Advertisment

ଭାବୁକ ହେଲେ ଖିଲାଡି ଷ୍ଟାର ଅକ୍ଷୟ

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ଦମଦାର ଆକ୍ସନ ସାଙ୍ଗକୁ ଜବରଦସ୍ତ ଅଭିନୟ ଓ କମେଡି ପାଇଁ ସେ ବେଶ୍ ପ୍ରସିଦ୍ଧ । ସର୍ବଦା ହସ ଖୁସି ମିଜାଜରେ ରହୁନ୍ତି ଅକ୍ଷୟ। କିନ୍ତୁ ଏବେ ହଠାତ୍ ସେ ଭାବୁକ ହୋଇପଡିଛନ୍ତି। ପ୍ରକୃତରେ ସେ ତାଙ୍କ ଭଉଣୀଙ୍କୁ ମନେ ପକାଇ ଏକ ଇମୋସନାଲ ପୋଷ୍ଟ ସେଆର କରିଛନ୍ତି। ତାଙ୍କ ଅପକମିଂ ଫିଲ୍ମ ‘ରକ୍ଷା ବନ୍ଧନ’କୁୁ ସେ ତାଙ୍କ ଭଉଣୀ ଅଳକାଙ୍କୁ ଡେଡିକେଟ୍ କରିଛନ୍ତି। ଅକ୍ଷୟ ନିଜ ଟୁଇଟରେ […]

ଅଦ୍ୟତନ ହୋଇଛି
ଭାବୁକ ହେଲେ ଖିଲାଡି ଷ୍ଟାର ଅକ୍ଷୟ

akshya kumar-1

Advertisment

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ଦମଦାର ଆକ୍ସନ ସାଙ୍ଗକୁ ଜବରଦସ୍ତ ଅଭିନୟ ଓ କମେଡି ପାଇଁ ସେ ବେଶ୍ ପ୍ରସିଦ୍ଧ । ସର୍ବଦା ହସ ଖୁସି ମିଜାଜରେ ରହୁନ୍ତି ଅକ୍ଷୟ। କିନ୍ତୁ ଏବେ ହଠାତ୍ ସେ ଭାବୁକ ହୋଇପଡିଛନ୍ତି।

Advertisment

ପ୍ରକୃତରେ ସେ ତାଙ୍କ ଭଉଣୀଙ୍କୁ ମନେ ପକାଇ ଏକ ଇମୋସନାଲ ପୋଷ୍ଟ ସେଆର କରିଛନ୍ତି। ତାଙ୍କ ଅପକମିଂ ଫିଲ୍ମ ‘ରକ୍ଷା ବନ୍ଧନ’କୁୁ ସେ ତାଙ୍କ ଭଉଣୀ ଅଳକାଙ୍କୁ ଡେଡିକେଟ୍ କରିଛନ୍ତି।

ଅକ୍ଷୟ ନିଜ ଟୁଇଟରେ ଲେଖିଛନ୍ତି, ‘ମୁଁ ମୋ ଭଉଣୀ ଅଳକାଙ୍କ ସହ ଛୋଟରୁ ବଡ଼ ହେଲି। ସେ ହିଁ ମୋର ପ୍ରଥମ ବନ୍ଧୁ। ଏହା ସବୁଠାରୁ ସହଜ ବନ୍ଧୁତା ଥିଲା ଏବଂ ପବିତ୍ର। ଆନନ୍ଦ ଏଲ୍ ରୟଙ୍କ ଫିଲ୍ମ ରକ୍ଷାବନ୍ଧନକୁ ମୁଁ ମୋ ଭଉଣୀକୁ ଡେଡିକେଟ୍ କରୁଛି । ଆଜି ସୁଟିଂର ପ୍ରଥମ ଦିନ ତେଣୁ ଆପଣଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଦରକାର।’

Advertisment

ପ୍ରକୃତରେ ଦୀର୍ଘ ଦିନର ଲକଡାଉନ ପରେ ଆଜିଠାରୁ ଅକ୍ଷୟଙ୍କ ଅପ୍‌କମିଂ ଫିଲ୍ମ ‘ରକ୍ଷାବନ୍ଧନ’ର ସୁଟିଂ ଆରମ୍ଭ ହୋଇଛି। ଏନେଇ ଅକ୍ଷୟ ନିଜେ ସୂଚନା ଦେଇଛନ୍ତି। ଏଥିସହ ସୁଟିଂ ସେଟ୍‌ର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଅକ୍ଷୟ ଲିଡ୍ ରୋଲ୍‌ରେ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଭୂମି ପେଡନେକର।

ଅନ୍ୟ ପ୍ରମୁଖ ଭୂମିକାରେ ଦୀପିକା ଖନ୍ନା, ସାନିଆ ଏବଂ ସ୍ମୃତି ଶ୍ରିକାନ୍ତ ମଧ୍ୟ ଅଛନ୍ତି। ଏହି ତିନି ଅଭିନେତ୍ରୀ ଅକ୍ଷୟଙ୍କ ଭଉଣୀ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମଟି କେବେ ରିଲିଜ ହେବ ସେ ନେଇ କିଛି ସୂଚନା ନାହିଁ।

https://twitter.com/akshaykumar/status/1406863728679653381?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe