Advertisment

ହିନ୍ଦୀକୁ ଜାତୀୟ ଭାଷା କହି ଭୟଙ୍କର ଟ୍ରୋଲର ଶିକାର ହେଲେ ଅଜୟ ଦେବଗାନ

ମୁମ୍ବାଇ: ହିନ୍ଦୀ ଆମ ଦେଶର ଜାତୀୟ ଭାଷା ଥିଲା ଓ ରହିବ ବୋଲି କହି ସୋଶାଲ ମିଡିଆରେ ଭୟଙ୍କର ଟ୍ରୋଲର ଶିକାର ହୋଇଛନ୍ତି ବଲିଉଡ ଷ୍ଟାର ଅଜୟ ଦେବଗାନ। ସୋଶାଲ ମିଡିଆରେ ୫୩ ବର୍ଷୀୟ ଅଜୟ ଦେବଗାନ ଏପରି ବୟାନ ଦେବା ପରେ ତାଙ୍କୁ ଅନେକ ଲୋକ ସମ୍ବିଧାନର ପାଠ ପଢ଼ାଇଛନ୍ତି। ସେହିପରି ଭାରତର କୌଣସି ଭାଷାକୁ ଜାତୀୟତାର ମାନ୍ୟତା ମିଳିନି ବୋଲି ମଧ୍ୟ କହିଛନ୍ତି। କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କ ସହ ବୁଧାବର ଟ୍ୱିଟରରେ କଥାବାର୍ତ୍ତା […]

author-image
Hemant Lenka
ହିନ୍ଦୀକୁ ଜାତୀୟ ଭାଷା କହି ଭୟଙ୍କର ଟ୍ରୋଲର ଶିକାର ହେଲେ ଅଜୟ ଦେବଗାନ

ajya

ମୁମ୍ବାଇ: ହିନ୍ଦୀ ଆମ ଦେଶର ଜାତୀୟ ଭାଷା ଥିଲା ଓ ରହିବ ବୋଲି କହି ସୋଶାଲ ମିଡିଆରେ ଭୟଙ୍କର ଟ୍ରୋଲର ଶିକାର ହୋଇଛନ୍ତି ବଲିଉଡ ଷ୍ଟାର ଅଜୟ ଦେବଗାନ। ସୋଶାଲ ମିଡିଆରେ ୫୩ ବର୍ଷୀୟ ଅଜୟ ଦେବଗାନ ଏପରି ବୟାନ ଦେବା ପରେ ତାଙ୍କୁ ଅନେକ ଲୋକ ସମ୍ବିଧାନର ପାଠ ପଢ଼ାଇଛନ୍ତି। ସେହିପରି ଭାରତର କୌଣସି ଭାଷାକୁ ଜାତୀୟତାର ମାନ୍ୟତା ମିଳିନି ବୋଲି ମଧ୍ୟ କହିଛନ୍ତି।

Advertisment

କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କ ସହ ବୁଧାବର ଟ୍ୱିଟରରେ କଥାବାର୍ତ୍ତା ହେବା ବେଳେ ପୂରା ଘଟଣା ଘଟିଥିଲା। ନିକଟରେ ସୁଦୀପ ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ଯେ ହିନ୍ଦୀ ଭାରତର ଆଉ ଜାତୀୟ ଭାଷା ନୁହେଁ। ସେ ଏପରି କହିବାରୁ କିଛି ସୋଶାଲ ମିଡିଆ ବ୍ୟବହାରକାରୀ ତାଙ୍କୁ ସମାଲୋଚନା କରିଥିଲେ। ତେବେ ଅଜୟ ଦେବଗାନ ହିନ୍ଦୀରେ କରିଥିବା ଟ୍ୱିଟ ପଢ଼ି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଟ୍ରୋଲ କରିଛନ୍ତି।

Advertisment


ଅଜୟ ଦେବଗାନ ଲେଖିଥିଲେ ଯେ “ସୁଦୀପ, ମୋ ଭାଇ, ଆପଣଙ୍କ ଅନୁସାରେ ଯଦି ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ, ତା’ହେଲେ କାହିଁକି ନିଜ ମାତୃଭାଷାରେ ତିଆରି ହୋଇଥିବା ଫିଲ୍ମକୁ ହିନ୍ଦୀରେ ଡବିଂ କରି ରିଲିଜ କରୁଛନ୍ତି? ହିନ୍ଦୀ ଆମର ମାତୃଭାଷ ଓ ରାଷ୍ଟ୍ରୀୟ ଭାଷା ଥିଲା ଏବଂ ସବୁବେଳେ ରହିବ। ଜନ ଗଣ ମନ।”

ବାସ୍‌ ଅଜୟଙ୍କ ଏପରି ଟ୍ୱିଟ ସାମ୍ନାକୁ ଆସିବାରେ ଲୋକମାନେ ତାଙ୍କୁ ସମାଲୋଚନା କରିଛନ୍ତି। ଟ୍ୱିଟର ବ୍ୟବହାରକାରୀମାନେ କହିଛନ୍ତି, ଭାରତରେ କୌଣସି ଜାତୀୟ ଭାଷା ନାହିଁ। ଭାରତରେ ବହୁଳ ଭାବେ ବ୍ୟବହୃତ ହେଉଥିବା ଭାଷା ହେଉଛି ହିନ୍ଦୀ। ଭାରତୀୟ ସମ୍ବିଧାନର ୮ମ ସିଡ୍ୟୁଲରେ ଯେଉଁ ୨୨ଟି ଭାଷାକୁ ମାନ୍ୟତା ଦିଆଯାଇଛି, ସେଥି ମଧ୍ୟରୁ ହିନ୍ଦୀ ଅନ୍ୟତମ ବୋଲି ସେମାନେ କହିଛନ୍ତି।


ବବିତା ତିୱାରୀ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି,“ ଅଜୟ ଦେବଗାନଙ୍କ ବୟାନ ପାଇଁ କେହି ବି ବଲିଉଡର କୌଣସି କଥାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଭାରତର କୌଣସି ଜାତୀୟ ଭାଷା ନାହିଁ। ଆପଣ ୮ମ ସିଡ୍ୟୁଲ ପଢ଼ନ୍ତୁ। ଭାରତର ୫ ଶାସ୍ତ୍ରୀୟ ଭାଷା ହେଲା ସଂସ୍କୃତ, ଓଡ଼ିଆ, ତାମିଲ, ତେଲୁଗୁ ଓ କନ୍ନଡ। ଏହି ୫ ଭାଷା ସବୁଠାରୁ ପୁରୁଣା ଓ ସୁନ୍ଦର ଭାଷା।”


ଆଉ ଜଣେ ଲେଖିଛନ୍ତି, ଅଜୟ ଦେବଗାନ, କାହିଁକି ହିନ୍ଦୀ ଫିଲ୍ମ ଅନ୍ୟ ଭାଷାରେ ଡବିଂ ହେଉଛି? ଚେଷ୍ଟା କରୁନ୍ତୁ ସେଗୁଡ଼ିକୁ କେବଳ ହିନ୍ଦୀ ଭାଷାରେ ରିଲିଜ ହେଉ। କେବଳ ଏହି ଦୁଇ ଜଣ ନୁହେଁ, ଅନେକ ଲୋକ ଅଜୟ ଦେବଗାନଙ୍କୁ ଏପରି ଟ୍ରୋଲ କରିଛନ୍ତି।


ସୂଚନାଯୋଗ୍ୟ, ଏପ୍ରିଲ ୨୯ରେ ଅଜୟଙ୍କ ନୂଆ ଫିଲ୍ମ ରନୱେ-୩୪ ଆସୁଛି। ଏଥିରେ ଅମିତାଭ ବଚ୍ଚନ ଓ ରକୁଲ ପ୍ରୀତ ସିଂହ ମଧ୍ୟ ଅଭିନୟ କରିଛନ୍ତି।