Advertisment

ରୋହିତ ସେଟ୍ଟି ଓ ଅକ୍ଷୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା, ଶୁଟିଂ ସେଟ୍‌ରେ ମାର୍‌ପିଟ୍‌!

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟି ଓ ଖିଲାଡି ଷ୍ଟାର ଅକ୍ଷୟ କୁମାର ମଧ୍ୟରେ ମାରପିଟ୍‌। ଶୁଟିଂ ସେଟ୍‌ରେ ଉଭୟଙ୍କ ମଧ୍ୟରେ ହେଲା ଜୋରଦାର ଝଗଡା। ପରିସ୍ଥିତି ଏପରି ହେଲା ଯେ ଶେଷରେ ପୁଲିସ ଆସିବାକୁ ପଡିଲା। ଏହି ବଲିଉଡ କଳାକାରଙ୍କ ଲେଢ଼ଇର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ରୋହିତ ଓ ଅକ୍ଷୟଙ୍କ ଏହି ଲେଢ଼ଇ ପ୍ରକୃତରେ ନୁହେଁ। ଗତବର୍ଷ କରୋନା ଯୋଗୁଁ ଫିଲ୍ମ ଶୁଟିଂ ଅଟକି […]

ଅଦ୍ୟତନ ହୋଇଛି
ରୋହିତ ସେଟ୍ଟି ଓ ଅକ୍ଷୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା, ଶୁଟିଂ ସେଟ୍‌ରେ ମାର୍‌ପିଟ୍‌!

Akshay kumar and Rohit shetty

Advertisment

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟି ଓ ଖିଲାଡି ଷ୍ଟାର ଅକ୍ଷୟ କୁମାର ମଧ୍ୟରେ ମାରପିଟ୍‌। ଶୁଟିଂ ସେଟ୍‌ରେ ଉଭୟଙ୍କ ମଧ୍ୟରେ ହେଲା ଜୋରଦାର ଝଗଡା। ପରିସ୍ଥିତି ଏପରି ହେଲା ଯେ ଶେଷରେ ପୁଲିସ ଆସିବାକୁ ପଡିଲା। ଏହି ବଲିଉଡ କଳାକାରଙ୍କ ଲେଢ଼ଇର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ତେବେ ରୋହିତ ଓ ଅକ୍ଷୟଙ୍କ ଏହି ଲେଢ଼ଇ ପ୍ରକୃତରେ ନୁହେଁ। ଗତବର୍ଷ କରୋନା ଯୋଗୁଁ ଫିଲ୍ମ ଶୁଟିଂ ଅଟକି ରହିଥିଲା। ଏହାରି ଭିତରେ ମନୋରଞ୍ଜନ କରିବା ପାଇଁ ପରସ୍ପର ସହ ମଜାଳିଆ ଢ଼ଙ୍ଗରେ ଅଭିନୟ କରି ଲେଢ଼ଇ କରିଛନ୍ତି ଏହି ଦୁଇ ଷ୍ଟାର୍‌। ଏମାନଙ୍କ ଲେଢ଼ଇକୁ ଦେଖି ପୁଲିସ ବେଶରେ ଥିବା ତାଙ୍କ ଷ୍ଟାଫ୍‌ମାନେ ଦୌଡି ଆସି ଉଭୟଙ୍କୁ ଛଡାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହି ମଜାଦାର ଲଢ଼େଇକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିଜ ମୋବାଇଲ୍‌ରେ ସୁଟ୍‌ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ଅକ୍ଷୟ କୁମାର ନିଜେ ତାଙ୍କ ଟୁଇଟ ହ୍ୟାଣ୍ଡେଲରେ ଶେଆର କରିଛନ୍ତି।

https://twitter.com/akshaykumar/status/1194155278960336896?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1194155278960336896%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.abplive.com%2Fentertainment%2Fsooryavanshi-akshay-kumar-katrina-kaif-rohit-shetty-release-date-throwback-video-from-the-set-going-viral-1855711

Advertisment

ସୂଚନାଯୋଗ୍ୟ ଯେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବେ ତାଙ୍କ ଅପ୍‌କମିଂ ଫିଲ୍ମ `ରାମ ସେତୁ'ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଏହାରି ଭିତରେ ସେ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି କାରଣ ଯୋଗୁଁ ଫିଳ୍ମ ଶୁଟିଂ ଅଟକି ଯାଇଛି। ଏହା ପୂର୍ବରୁ ମଧ୍ୟ ଅକ୍ଷୟଙ୍କ ଫିଲ୍ମ `ସୂର୍ଯ୍ୟବଂଶୀ' ରିଲିଜ ଅପେକ୍ଷାରେ ରହିଛି। ଗତବର୍ଷ ଏହି ଫିଲ୍ମଟି ରିଲିଜ ହେବାର ଥିଲା। କିନ୍ତୁ ଲକଡାଉନ୍‌ ଯୋଗୁଁ ଫିଲ୍ମଟି ରିଲିଜ ହୋଇପାରିନଥିଲା।

ତେବେ ଅନ୍‌ଲକ୍‌ ହେବା ପରେ ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ ଏହି ଫିଲ୍ମଟିକୁ ରିଲିଜ କରିବା ପାଇଁ ଧାର୍ଯ୍ୟ  କରାଯାଇଛି। ତେବେ ଏହାରି ଭିତରେ ପୁଣି ଥରେ ଫିଲ୍ମର ରିଲିଜ ତାରିଖ ଘୁଞ୍ଚି ପାରେ ବୋଲି ଶୁଣିବାକୁ ମିଳିଛି। ଏହି ଫିଲ୍ମର ଲିଡ୍‌ ରୋଲରେ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପୋଜିଟ୍‌ରେ କ୍ୟାଟ୍ରିନା କୈଫ ଅଛନ୍ତି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe