Advertisment

୫୦ ବର୍ଷରେ ପୋଷ୍ଟ ଗ୍ରାଜୁଏଟ ହେଲେ ଟ୍ୱିଙ୍କିଲ ଖନ୍ନା, ଅକ୍ଷୟ କହିଲେ- ମୋ’ ସ୍ତ୍ରୀ ସୁପର ୱିମେନ

ପତ୍ନୀଙ୍କ ଡିଗ୍ରୀ ହାସଲକୁ ନେଇ ଖୁବ୍‌ ଇମୋସନାଲ ହୋଇ ଯାଇଥିବା ଅକ୍ଷୟ କୁମାର ତାଙ୍କୁ ସୁପର ୱିମେନ କହିବାକୁ ପଛାଇ ନାହାନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Twinkle Khanna & Akshay Kumar

Twinkle Khanna & Akshay Kumar

୫୦ ବର୍ଷରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ହାସଲ କଲେ ମିସେସ ଖିଲାଡି ଟ୍ୱିଙ୍କିଲ ଖନ୍ନା । ଏ ବୟସରେ ନିଜ ପାଠପଢ଼ା ଇଚ୍ଛାକୁ ପୂରଣ କଲେ, ଆଉ ହାସଲ କଲେ ଡିଗ୍ରୀ। ପତ୍ନୀଙ୍କ ଡିଗ୍ରୀ ହାସଲକୁ ନେଇ ଖୁବ୍‌ ଇମୋସନାଲ ହୋଇ ଯାଇଥିବା ଅକ୍ଷୟ କୁମାର ତାଙ୍କୁ ସୁପର ୱିମେନ କହିବାକୁ ପଛାଇ ନାହାନ୍ତି।

Advertisment

ଅକ୍ଷୟ କୁମାର ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ପତ୍ନୀ ଟ୍ୱିଙ୍କିଲଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏହି ଫଟୋରେ ସେ ନିଜ ପତ୍ନୀ ଟ୍ୱିଙ୍କିଲଙ୍କ ସହ ନଜର ଆସିଛନ୍ତି। ଟ୍ୱିଙ୍କିଲ ଏକ ଗ୍ରୀନ୍‌ କଲର ଶାଢ଼ିରେ ବେଶ୍‌ କ୍ୟୁଟ୍‌ ଲାଗୁଥିବା ବେଳେ ଗ୍ରାଜୁଏଶନ କୋଟ ଓ ଟୋପି ବି ପିନ୍ଧିଥିଲେ। ତାଙ୍କୁ ମ୍ୟାଚ୍‌ କରି ମିଷ୍ଟର ଖିଲାଡି ବ୍ଲାକ କଲର ପ୍ୟାଣ୍ଟ ସହ ଏକ ଓଭରକୋଟ୍ ପିନ୍ଧିଛନ୍ତି।

ଏହି ଫଟୋ ଶେଆର କରି ଅକ୍ଷୟ କୁମାର ଲେଖିଛନ୍ତି, ୨ ବର୍ଷ ପୂର୍ବେ ଯେତେବଳେ ତୁମେ ମୋତେ ପଢ଼ିବା ପାଇଁ କହିଥିଲ, ମୁଁ ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। କିନ୍ତୁ ପରେ ତୁମ କଠିନ ପରିଶ୍ରମ କରୁଥିବାର ଦେଖି ଜଣେ ସୁପର ୱିମେନକୁ ବାହା ହୋଇଥିବା ଭାବିଥିଲି। ନିଜ ଘର, କ୍ୟାରିଅର ଓ ପିଲାଙ୍କୁ ସମ୍ଭାଳିବା ସହ ତୁମେ ଏକ ଷ୍ଟୁଡେଣ୍ଟ ଲାଇଫ୍‌କୁ ଖୁବ୍‌ ଭଲ ଭାବେ ମ୍ୟାନେଜ କରି ପାରିଲ ।

Advertisment

ଆଜି ତୁମ ଗ୍ରାଜୁଏଶନ ଡିଗ୍ରୀ ହାସଲ ଦିନରେ ଭାବୁଛି ମୁଁ ଆଉ କିଛି ପଢ଼ି ପାରିଥିଲେ ଭଲ ହୋଇଥାନ୍ତା। ଫଳରେ ମୁଁ ତୁମ ପାଇଁ କେତେ ଗର୍ବ ଅନୁଭବ କରୁଛି ତାହାକୁ ଭଲ ଭାବେ ଶବ୍ଦରେ ପରିପ୍ରକାଶ କରି ପାରିଥାନ୍ତି। ତୁମକୁ ଅନେକ ଅନେକ ଶୁଭେଚ୍ଛା ଏବଂ ଆଇ ଲଭ୍ ୟୁ ଟିନା ବୋଲି ଲେଖିଛନ୍ତି ଅକ୍ଷୟ କୁମାର ।

ଅକ୍ଷୟ କୁମାରଙ୍କ ପ୍ରେମଭରା ନୋଟ୍‌ ଦେଖି ଟ୍ୱିଙ୍କିଲ ବି ସୁଇଟ୍‌ ରିଆକ୍ସନ ଦେଇଛନ୍ତି । ସେ ପୋଷ୍ଟ କରିଛନ୍ତି, ଭାବୁଛି କାଲି ହିଁ ସବୁ କିଛି ଆରମ୍ଭ କରିଥିଲି। ହେଲେ ଆଜି ଆସି ଗ୍ରାଜୁଏଶନ ଡେ ପହଞ୍ଚି ଗଲାଣି ବିଶ୍ୱାସ ହେଉନି। ସୁନ୍ଦର ଧୁମ୍‌, ସୁନ୍ଦର ଶାଢ଼ି ଓ ମୋ ପରିବାର ମୋ’ ଦିନକୁ ଖୁବ୍‌ ସ୍ପେଶାଲ କରିଦେଇଛନ୍ତି।

ଟ୍ୱିଙ୍କିଲ ଦୁଇ ବର୍ଷ ପୂର୍ବେନିଜ ପୁଅ ଆରବଙ୍କ ସହ ଲଣ୍ଡନର ଏକ ୟୁନିଭରସିଟିରେ ଫିକ୍ସନ ରାଇଟିଙ୍ଗରେ ମାଷ୍ଟର ଡିଗ୍ରୀ ପ୍ରୋଗ୍ରାମରେ ଆଡମିଶନ କରିଥିଲେ । କଠିନ ପରିଶ୍ରମ କରି ଏବେ ସେ ନିଜ ଡିଗ୍ରୀ ହାସଲ କରି ସାରିଛନ୍ତି।

ଜଣେ ଅଭିନେତ୍ରୀ ଭାବେ କ୍ୟାରିଅର ଆରମ୍ଭ କରିଥିବା ଟ୍ୱିଙ୍କିଲ ନିଜ କ୍ୟାରିଅରରେ ସଫଳତା ପାଇ ପାରି ନ ଥିଲେ। ଏହାପରେ ଲେଖାଲେଖିରେ ମନୋନିବେଶ କରି ସେ ଏବେ ଜଣେ ଆଗଧାଡ଼ିର ଲେଖିକା ଭାବେ ନିଜ ପରିଚୟ ସୃଷ୍ଟି କରି ପାରିଛନ୍ତି। 

Akshay Kumar