବାର ଫଟୋ ଗତକାଲି ସାମ୍ନାକୁ ଆସିଥିଲା। ଆଜି ଫୋନ୍‌ରେ ଭିଡିଓ କଲ୍‌ରେ କଥା ହେଉଥିବା ଭିଡିଓ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସାମ୍ନାକୁ ଆସିଥିବା ଭିଡିରେ ଜେଲ୍‌ ଭିତରେ ଅଭିନେତା ଦର୍ଶନ ଜଣେ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଛି। ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବ୍ୟକ୍ତି ଜଣକୁ ଇସାରା କରି ଅଭିନେତା ଖାଇଛନ୍ତି କି ପଚାରୁଛନ୍ତି। ଏହାର ଉତ୍ତରରେ ବ୍ୟକ୍ତି ଜଣକ ହସି ହସି ମୁଣ୍ଡ ହଲାଇ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କିଛି ସମୟ କଥା ହେବା ପରେ ଉଭୟ ଫୋନ୍‌ କାଟି ଦେଉଥିବା ଦେଖିବାକୁ ମିଳିଛି।

୨୫ ସେକେଣ୍ଡର ଏହି ଭିଡିଓରେ ଦର୍ଶନ ଏକ ଚକମକ୍‌ ରୁମ୍‌ରେ ବସିଥିବା ନଜର ଆସିଛନ୍ତି। ତାଙ୍କ ପଛପଟରେ ଥିବା କାନ୍ଥରେ ଏକ ବଡ଼ ପରଦା ଲାଗିଛି। ସେଠାରେ ହୁକ୍‌ରେ କିଛି ଡ୍ରେସ୍‌ ଟଙ୍ଗା ହୋଇଥିବା ଦେଖିବାକୁ ମିଳିଛି। ତେବେ ଅଭିନେତା ଦର୍ଶନଙ୍କ ସାମ୍ନାକୁ ଆସିଥିବା ଏହି ଭିଡିଓଟି କେବେକାର ତାହା ଜଣାପଡିନାହିଁ।

Advertisment

ରବିବାର ଦିନ ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ଅଭିନେତା ଦର୍ଶନ ଗ୍ୟାଙ୍ଗଷ୍ଟର ୱିଲସନ ଗାର୍ଡେନ୍ ନାଗା ଏବଂ ତାଙ୍କ ମ୍ୟାନେଜରଙ୍କ ସମେତ ତିନି ଜଣଙ୍କ ପାଖରେ ଏକ ବଗିଚାରେ ଚେୟାରରେ ବସିଥିବା ନଜର ଆସିଥିଲେ। ଏହି ଫଟୋ ସାମ୍ନାକୁ ଆସିବା ପରେ ଜେଲ ଭିତରେ ଅଭିନେତା ଏବଂ ତାଙ୍କ ସହଯୋଗୀଙ୍କୁ ଭିଆଇପି ସୁବିଧା ଦିଆଯାଉଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ କର୍ଣ୍ଣାଟକ ସରକାର ଜେଲ୍‌ ଭିତରୁ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନଙ୍କୁ ସମନ ଜାରି କରିଛନ୍ତି। 

ରେଣୁକାସ୍ୱାମୀ ନାମକ ଜଣେ ୩୩ ବର୍ଷୀୟ ଅଟୋ ଚାଳକଙ୍କ ହତ୍ୟା ମାମଲାରେ ଦର୍ଶନ ଗିରଫ ହୋଇଛନ୍ତି। ଦର୍ଶନଙ୍କର ଜଣେ ବଡ଼ ଫ୍ୟାନ୍ ଥିଲେ ରେଣୁକାସ୍ୱାମୀ। ତେବେ ସେ ଅଭିନେତ୍ରୀ ପବିତ୍ରା ଗୌଡ଼ଙ୍କ ନିକଟକୁ ସୋଶାଲ ମିଡିଆ ଯୋଗେ ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗ ହୋଇଛି। ପବିତ୍ରା ଗୌଡ଼ା ହେଉଛନ୍ତି ଦର୍ଶନଙ୍କ ପାର୍ଟନର। ଉଭୟ ରିଲେସନଶିପ୍‌ରେ ଥିଲେ ବୋଲି କୁହାଯାଏ।

ପବିତ୍ରାଙ୍କୁ ରେଣୁକାସ୍ୱାମୀ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରିବା କଥାକୁ ନେଇ ଦର୍ଶନ ଖୁବ୍ ରାଗି ଯାଇଥିଲେ। ଦର୍ଶନଙ୍କ ନିର୍ଦ୍ଦେଶରେ ଏକ ଗ୍ୟାଙ୍ଗ ପ୍ରଥମେ ଅଟୋ ଚାଳକ ରେଣୁକାସ୍ୱାମୀଙ୍କୁ ଅପହରଣ କରିଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଜୁନ୍‌ ୯ ତାରିଖରେ ତାଙ୍କର ମୃତଦେହ ବେଙ୍ଗାଲୁରୁର ସୁମାନାହାଲ୍ଲୀର ଏକ ଡ୍ରେନ୍ ନିକଟରେ ମିଳିଥିଲା। 

ଏହି ଘଟଣାରେ ଦର୍ଶନ ଓ ପବିତ୍ରା ଗୌଡ଼ାଙ୍କ ସମେତ ୧୭ ଜଣଙ୍କୁ ଗିରଫ କରିଛି କର୍ଣ୍ଣାଟକ ପୁଲିସ୍। ଅଗଷ୍ଟ ୨୧ ତାରିଖରେ ବେଙ୍ଗାଲୁରୁର ଏକ କୋର୍ଟ ଦର୍ଶନ, ପବିତ୍ରା ଓ ଅନ୍ୟ ଅଭିଯୁକ୍ତମାନଙ୍କର ବିଚାର ବିଭାଗୀୟ ହାଜତ ମିଆଦି ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

Video Viral Kannada Actor Darshan Actor Darshan In Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe