ଐଶ୍ୱର୍ଯ୍ୟା ରାୟଙ୍କୁ କୋର୍ଟ ନୋଟିସ୍‌

ମୁମ୍ବାଇ: ଆଇନ ଜାଲରେ ଫସିଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ବଢ଼ିଲା ତାଙ୍କ ଅଡୁଆ। ଟ୍ୟାକ୍ସ ଭରିନଥିବା ଯୋଗୁ ତାଙ୍କୁ କୋର୍ଟ ପକ୍ଷରୁ ନୋଟିସ ଜାରି ହୋଇଛି। ସୂଚନା ମୁତାବକ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମରେ ଥିବା ଜମିର ଟ୍ୟାକ୍ସ ସେ ଜମା କରିନାହାଁନ୍ତି। ତେଣୁ ଏହି କାରଣରୁ ତଙ୍କୁ ଏବେ ନାସିକର ତହସିଲଦାର ନୋଟିସ୍ ପଠାଇଛନ୍ତି। ରିିପୋର୍ଟ ମୁତାବକ, ନାସିକର ସିନ୍ନରରେ ଅଦୱାଡି ଶିବରାତରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କର କିଛି ଜାଗା ଅଛି। ଯାହାର ଗଲା ଏକ ବର୍ଷ […]

aishwarya-rai-bachchan

Madhupriya Mistry
  • Published: Tuesday, 17 January 2023
  • , Updated: 17 January 2023, 01:26 PM IST

ମୁମ୍ବାଇ: ଆଇନ ଜାଲରେ ଫସିଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ବଢ଼ିଲା ତାଙ୍କ ଅଡୁଆ। ଟ୍ୟାକ୍ସ ଭରିନଥିବା ଯୋଗୁ ତାଙ୍କୁ କୋର୍ଟ ପକ୍ଷରୁ ନୋଟିସ ଜାରି ହୋଇଛି। ସୂଚନା ମୁତାବକ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମରେ ଥିବା ଜମିର ଟ୍ୟାକ୍ସ ସେ ଜମା କରିନାହାଁନ୍ତି। ତେଣୁ ଏହି କାରଣରୁ ତଙ୍କୁ ଏବେ ନାସିକର ତହସିଲଦାର ନୋଟିସ୍ ପଠାଇଛନ୍ତି।

ରିିପୋର୍ଟ ମୁତାବକ, ନାସିକର ସିନ୍ନରରେ ଅଦୱାଡି ଶିବରାତରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କର କିଛି ଜାଗା ଅଛି। ଯାହାର ଗଲା ଏକ ବର୍ଷ ଧରି ଟ୍ୟାକ୍ସ ପଇଠ କରାଯାଇନି। ଟ୍ୟାକ୍ସ ବାବଦକୁ ଅଭିନେତ୍ରୀଙ୍କୁ ପ୍ରାୟ ୨୧ ହଜାର ୯୬୦ ଟଙ୍କା ଦେବାକୁ ବାକି ଅଛି। ଏହି କାରଣରୁ ନାସିକର ତହସିଲଦାର ଐଶ୍ୱର୍ଯ୍ୟା ରାୟଙ୍କୁ ନୋଟିସ୍ ଜାରି କରିଛନ୍ତି। ତେବେ ଏହି ନୋଟିସ୍ ଆସନ୍ତା ଜାନୁଆରୀ ୯ ତାରିଖରେ ଐଶ୍ୱର୍ଯ୍ୟା ରାୟଙ୍କୁ ଦିଆଯାଇଥିବା ଜଣାପଡିଛି।

ନାସିକରେ ଐଶ୍ୱର୍ଯ୍ୟାଙ୍କ ନାଁରେ ପାଖାପାଖି ୧ ହେକ୍ଟର ଜମି ଅଛି। କୁହାଯାଇଛି ୧ ବର୍ଷ ଧରି ସେ ଏହି ଜମିର ଟ୍ୟାକ୍ସ ଦେଇନାହାଁନ୍ତି। ଐଶ୍ୱର୍ଯ୍ୟାଙ୍କ ସହିତ ଅନ୍ୟ ୧୨ ଶହ ଜଣ ଜମି ମାଲିକ ମଧ୍ୟ ନିଜର ଟ୍ୟାକ୍ସ ଭରିନାହାଁନ୍ତି। ଯେଉଁ କାରଣରୁ ସେମାନଙ୍କ ପାଖକୁ ମଧ୍ୟ ନୋଟିସ୍ ପଠାଯାଇଛି।

ଏହା ମଧ୍ୟ କୁହାଯାଉଛି ଯେ ପବନ ଶକ୍ତି ଉତ୍ପାଦନକାରୀ କମ୍ପାନୀ ସୁଜଲନରେ ମଧ୍ୟ ଐଶ୍ୱର୍ଯ୍ୟା ପୁଞ୍ଜି ବିନିଯୋଗ କରିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ଅନେକ ସେଲିବ୍ରିଟି ପବନ ଶକ୍ତି କମ୍ପାନୀ ସୁଜଲନରେ ବିନିଯୋଗ କରିଛନ୍ତି। ସେପଟେ ଏହି ନୋଟିସ୍‌କୁ ନେଇ ଐଶ୍ୱର୍ଯ୍ୟାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Related story