Advertisment

ରଶ୍ମିକାଙ୍କ AI ପ୍ରସ୍ତୁତ ଫେକ୍ ଭିଡିଓ ଭାଇରାଲ୍, ଚିନ୍ତା ପ୍ରକଟ କଲେ ଅମିତାଭ ବଚ୍ଚନ

ରଶ୍ମିକା ଏକ ସର୍ଟ ବ୍ଲାକ୍ ଡ୍ରେସରେ ଲିଫ୍ଟରେ ଆସୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 2.4 ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି।

author-image
Debibandita Barick
ଅଦ୍ୟତନ ହୋଇଛି
Rashmika Mandana

Rashmika Mandana

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର କ୍ରମାଗତ ବିକାଶ ମଧ୍ୟରେ ଏକ ଖରାପ ଦିଗ ହେଉଛି ଡିପଫେକ୍ ଟେକ୍ନୋଲୋଜି। ଏହି ଟେକ୍ନୋଲୋଜି ମାଧ୍ୟମରେ ସାଇବର ଅପରାଧୀମାନେ ସାଧାରଣ ଲୋକଙ୍କର ଚେହେରା ସହ ସେମାନଙ୍କ ଅବିକଳ କଣ୍ଠ ସ୍ୱର ନକଲ କରି ଅପରାଧ ଘଟାଇବାରେ ସଫଳ ହେଉଛନ୍ତି। ବର୍ତ୍ତମାନ ଏହି ଟେକ୍ନୋଲୋଜିର କୁପ୍ରଭାବର ଶିକାର ହୋଇଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦନା।

Advertisment

ନିକଟରେ ରଶ୍ମିକାଙ୍କ ଏକ ଭାଇରାଲ ଭିଡିଓ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଛି, ଯେଉଁଥିରେ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏକ ଲିଫ୍ଟରେ ପ୍ରବେଶ କରୁଥିବା ଦେଖାଯାଉଛି। ରଶ୍ମିକା ଏକ ସର୍ଟ ବ୍ଲାକ୍ ଡ୍ରେସରେ ଲିଫ୍ଟରେ ଆସୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 2.4 ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। କିନ୍ତୁ ଭିଡିଓରେ ଥିବା ମହିଳା ରଶ୍ମିକା ନୁହଁନ୍ତି, ତାଙ୍କ ଚେହେରାକୁ ବ୍ୟବହାର କରି ଏପରି ଫେକ୍ ଭିଡିଓ ପ୍ରସ୍ତୁତ କରାଯାଇଛି। ଆଉ ଏପରି ଫେକ୍ ଭିଡିଓ ପ୍ରସ୍ତୁତିରେ ଡିପଫେକ୍ ଟେକ୍ନୋଲୋଜି କାମ କରୁଛି।

ଜଣେ ସାମ୍ବାଦିକ ଭିଡିଓ ଶେଆର୍ କରି ଏ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଭିନ୍ନ ଅର୍ଥରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଅମିତାଭ ବଚ୍ଚନ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। 

Advertisment

ପ୍ରକାଶ ଥାଉ କି, ରଶ୍ମିକାଙ୍କ ଚେହେରା ଥିବା ଏହି ଭିଡିଓ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ମହିଳା ଜାରା ପଟେଲଙ୍କର ବୋଲି ପରବର୍ତ୍ତୀ ସମୟରେ ଜଣାପଡିଛି। ଅକ୍ଟୋବର 9ରେ ନିଜର ଏହି ଭିଡିଓ ପୋଷ୍ଟ କରିଥିଲେ ଜାରା ପଟେଲ। ପରେ ଏହି ଭିଡିଓରେ ରଶ୍ମିକାଙ୍କ ଚେହେରାକୁ ଏଡିଟ୍ କରାଯାଇ ପୋଷ୍ଟ କରାଯାଇଛି।

ତେବେ ଫେକ୍ ଭିଡିଓ ପଛରେ ଜାରାଙ୍କର ସମ୍ପୃକ୍ତି ଥିବା ନେଇ କୌଣସି ପ୍ରମାଣ ନାହିଁ। ନିକଟରେ ଅନେକ ସେଲିବ୍ରିଟି ଏପରି ଏଡିଟିଂ ଟେକ୍ନୋଲୋଜି କୁପ୍ରଭାର ଶିକାର ହେଉଛନ୍ତି। ତେଣୁ ଏ ଉପରେ କଠୋର କାର୍ଯାନୁଷ୍ଠାନ ପାଇଁ ଦାବି କରାଯାଉଛି।

Amitabh Bachchan Rashmika Mandana Artificial Intelligence Deepfake Video Rashmika Mandana Viral Video