କରୋନା ଆରୋଗ୍ୟଙ୍କୁ ରକ୍ତଦାନ କରିବାକୁ ଅପିଲ୍ କରି ଟ୍ରୋଲ୍ ହେଲେ ଅଜୟ

ମୁମ୍ବାଇ: କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିଦେଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ସୋଶାଲ୍ ମିଡିଆ ଜରିଆରେ ଭିନ୍ନ ଭିନ୍ନ ପୋଷ୍ଟ ଶେଆର୍ କରି ଲୋକମାନଙ୍କୁ ସଚେତନ କରାଇଛନ୍ତି। ତେବେ ବର୍ତ୍ତମାନ ଅଭିନେତା ଅଜୟ ଦେବଗନ୍ ସୁସ୍ଥ ହୋଇଯାଇଥିବା କରୋନା ରୋଗୀଙ୍କୁ ରକ୍ତ ଦାନ କରିବାକୁ ଅପିଲ୍ କରିଛନ୍ତି। ଆଉ ଏଥିପାଇଁ ତାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍ କରାଯାଉଛି। କିଛି ରିପୋର୍ଟ ଅନୁଯାୟୀ, […]

AJAY

AJAY

Chinmayee Roy
  • Published: Monday, 20 April 2020
  • Updated: 20 April 2020, 01:08 PM IST

Sports

Latest News

ମୁମ୍ବାଇ: କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିଦେଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ସୋଶାଲ୍ ମିଡିଆ ଜରିଆରେ ଭିନ୍ନ ଭିନ୍ନ ପୋଷ୍ଟ ଶେଆର୍ କରି ଲୋକମାନଙ୍କୁ ସଚେତନ କରାଇଛନ୍ତି। ତେବେ ବର୍ତ୍ତମାନ ଅଭିନେତା ଅଜୟ ଦେବଗନ୍ ସୁସ୍ଥ ହୋଇଯାଇଥିବା କରୋନା ରୋଗୀଙ୍କୁ ରକ୍ତ ଦାନ କରିବାକୁ ଅପିଲ୍ କରିଛନ୍ତି। ଆଉ ଏଥିପାଇଁ ତାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍ କରାଯାଉଛି।

କିଛି ରିପୋର୍ଟ ଅନୁଯାୟୀ, କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ରକ୍ତରେ ଏହି ଭୂତାଣୁ ସହ ଲଢ଼ିବାର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଥାଏ। ତେଣୁ ଅନ୍ୟ କରୋନା ରୋଗୀମାନେ ସେମାନଙ୍କ ରକ୍ତରୁ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି। ତେଣୁ ଅଜୟ ଦେବଗନ୍ ମଧ୍ୟ ସେହି କରୋନା ୱାରିୟର୍ସଙ୍କୁ ରକ୍ତଦାନ କରିବାକୁ ନିବେଦନ କରିଥିଲେ। ହେଲେ ଲୋକମାନେ ଏହି ଟ୍ୱିଟକୁ ପସନ୍ଦ କରୁନାହାଁନ୍ତି। କିଛି ଲୋକ ତାଙ୍କୁ ପ୍ରଶଂସା କରୁଥିବାବେଳେ କିଛି ଲୋକ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

https://twitter.com/ajaydevgn/status/1251828757628780545?s=20

ଅଜୟ ଟ୍ୱିଟ୍ କରି ଲେଖିଛନ୍ତି, 'ଯଦି ଆପଣ COVID-19 ରୁ ସୁସ୍ଥ ହୋଇଛନ୍ତି ତେବେ ଆପଣ ଜଣେ କରୋନା ୱାରିଅର୍। ଆମକୁ ଏହି ଯୋଦ୍ଧାମାନଙ୍କର ଏକ ସେନା ଦରକାର, ଯେଉଁମାନେ ଏହି ଅଦୃଶ୍ୟ ଶତ୍ରୁ ସହିତ ଲଢ଼ିପାରିବେ। ଆପଣଙ୍କ ରକ୍ତରେ ଏକ ପ୍ରକାର ବୁଲେଟ୍ ଅଛି ଯାହା ଜୀବାଣୁକୁ ମାରିପାରେ। ଦୟାକରି ଗୁରୁତର ରୋଗୀଙ୍କୁ ରକ୍ତଦାନ କରନ୍ତୁ ଯାହା ଦ୍ୱାରା ସେମାନେ ଶୀଘ୍ର ସୁସ୍ଥ ହୋଇପାରିବେ।’

ଅଜୟଙ୍କ ଏହି ଟ୍ୱିଟ୍ ପରେ ଲୋକମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, 'ଏହି ଅନୁମତି ସରକାର ଦେଇଛନ୍ତି ନା ଏହା ଆପଣଙ୍କର ନିଜସ୍ୱ ଅନୁସନ୍ଧାନ'। ଅନ୍ୟ ଜଣେ ଲେଖିଛନ୍ତି 'ଏହା କିପରି ହୋଇପାରେ? ଏହା କ’ଣ ଏକ ଆଣ୍ଟିଡଟ୍?' ଆଉ ଜଣେ ୟୁଜର୍ ଲେଖିଛନ୍ତି, 'ସାର୍, ମୁଁ ଭାବୁ ନାହିଁ ଯେ ଆମେ, କରୋନାରୁ ସୁସ୍ଥ ହୋଇ ରକ୍ତଦାନ କରିବା ଉଚିତ୍। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ଯଥେଷ୍ଟ ନୁହେଁ, ସଠିକ୍ ଚିକିତ୍ସା ମଧ୍ୟ ଆବଶ୍ୟକ ଏବଂ ଏହା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଦକ୍ଷିଣ କୋରିଆରେ କରୋନା ପୁନଃସକ୍ରିୟ ହେବାର ଖବର ମଧ୍ୟ ଅଛି। ତେଣୁ ଆମେ ଟିକିଏ ଅପେକ୍ଷା କରିବା ଉଚିତ୍।

https://twitter.com/iHrithik/status/1251839523438247939?s=20

ଅଜୟଙ୍କ ବ୍ୟତୀତ ଅଭିନେତା ହ୍ରିତିକ୍ ରୋଶନ୍ ମଧ୍ୟ କରୋନା ୱାରିୟର୍ସଙ୍କୁ ରକ୍ତଦାନ ପାଇଁ ନିବେଦନ କରିଛନ୍ତି।  ଡାକ୍ତରଙ୍କ ସୂଚନା ଅନୁଯାୟୀ ଯେତେବେଳେ ଜଣେ ବ୍ୟକ୍ତି କରୋନା ଜୀବାଣୁ ସଂକ୍ରମଣରୁ ଆରୋଗ୍ୟ ହୁଏ, ସେତେବେଳେ ତାଙ୍କ ଶରୀରରେ କରୋନା ଭୂତାଣୁକୁ ନଷ୍ଟ କରୁଥିବା ବିଶେଷ ପ୍ରକାରର ପ୍ରତିରୋଧକ ଆଣ୍ଟିବଡି ବିକଶିତ ହୁଏ। ଅର୍ଥାତ୍ ଶରୀରକୁ ପ୍ରବେଶ କରୁଥିବା ଜୀବାଣୁର ଏହି ଆଣ୍ଟିବଡି ମୁକାବିଲା କରିଥାଏ। ତେଣୁ ଏହି ରକ୍ତକୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ରଖାଗଲେ ଏହି ଆଣ୍ଟିବଡି ମାଧ୍ୟମରେ ସଂକ୍ରମିତ ରୋଗୀର ଶରୀରରେ ଥିବା କରୋନା ଜୀବାଣୁ ଦୂର ହୋଇପାରିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story