Ajaz khan
ମୁମ୍ବାଇ: ଏନ୍ସିବି ହେପାଜତରେ ଅଭିନେତା ଏଜାଜ ଖାନ୍ଙ୍କୁ ହେଲା କରୋନା । ଡ୍ରଗ୍ସ ମାମଲାରେ ଗତ କିଛି ଦିନ ତଳେ ଧରାପଡିଥିବା ଅଭିନେତା ଏଜାଜ ଖାନ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଲା ଦୁଇ ଦିନ ତଳେ ଏଜାଜଙ୍କ କୋଭିଡ ଟେଷ୍ଟ ହୋଇଥିଲା, ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଡ୍ରଗ୍ସ ମାମଲରେ ଏଜାଜ ଖାନ୍ଙ୍କୁ ପଚରାଉଚରା କରୁଥିବା ଏନ୍ସିବି ଟିମ୍ର ମଧ୍ୟ କୋଭିଡ ଟେଷ୍ଟ କରାଯାଇଛି। ତେବେ ଟେଷ୍ଟ କରାଯାଇଥିବା ଏନ୍ସିବି ଅଧିକାରୀ କରୋନା ପଜିଟିଭ ଅଛନ୍ତି କି ନାହିଁ ସେ ନେଇ କିଛି ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଡ୍ରଗ୍ସ କାରବାର ମାମଲାରେ ଏନ୍ସିବି ଏଜାଜ ଖାନ୍ଙ୍କୁ ବିମାନ ବନ୍ଦରରୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଏନ୍ସିବି ଏପ୍ରିଲ ୩ ତାରିଖ ଯାଏଁ ରିମାଣ୍ଡରେ ନେଇଥିଲା। କିନ୍ତୁ ପରେ ଏହି ରିମାଣ୍ଡ ଅବଧିକୁ ୫ ଏପ୍ରିଲ ଯାଏଁ ବୃଦ୍ଧି କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ।
ଘଟଣାରୁ ଜଣାପଡିଛି ଯେ, ଏଜାଜ ଖାନ ଡ୍ରଗ୍ସ କିଙ୍ଗ ରୂପେ ଜଣାଶୁଣା ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ବଟାଟା ସହ କାମ କରୁଥିଲେ । ଏପରିକି ଦୀର୍ଘଦିନ ଧରି ଏମାନଙ୍କ ସହ ଡ୍ରଗ୍ସ ବ୍ୟବସାୟ ବି ଚଳାଉଥିଲେ । ଏହି ମାମଲାରେ ଏଜାଜକୁ ଏନ୍ସିବି ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ମାର୍ଚ୍ଚ ୩୧ ତାରିଖ ରାତିରେ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Ajaz-khan.jpg)