ଚାଲିଗଲେ ହେୟାର ଷ୍ଟାଇଲିଷ୍ଟ, ଭାଙ୍ଗି ଗଲା ଖିଲାଡି କୁମାରଙ୍କ ହୃଦୟ

ମୂମ୍ବାଇ: ଭାଙ୍ଗି ଗଲା ଖିଲାଡି ଷ୍ଟାର୍‌ଙ୍କ ହୃଦୟ। ସମସ୍ତଙ୍କୁ ହସାଉ ଥିବା ଅକ୍ଷୟ ଦୁଃଖିତ ହୋଇପଡିଛନ୍ତି। ତାଙ୍କ ମୁହଁରୁ ହସ ଗାଏବ ହୋଇଯାଇଛି। ନିଜ ପ୍ରିୟର ହେୟାର ଷ୍ଟାଇଲିଷ୍ଟ ତାଙ୍କ ହାତ ଛାଡି ଚାଲି ଯାଇଛନ୍ତି ଆରପାରିକୁ। ଅକ୍ଷୟ କୁମାରଙ୍କ ହେୟାର ଷ୍ଟାଇଲିଷ୍ଟ ମିଲନ ଯାଦବଙ୍କ ଦେହାନ୍ତ ହୋଇଛି। ମିଲାନ ଅକ୍ଷୟ କୁମାରଙ୍କ ସହ ୧୫ ବର୍ଷରୁ ଅଧିକ ସମୟ କାମ କରି ଆସୁଥିଲେ। ଟ୍ଵିଟରରେ ମିଲନଙ୍କ ସହ ନିଜର ଏକ ପୁରୁଣା ଫଟୋ ପୋଷ୍ଟ କରି ଅକ୍ଷୟ ଦୁଃଖ ପ୍ରକାଶ କରିଛନ୍ତି।

ପୋଷ୍ଟ ସେୟାର କରି ଅକ୍ଷୟ ଲେଖିଛନ୍ତି, ‘ତୁମେ ସବୁବେଳେ ମୋ କେଶ ପ୍ରତି ଧ୍ୟାନ ଦିଅ। ଯେପରି ମୋର ଗୋଟିଏ ବି କେଶ ନଷ୍ଟ ନହେବ ସେଥିପ୍ରତି ତୁମେ ସଜାଗ ରୁହ। ମୋ ସହିତ ମିଲାନ୍ ଯାଦବ ୧୫ ବର୍ଷରୁ ଅଧିକ ସମୟ ବିତାଇଛନ୍ତି। ଏବେ ବି ବିଶ୍ଵାସ ହେଉନି ଯେ, ତୁମେ ଆମକୁ ଛାଡି ପଳାଇଛ। ମୁଁ ତୁମକୁ ବହୁତ ମିସ୍‌ କରିବି। ଓମ୍‌ ଶାନ୍ତି।’ ଏଥିସହିତ ଅକ୍ଷୟ ଏକ ହାର୍ଟ ବ୍ରକିଂ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।

ଅକ୍ଷୟଙ୍କ ଏହି ପୋଷ୍ଟରେ ଅନେକ ବଲିଉଡ କଳାକାରଙ୍କ ସମେତ ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମିଲନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅନୀଲ କପୁର ଲେଖିଛନ୍ତି, ‘ସରିଏସ୍‌ଲି ଅକ୍ଷୟ ସାହାବ, ବେଶ୍‌ ଦୁଃଖଦ ଘଟଣା। ମିଲନଙ୍କ ପରିବାର ଓ ସମ୍ପର୍କିୟଙ୍କୁ ମୋ ସମବେଦନା।’

ସେହିପରି ଜଣେ ଉପଭୋକ୍ତା ଲେଖିଛନ୍ତି, ‘ବହୁତ କମ୍ ବୟସରେ ମରିଯାଉଥିବା ଲୋକଙ୍କ ବିଷୟରେ ଶୁଣିବା ବହୁତ କଷ୍ଟକର।’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି- ‘ମିଲନ୍ ବହୁତ ଭଲ ବ୍ୟକ୍ତି ଥିଲେ । ଓମ୍ ଶାନ୍ତି।’

ବର୍ଷ ୨୦୧୯ରେ ମିଲନ ନିଜ ଫେସବୁକ୍‌ ପେଜ୍‌ରେ ଏକ ଭିଡିଓ ଶେଆର କରିଥିଲେ। ଏହି ଭିଡଓରେ ଅକ୍ଷୟ କୁମାର ତାଙ୍କ ସେଲୁନକୁ ଯାଇଥିବା ଦେଖିବାକୁ ମିଳିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।