Advertisment

ଅଲୋଡ଼ା ହେଲେ ଅକ୍ଷୟ, ବିକ୍ରି ହେଉନି ଟିକେଟ୍‌

ଫ୍ଲପ୍ ହେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ।

Akshay Kumar

Akshay Kumar

Advertisment

ଅଲୋଡ଼ା ହେଲେ ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର। ଧୀରେ ଧୀରେ କମୁଛି ତାଙ୍କ ଫ୍ୟାନ୍ ଫଲୋଇଂ ସଂଖ୍ୟା। କହିବାକୁ ଗଲେ ଗତ କିଛି ଦିନ ହେବ ଏହି ଖିଲାଡି ଷ୍ଟାର୍‌ଙ୍କ ସମୟ ଭଲ ଚାଲିନାହିଁ। ଫ୍ଲପ୍ ହେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ। ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ସେଲ୍ଫି’  ମଧ୍ୟ ବକ୍ସ ଅଫିସରେ ଫ୍ଲପ ହୋଇଛି। ଫଳରେ ବିଦେଶରେ ହେବାକୁ ଥିବା ତାଙ୍କ ଶୋ’ର ଟିକେଟ୍ ବିକ୍ରି ହୋଇପାରୁ ନାହିଁ। ଏଥିଯୋଗୁ ବାତିଲ ହେଉଛି କନସର୍ଟ।

Advertisment

୨୦୨୨ରେ ଏକାଧିକ ଫିଲ୍ମରେ ନଜର ଆସିଥିଲେ ଖିଲାଡି ବୟ ଅକ୍ଷୟ କୁମାର। ‘ବଚ୍ଚନ ପାଣ୍ଡେ’, କଟପୁତଲି, ‘ସମ୍ରାଟ ପୃଥ୍ୱୀରାଜ’, ‘ରାମ ସେତୁ’ ଏବଂ ‘ରକ୍ଷା ବନ୍ଧନ’ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏସବୁ ଫିଲ୍ମ ବକ୍ସ ଅଫିସରେ ସେତେଟା କମାଲ କରିପାରି ନଥିଲା। ବର୍ଷ ଶେଷ ହୋଇ ନୂଆ ବର୍ଷ ଆରମ୍ଭ ହୋଇଥି‌ଲେ ବି ଅକ୍ଷୟଙ୍କ କୌଣସି ଫିଲ୍ମ ହିଟ ହୋଇପାରି ନାହିଁ। 

୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ‘ସେଲ୍ଫି’ ମଧ୍ୟ ଶୋଚନୀୟ ଭାବେ ଫ୍ଲପ ହୋଇଛି। ବାରମ୍ବାର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେଉଥିବାରୁ ଏବେ ଖିଲାଡି କୁମାରଙ୍କ କ୍ରେଜ ଦର୍ଶକଙ୍କ ଉପରୁ ଧୀରେ ଧୀରେ କମି କମି ଯାଉଥିବା ଚର୍ଚ୍ଚା ହେଉଛି।  

Advertisment

ସେପଟେ ଏହି ଫିଲ୍ମ ଫ୍ଲପ୍‌ର ପ୍ରଭାବ ତାଙ୍କ ଅପ୍‌କମିଂ ଫରେନ୍ କନ୍‌ସର୍ଟ ଉପରେ ପଡିଛି। ଅକ୍ଷୟଙ୍କ ଶୋ’ର ଟିକେଟ୍ ବିକ୍ରି ହେଉନାହିଁ। ଅକ୍ଷୟ କୁମାର ତାଙ୍କ ଟିମ୍ ସହ ବିଦେଶ ଗସ୍ତରେ ଥିବା ବେଳେ ତାଙ୍କର କେତେଟା ଶୋ’ ଏହି କାରଣରୁ କ୍ୟାନ୍‌ସେଲ୍ କରିବାକୁ ପଡିଛି। ନ୍ୟୁ ଜର୍ସିରେ ଥିବା ଅକ୍ଷୟଙ୍କ ଶୋ’ ବାତିଲ ହୋଇଥିବା ସୂଚନା ମିଳିଛି। 

ବେଳେବେଳେ ଆମକୁ କଷ୍ଟଦାୟକ ଜିନିଷ ବାଛିବାକୁ ପଡେ। ଆମେ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛୁ, କାରଣ ଅକ୍ଷୟ କୁମାରଙ୍କ ‘ଦ ଏଣ୍ଟରଟେନର୍ସ ଟୁର’ ବାତିଲ କରାଯାଉଛି। ଯେଉଁମାନେ ଟିକେଟ୍ କିଣିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି SAI USA INC ଫେସବୁକରେ ଏକ ପୋଷ୍ଟ ସେୟାର କରି ଲେଖିଛି। 

ଉଲ୍ଲେଖଯୋଗ୍ୟ, ଅକ୍ଷୟଙ୍କ ସହ ଏହି ଫରେନ୍ ଟୁର୍‌ରେ ଅଭିନେତ୍ରୀ ନୋରା ଫତେହି, ଦିଶା ପଟାନୀ, ସୋନମ ବାଜୱା, ମୌନୀ ରୟ, ଜସଲିନ୍ ରୟାଲ ଓ ଅପାରଶକ୍ତି ଖୁରାନା ମଧ୍ୟ ଅଛନ୍ତି। ଏମାନେ ମଧ୍ୟ ଏହି କନ୍‌ସର୍ଟରେ ନିଜ ନିଜ ପରଫର୍‌ମାନ୍ସ ଦେଇଥାନ୍ତେ।  

Bollywood News Bollywood Akshay Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe