Advertisment

`RRR'ରେ ଅଜୟ ଦେବଗନ, ସାମ୍ନାକୁ ଆସିଲା ଦମ୍‌ଦାର ଲୁକ୍‌

ମୁମ୍ବାଇ: ଆକ୍ସନ ମୋଡରେ ବଲିଉଡ ଅଭିନେତା ଅଜୟ ଦେବଗନ। ପୁଣି ଥରେ ତାଙ୍କୁ ଆକ୍ସନ ଲୁକ୍‌ରେ ଦେଖିବାକୁ ମିଳିଛି। ସାମ୍ନାକୁ ଆସିଛି ବହୁ ପ୍ରତିକ୍ଷିତ ଅପକମିଂ ହାଇ ବଜେଟ୍‌ ଫିଲ୍ମ `ଆର୍‌ ଆର୍‌ ଆର୍‌’ରୁ ତାଙ୍କର ଦମ୍‌ଦାର ଲୁକ୍‌। ଏସ୍‌ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରୁ ତାଙ୍କ ମୋଶନ ପୋଷ୍ଟର ରିଲିଜ ହୋଇଛି, ଯାହା ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ରିଲିଜ ହୋଇଥିବା ଏହି ମୋଶନ ପୋଷ୍ଟରରେ ଅଜୟଙ୍କ ଲୁକ୍‌ ବେଶ୍‌ ଦମଦାର୍‌ ରହିଛି। […]

ଅଦ୍ୟତନ ହୋଇଛି
`RRR'ରେ ଅଜୟ ଦେବଗନ, ସାମ୍ନାକୁ ଆସିଲା ଦମ୍‌ଦାର ଲୁକ୍‌

Ajay devgn

Advertisment

ମୁମ୍ବାଇ: ଆକ୍ସନ ମୋଡରେ ବଲିଉଡ ଅଭିନେତା ଅଜୟ ଦେବଗନ। ପୁଣି ଥରେ ତାଙ୍କୁ ଆକ୍ସନ ଲୁକ୍‌ରେ ଦେଖିବାକୁ ମିଳିଛି। ସାମ୍ନାକୁ ଆସିଛି ବହୁ ପ୍ରତିକ୍ଷିତ ଅପକମିଂ ହାଇ ବଜେଟ୍‌ ଫିଲ୍ମ `ଆର୍‌ ଆର୍‌ ଆର୍‌'ରୁ ତାଙ୍କର ଦମ୍‌ଦାର ଲୁକ୍‌। ଏସ୍‌ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରୁ ତାଙ୍କ ମୋଶନ ପୋଷ୍ଟର ରିଲିଜ ହୋଇଛି, ଯାହା ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

Advertisment

ରିଲିଜ ହୋଇଥିବା ଏହି ମୋଶନ ପୋଷ୍ଟରରେ ଅଜୟଙ୍କ ଲୁକ୍‌ ବେଶ୍‌ ଦମଦାର୍‌ ରହିଛି। ଏଥିରେ ସେ ଜଣେ ଯୋଦ୍ଧା ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ଚାରୁଆଡୁ ତାଙ୍କୁ ଇଂରେଜୀ ସୈନିକମାନେ ବନ୍ଧୁକ ଧରି ଘରେ ରହିଥିବା ବେଳେ ମଇଦାନ୍‌ ସେ ଏକା ଠିଆ ହୋଇଥିବା ଭିଡିଓରେ ଏବେ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଅଜୟଙ୍କ ଏହି ମୋଶନ ପୋଷ୍ଟରକୁ ଦେଖି ପ୍ରଶଂସକମାନେ ଭୁରିଭୁରି ପ୍ରଶଂସା କରୁଛନ୍ତି।

ଅଭିନେତା ଅଜୟ ଦେବଗନଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍‌ମାନଙ୍କୁ ଏହି ଭେଟି ଦେଇଛନ୍ତି। ଅଜୟ ଦେବଗନ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଭିଡିଓଟିକୁ ଶେଆର କରିଛନ୍ତି। ଏହାକୁ ସେଆର କରି ସେ କ୍ୟାପସନରେ ଲେଖିଛନ୍ତି, ``ଲୋଡ୍‌ ଏମ୍‌ ସୁଟ୍‌…ମୋତେ ଏଭଳି ଦମଦାର ଏବଂ ଉତ୍ସାହିତ କରୁଥିବା ଚରିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାନ।'' ଉକ୍ତ ଭିଡିଓକୁ ବର୍ତ୍ତମାନ ଯାଏଁ ୩ ଲକ୍ଷରୁ ଅଧିକ ଲୋକ ଦେଖିସରିଲେଣି।

Advertisment

ସୂଚନାଯୋଗ୍ୟ ଯେ, ଫିଲ୍ମ `ଆର୍‌ ଆର୍‌ ଆର୍‌'ର ଲିଡ୍‌ ରୋଲରେ ସାଉଥ ସୁପରଷ୍ଟାର ରାମଚରଣ, ଜୁନିଅର ଏନ୍‌ଟିଆର୍‌, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ ଅଛନ୍ତି। ଏହି ଫିଲ୍ମଟିକୁ ଖୁବଶୀଘ୍ର ତେଲୁଗୁ , ହିନ୍ଦୀ, ତାମିଲ, ମଲୟାଲମ ଏବଂ କନ୍ନଡ ଭାଷାରେ ରିଲିଜ କରାଯିବ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe