Advertisment

ଅଡୁଆରେ କଙ୍ଗନାଙ୍କ 'ଏମରଜେନ୍ସି', ବ୍ୟାନ୍‌ ଦାବି

କଙ୍ଗନା ରଣାଓ୍ୱତଙ୍କ ଫିଲ୍ମ 'ଏମରଜେନ୍ସି' ସେପ୍ଟେମ୍ବର ୬ ତାରିଖରେ ପରଦାକୁ ଆସିବ।

author-image
Madhupriya Mistry
ଅଦ୍ୟତନ ହୋଇଛି
Kangana Ranaut

Kangana Ranaut

ବଲିଉଡର କୁଇନ୍ ତଥା ସାଂସଦ କଙ୍ଗନା ରଣାଓ୍ୱତ। ତାଙ୍କ ଅପ୍‌କମିଂ ଫିଲ୍ମ 'ଏମରଜେନ୍ସି'କୁ ନେଇ ବଢ଼ିଛି ଅଡୁଆ। ଫିଲ୍ମ ରିଲିଜକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏହା ଉପରେ ବ୍ୟାନ୍‌ ଲଗାଇବାକୁ ହୋଇଛି ଦାବି।

Advertisment

ପଞ୍ଜାବର ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି(ଏସ୍‌ଜିପିସି) ଓ ଶିଖ ସର୍ବୋଚ୍ଚ ସଂସ୍ଥା ଅକାଲ ତାଖ୍‌ତ କଙ୍ଗନାଙ୍କ ଏହି ଫିଲ୍ମକୁ ନେଇ ବିରୋଧ କରିଛନ୍ତି। ଏମରଜେନ୍ସି ଫିଲ୍ମରେ ଶିଖମାନଙ୍କ ଚରିତ୍ରକୁ ହନନ କରାଯାଇଥିବା ଅକାଲ ତାଖ୍‌ତର ଜାଥେଦାର ଜ୍ଞାନୀ ରଘୁବର ସିଂହ ଅଭିଯୋଗ କରିଛନ୍ତି।

ଫିଲ୍ମ ରିଲିଜକୁ ନେଇ ଜାଥେଦାର ଜ୍ଞାନୀ ରଘୁବର ସିଂହ ଦୃଢ଼ ଆପତ୍ତି ଜତାଇଛନ୍ତି। ସେ  କହିଛନ୍ତି ଯେ, ନିକଟରେ ଫିଲ୍ମର ରିଲିଜ୍ ହୋଇଥିବା ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ ଶିଖଙ୍କ ଭାବମୂର୍ତ୍ତିକୁ ଜାଣି ଶୁଣି ଖରାପ ଭାବେ ଚିତ୍ରଣ କରାଯାଇଛି। ଏହା ଏକ ଷଡ଼ଯନ୍ତ୍ରର ଅଂଶ। ତେଣୁ ଏହା ଉପରେ ତୁରନ୍ତ ବ୍ୟାନ୍‌ ଲଗାଇବାକୁ ସେ ଦାବି କରିଛନ୍ତି।

Advertisment

ସେହିପରି ଏକ ସାମ୍ବାଦିକ ସମ୍ମିଳନୀରେ SGPC ମୁଖ୍ୟ ହରଜନ୍ଦର ସିଂହ ଧାମି ଫିଲ୍ମର ଲେଖକ, ନିର୍ଦ୍ଦେଶକ, ନିର୍ମାତା ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି।

କଙ୍ଗନା ରଣାଓ୍ୱତଙ୍କ ଅଭିନୀତ ଫିଲ୍ମ 'ଏମରଜେନ୍ସି' ସେପ୍ଟେମ୍ବର ୬ ତାରିଖରେ ପରଦାକୁ ଆସିବ। ଏହି ଫିଲ୍ମଟି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଦେଶରେ ଲାଗୁ ହୋଇଥିବା 'ଏମରଜେନ୍ସି' ଉପରେ ଆଧାରିତ। ଏଥିରେ କଙ୍ଗନାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ।

ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ସେବେଠାରୁ ଏହି ଫିଲ୍ମକୁ ନେଇ ବିବାଦ ଜାରି ରହିଛି। ପୂର୍ବରୁ ମଧ୍ୟ ଫିଲ୍ମର ରିଲିଜ୍‌କୁ ଅନେକ ଥର ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ୨୪ ନଭେମ୍ବର ୨୦୨୩ରେ ଫିଲ୍ମଟି ରିଲିଜ ହେବାର ଥିଲା କିନ୍ତୁ ପରେ ଏହାର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଥିଲା।

Bollywood Kangana Ranaut Emergency