Advertisment

ଅକ୍ଷୟ କୁମାରଙ୍କ ୱାର୍ଲ୍ଡ ରେକର୍ଡ, ୩ ମିନିଟ୍‌ରେ ୧୮୪ ସେଲ୍ଫି

୩ ମିନିଟ୍ ଭିତରେ ଅକ୍ଷୟ ନିଜ ଫ୍ୟାନ୍‌ଙ୍କ ସହ ୧୮୪ଟି ସେଲ୍ଫି ନେଇ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି।

Akshay kumar

Akshay kumar

Advertisment

ବିିଶ୍ୱ ରେକର୍ଡ ଭାଙ୍ଗିଲେ ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର। ତିଆରି କଲେ ଏକ ନୂଆ ୱାର୍ଲ୍ଡ ରେକର୍ଡ। ୩ ମିନିଟ୍‌ରେ ସର୍ବାଧିକ ସେଲ୍ଫି ନେଇ ଗିନିଜ୍ ୱାର୍ଲ୍ଡ ବୁକ୍‌ରେ କଲେ ନିଜ ନାଁ ସାମିଲ।

Advertisment

ବଲିଉଡର ଖିଲାଡି କୁମାର ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ସେଲ୍ଫି’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏହି ଫିଲ୍ମର ପ୍ରମୋସନ ବେଳେ ସେ କରିଛନ୍ତି ଏକ ନୂଆ ରେକର୍ଡ। ୩ ମିନିଟ୍ ଭିତରେ ଅକ୍ଷୟ ନିଜ ଫ୍ୟାନ୍‌ଙ୍କ ସହ ୧୮୪ଟି ସେଲ୍ଫି ନେଇ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ଏଥିସହ ପୂର୍ବରୁ ଆମେରିକାର ଜେମ୍ସ ସ୍ମିଥଙ୍କ ଥିବା ରେକର୍ଡକୁ ସେ ଭାଙ୍ଗିଛନ୍ତି। ଜେମ୍ସ ତିନି ମିନିଟ୍‌ରେ ୧୬୮ଟି ସେଲ୍ଫି ନେଇଥିଲେ।

ଏଭଳି ରେକର୍ଡ ସୃଷ୍ଟି କରିବା ନେଇ ଅକ୍ଷୟ ନଜ ଇନ୍‌ଷ୍ଟାଗ୍ରାମରେ କହିଛନ୍ତି, ‘ମୁଁ ଏହି ଅଦ୍ଭୁତ ବିଶ୍ୱ ରେକର୍ଡକୁ ଭାଙ୍ଗି ଓ ନିଜ ଫ୍ୟାନ୍‌ମାନଙ୍କ ସହ ସେଲ୍ଫି ନେଇ ନିଜକୁ ବେଶ୍ ଖୁସି ଅନୁଭବ କରୁଛି। ମୁଁ ଏଯାଏଁ ମୋ ଜୀବନରେ ଯାହା ବି ହାସଲ କରିଛି ଏବଂ ଯେଉଁଠି ମୁଁ ଆଜି ଅଛି, ତାହା କେବଳ ମୋ ଫ୍ୟାନ୍‌ମାନଙ୍କ ଭଲ ପାଇବା ଓ ସମର୍ଥନ ଲାଗି ସମ୍ଭବ ହୋଇପାରିଛି। ସେଥିଲାଗି ମୋ ଢ଼ଙ୍ଗରେ ତାଙ୍କୁ ମୁଁ ଏହି ବିଶେଷ ଉପହାର ଦେଇଛି।’

Advertisment

କେବଳ ସେତିକି ନୁହେଁ ଅକ୍ଷୟ କୁମାର ସୋଶାଲ ମିଡିଆରେ ଏକ ଭିଡିଓ ମଧ୍ୟ ଶେଆର କରିଛନ୍ତି। ଏହି ଭିଡିଓରେ ସେ ଜଣଙ୍କ ପରେ ଜଣେ ଫ୍ୟାନ୍‌ଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି। 

ଉଲ୍ଲେଖଯୋଗ୍ୟ, ଅପ୍‌କମିଂ ଫିଲ୍ମ ସେଲ୍ଫିରେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ସହ ଇମ୍ରାନ ହାସମି ଲିଡ୍ ରୋଲ୍‌ରେ ଅଛନ୍ତି। ତାଙ୍କ ଅପୋଜିଟ୍‌ରେ ଡାଇନା ପେଣ୍ଟି ଓ ନୁସରତ ଭରୁଚାଙ୍କୁ ଦେଖିବାକୁ ମିଳିବ। ଆସନ୍ତାକାଲି ଫିଲ୍ମଟି ପରଦାକୁ ଆସିବ। ଏହି ଫିଲ୍ମ ଜରିଆରେ ପ୍ରଥମ କରି ଅକ୍ଷୟ ଓ ଇମ୍ରାନଙ୍କ ଯୋଡିକୁ ଦର୍ଶକ ଦେଖିବାକୁ ପାଇବେ। 

Emraan Hashmi Akshay Kumar Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe