Advertisment

ଆଇନ୍‌ ଜାଲରେ ଫସିଲେ ଅଜୟ ଓ ସିଦ୍ଧାର୍ଥ

ଲକ୍ଷ୍ନୌ: ସୋଶାଲ ମିଡିଆରେ ଏବେ ଚାଲିଛି ବୟକଟ୍‌ ସିଜନ୍‌। ବଲିଉଡ ଇଣ୍ଡଷ୍ଟ୍ରିକୁ ଅଧିକାଂଶ ଟାର୍ଗେଟ୍‌ କରାଯାଉଛି। ଯେଉଁ ନୂଆ ଫିଲ୍ମ ଆସୁଛି ତାକୁ ରିଲିଜ ପୂର୍ବରୁ ବୟକଟ୍‌ର ସାମ୍ନାକୁ କରିବାକୁ ପଡୁଛି। ଏଭଳି ସ୍ଥିତିରେ ଏବେ ଏହି ତାଲିକାରେ ଆଉ ଏକ ଫିଲ୍ମ ଯୋଡି ହୋଇଯାଇଛି। ଅଜୟ ଦେବଗନ୍‌ଙ୍କ ଅପ୍‌କପିଂ ଫିଲ୍ମ ‘ଥ୍ୟାଙ୍କ ଗଡ୍‌’ ଆଇନ୍‌ ଜାଲରେ ଫସିଛି। ସୋଶାଲ ମିଡିଆରେ ଏହି ଫିଲ୍ମକୁ ନେଇ ବୟକଟ୍‌ ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଯାଇଛି। ନିକଟରେ ଏହି ଫିଲ୍ମର […]

ଆଇନ୍‌ ଜାଲରେ ଫସିଲେ ଅଜୟ ଓ ସିଦ୍ଧାର୍ଥ

ajay-devgan-sidharth-malhotra

Advertisment

ଲକ୍ଷ୍ନୌ: ସୋଶାଲ ମିଡିଆରେ ଏବେ ଚାଲିଛି ବୟକଟ୍‌ ସିଜନ୍‌। ବଲିଉଡ ଇଣ୍ଡଷ୍ଟ୍ରିକୁ ଅଧିକାଂଶ ଟାର୍ଗେଟ୍‌ କରାଯାଉଛି। ଯେଉଁ ନୂଆ ଫିଲ୍ମ ଆସୁଛି ତାକୁ ରିଲିଜ ପୂର୍ବରୁ ବୟକଟ୍‌ର ସାମ୍ନାକୁ କରିବାକୁ ପଡୁଛି। ଏଭଳି ସ୍ଥିତିରେ ଏବେ ଏହି ତାଲିକାରେ ଆଉ ଏକ ଫିଲ୍ମ ଯୋଡି ହୋଇଯାଇଛି। ଅଜୟ ଦେବଗନ୍‌ଙ୍କ ଅପ୍‌କପିଂ ଫିଲ୍ମ 'ଥ୍ୟାଙ୍କ ଗଡ୍‌' ଆଇନ୍‌ ଜାଲରେ ଫସିଛି। ସୋଶାଲ ମିଡିଆରେ ଏହି ଫିଲ୍ମକୁ ନେଇ ବୟକଟ୍‌ ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଯାଇଛି। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଏହାପରେ ଏହି ଫିଲ୍ମର କାହାଣୀ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି।

Advertisment

ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ ଭଗବାନ ଚିତ୍ରଗୁପ୍ତ ହେଉଛନ୍ତି ନ୍ୟାୟର ଦେବତା। ପାପ ପୂଣ୍ୟର ସମସ୍ତ ହିସାବ ଭଗବନା ଚିତ୍ରଗୁପ୍ତ କରନ୍ତି। ମଣିଷ କର୍ମର ସବୁ ରେକର୍ଡ ସେ ରଖନ୍ତି। ସେମାନଙ୍କୁ ତାଙ୍କ କର୍ମ ଅନୁଯାୟୀ ପୁରସ୍କୃତ ବା ଦଣ୍ଡିତ କରିବା କାମ ମଧ୍ୟ ତାଙ୍କର କିନ୍ତୁ 'ଥ୍ୟାଙ୍କ ଗଡ୍‌' ଫିଲ୍ମର ଟ୍ରେଲର୍‌ରେ ତାଙ୍କୁ ଅପମାନ କରାଯାଇଛି। ତାଙ୍କୁ କଦର୍ଥ କରି ଦର୍ଶାଯାଇଛି। ଏହାକୁ ନେଇ ଛତିଶଗଡ ରାୟପୁର କାୟସ୍ତ ସମାଜ ଫିଲ୍ମ ମେକର୍ସଙ୍କ ଉପରେ ରାଗିଯାଇଛି। ସିଭିଲ ଲାଇନ୍‌ ଥାନାରେ ଫିଲ୍ମ ମେକର୍ସଙ୍କ ନାଁରେ ଅଭିଯୋଗ ହୋଇଛି।

ଏହି ଫିଲ୍ମରେ ପ୍ରଭୁ ଚିତ୍ରଗୁପ୍ତଙ୍କ ରୂପର ଅଶ୍ଳୀଳ ପ୍ରଦର୍ଶନ ଦେଖାଯାଇଛି, ଯାହା ଅତ୍ୟନ୍ତ ଲଜ୍ଜାଜନକ। ଏଥିସହିତ ଫିଲ୍ମର ଟ୍ରେଲରରେ ଚିତ୍ରଗୁପ୍ତ ଭଗବାନ ଜଣେ ଅର୍ଦ୍ଧ ଉଲଗ୍ନ ମହିଳାଙ୍କ ସହ ନାଚୁଥିବା ଦେଖାଯାଇଛି, ଯାହା ବେଶ୍‌ ଅପମାନ ଜନକ ବୋଲି କାୟସ୍ତ ସମାଜ ଅଭିଯୋଗ କରିଛି।

Advertisment

ସେହିପରି ଉତ୍ତରପ୍ରଦେଶରେ ଅଭିନେତା ଓ ଫିଲ୍ମ ମେକର୍ସଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଆଇନଜୀବୀ ହିମାଂଶୁ ଶ୍ରୀବାସ୍ତବ ଜୈନପୁର କୋର୍ଟରେ ନିର୍ଦ୍ଦେଶକ ଇନ୍ଦ୍ର କୁମାର, ଅଭିନେତା ଅଜୟ ଦେବଗନ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଆବେଦନକାରୀଙ୍କ ବୟାନ ଆସନ୍ତା ନଭେମ୍ବର ୧୮ ତାରିଖରେ ରେକର୍ଡ କରାଯିବ।

ଅଭିଯୋଗ ମୁତାବକ, ଫିଲ୍ମର ଟ୍ରେଲରେ ହିନ୍ଦୁ ଧର୍ମକୁ ପରିହାସ କରାଯାଇଛି। ଟ୍ରେଲରର ଅଜୟ ଦେବଗନ ଚିତ୍ରଗୁପ୍ତଙ୍କ ଚରିତ୍ରରେ ସୁଟ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ଗୋଟିଏ ଦୃଶ୍ୟରେ ସେ ଥଟ୍ଟା କରୁଥିବା ଏବଂ ଆପତ୍ତିଜନକ ଭାଷା ବ୍ୟବହାର କରୁଥିବା ନଜର ଆସିଛନ୍ତି। "ଚିତ୍ରାଗୁପ୍ତଙ୍କୁ କର୍ମର ଦେବତା ବୋଲି ବିଶ୍ୱାସ କରାଯାଏ ଏବଂ ମନୁଷ୍ୟର ଭଲ ଓ ଖରାପ କାର୍ଯ୍ୟର ସେ ରେକର୍ଡ ରଖନ୍ତି। ଦେବତାମାନଙ୍କୁ ଏପରି ଚିତ୍ରଣ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ, କାରଣ ଏହା ଧାର୍ମିକ ଭାବନାକୁ ଆଘାତ ଦେଇଥାଏ ବୋଲି ଆଇନଜୀବୀ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe