Advertisment

ସ୍ୱତନ୍ତ୍ରତା ଦିବସରେ ଅକ୍ଷୟ କୁମାରଙ୍କ ଖୁସି: ଥିଲେ କାନାଡାର, ହେଲେ ଭାରତର

77ତମ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ ନାଗରିକତ୍ୱ ହାସଲ କଲେ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର।

author-image
Debibandita Barick
ଅଦ୍ୟତନ ହୋଇଛି
Akshya Kumar With Indian Citizenship Proof

Akshya Kumar With Indian Citizenship Proof

ବହୁ ବିବାଦ ଓ ଚର୍ଚ୍ଚା ପରେ ଶେଷରେ ଭାରତୀୟ ନାଗରିକତ୍ୱ ହାସଲ କଲେ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର। ୭୭ତମ ସ୍ୱାଧୀନତା ଦିବସ ଅବସରରେ ସେ ଭାରତର ନାଗରିକତ୍ୱ ହାସଲ କରିଥିବା ନେଇ ସ୍ପଷ୍ଟ କରିଛନ୍ତି। ଏନେଇ ଟ୍ୱିଟରରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ଅକ୍ଷୟ। ଭାରତୀୟ ନାଗରିକତ୍ୱ ହାସଲ କରିବାର ପ୍ରମାଣପତ୍ର ଶେଆର୍ କରି ଅକ୍ଷୟ ଲେଖିଛନ୍ତି, "ମନ ଓ ନାଗରିକତ୍ୱ ଉଭୟ ହିନ୍ଦୁସ୍ତାନୀ। ସ୍ୱାଧୀନତା ଦିବସର ଶୁଭେଚ୍ଛା! ଜୟ ହିନ୍ଦ!" 

Advertisment

ଅକ୍ଷୟ କୁମାର କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେବା ସମୟରେ ତାଙ୍କ କାନାଡିୟ ନାଗରିକତ୍ୱ ବିଷୟରେ ଖୁଲାସା କରିଥିଲେ। ଏହାପରେ ତାଙ୍କୁ ଖୁବ୍ ଟ୍ରୋଲ୍ କରିଥିଲେ ନେଟିଜେନ୍ସ। ଅଧିକାଂଶ ସମୟରେ ତାଙ୍କୁ କାନାଡାର ପାସପୋର୍ଟ ଧାରକ ବୋଲି ମଧ୍ୟ ଆକ୍ଷେପ କରାଯାଉଥିଲା। ସେ ମଧ୍ୟ ଭାରତର ନାଗରିକତ୍ୱ ପାଇଁ ଆବେଦନ କରିଥିବା କହିଥିଲେ। ଖୁବ୍ ଶୀଘ୍ର ସେ କାନାଡ୍ ପାସପୋର୍ଟ ଛାଡ଼ି ଭାରତର ନାଗରିକତ୍ୱ ପ୍ରମାଣପତ୍ର ହାସଲ କରିବେ ବୋଲି କହିଥିଲେ। ଆଉ ଆଜି ଗଣତନ୍ତ୍ର ଦିବସରେ ସେ ଏହାକୁ ପ୍ରାପ୍ତ କରିଛନ୍ତି। 

Advertisment

ଅକ୍ଷୟ କହିଛନ୍ତି, "ମୋ ପାଇଁ ଭାରତ ସବୁକିଛି। ମୁଁ ଯାହା ଅର୍ଜନ କରିଛି, ଯାହା ପାଇଛି ତାହା ଏହିଠାରୁ ହିଁ ପାଇଛି। ମୁଁ ଭାଗ୍ୟବାନ ଯେ ଭାରତୀୟ ନାଗରିକତ୍ୱ ଫେରିପାଇବାର ସୁଯୋଗ ପାଇଛି।" ଯେତେବେଳେ ଲୋକମାନେ କିଛି ନ ଜାଣି କିଛି କହନ୍ତି, ଖୁବ୍ ଖରାପ ଲାଗେ ବୋଲି ଅକ୍ଷୟ କହିଛନ୍ତି। ଫିଲ୍ମ ଫ୍ଲପ୍ ହେଉଥିବା ସମୟର କିଛି ଅନୁଭୂତି ବାଣ୍ଟି ଅକ୍ଷୟ କହିଛନ୍ତି, ପାସପୋର୍ଟ ନବେ ଦଶକରେ ଥିଲା। ସେତେବେଳେ ଚଳଚ୍ଚିତ୍ର ଭଲ ନ ଚାଲିବାରୁ, କାମ ପାଇଁ କାନାଡା ଯାଇଥିଲି। ଏହି ସମୟରେ କାନାଡା ପାସପୋର୍ଟ ଗ୍ରହଣ କରିବାକୁ ପଡିଥିଲା।

"ସେଠାରେ କାମ କରିବା ସମୟରେ ଦୁଇଟି ସିନେମା ରିଲିଜ୍ ପାଇଁ ଥିଲା। କାନାଡାରେ ଥିବା ସମୟରେ ଏହି ଦୁଇଟି ସିନେମା ରିଲିଜ୍ ହୋଇଥିଲା ଆଉ ହିଟ୍ ମଧ୍ୟ ହୋଇଥିଲା। ପରେ ଭାରତ ଫେରି ଆସିଲି ଏବଂ ବଲିଉଡରେ ଅନେକ ଚଳଚ୍ଚିତ୍ରରେ କାର୍ଯ୍ୟ କରିବାର ସୁଯୋଗ ପାଇଲି।ଏହାରି ମଧ୍ୟରେ ମୋ ପାଖରେ କାନାଡାର ପାସପୋର୍ଟ ଅଛି ବୋଲି ଭୁଲି ଯାଇଥିଲି। ପାସପୋର୍ଟ ପରିବର୍ତ୍ତନ କରିବା ଜରୁରୀ ବୋଲି ବି ଜାଣିନଥିଲା।" ପରେ ଏଥିପାଇଁ ଆବେଦନ କରିଥିଲି ବୋଲି ଅକ୍ଷୟ କହିଥିଲେ। 

Akshay Kumar Indian Citizenship