Advertisment

‘ସାର୍‌ ଏବେ ଆପଣ ଆମ ଫିଲ୍‌ଡରେ..ଆମେ କୁଆଡ଼େ ଯିବୁ’ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଏମିତି କହିଲେ ଅକ୍ଷୟ କୁମାର?

‘ସାର୍‌ ଏବେ ଆପଣ ଆମ ଫିଲ୍‌ଡରେ..ଆମେ କୁଆଡ଼େ ଯିବୁ’ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଏମିତି କହିଲେ ଅକ୍ଷୟ କୁମାର?

ଅଦ୍ୟତନ ହୋଇଛି
Akshay Kumar & PM Modi

Akshay Kumar & PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଗରବା ଗୀତକୁ ପ୍ରଶଂସା କରିଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର। ଗୀତ ରଚନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ମଜାଳିଆ ପୋଷ୍ଟ କରିଛନ୍ତି ଅକ୍ଷୟ। ଏଥିସହ ସମସ୍ତଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଏକ୍ସ(ପୂର୍ବର ଟ୍ୱିଟର)ରେ ଏକ ପୋଷ୍ଟ୍ କରି ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାର ଲେଖିଛନ୍ତି, ଖୁବ୍ ସୁନ୍ଦର ନରେନ୍ଦ୍ର ମୋଦିଜୀ। ସାର୍ ଆପଣ ଏବେ ଆମ କ୍ଷେତ୍ର(କଳା)ରେ ବି, ଆମେ କୁଆଡ଼େ ଯିବୁ? ଆପଣଙ୍କୁ ଶୁଭ ନବରାତ୍ରୀ ଏବଂ ସମସ୍ତଙ୍କୁ ଶୁଭ ନବରାତ୍ରୀ ବୋଲି କହିଛନ୍ତି ଅକ୍ଷୟ କୁମାର। ଅକ୍ଷୟଙ୍କ ଏହି ପୋଷ୍ଟକୁ 2 ଲକ୍ଷ 47 ହଜାର ଲାଇକ୍ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ପୋଷ୍ଟଟି ଡିଲିଟ୍ ହୋଇଯାଇଛି। 

Akshay Kumar's Social Media Postଅକ୍ଷୟ କୁମାରଙ୍କ ସୋଶାଲ ମିଡିଆ ପୋଷ୍ଟ

ଗରବା ଉପରେ ଆଧାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଚିତ ସଂଗୀତକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। ଗତକାଲି ଦେବୀ ଦୁର୍ଗାଙ୍କ ଷୋଡଷ ଦିନାତ୍ମକ ପୂଜାର ପ୍ରଥମ ଦିନରେ ମୋଦିଙ୍କ ରଚିତ ଏହି ଗୀତ ରିଲିଜ୍ ହୋଇଛି। ଏହି ଗୀତର ନାମ ‘ମାଡ୍ଡି’ ରଖାଯାଇଛି। 

Advertisment

ଏହି ଗୀତକୁ ମେଲ୍ ଓ ଫିମେଲ୍ ଭର୍ସନ୍‌ରେ ରିଲିଜ କରାଯାଇଛି। ମେଲ୍‌ ଭର୍ସନ୍‌ରେ ଗୀତକୁ ଦିବ୍ୟା କୁମାର ଗାଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମିତ୍‌ ବ୍ରଦସ୍‌ଙ୍କ ଯୋଡ଼ି। ସେହିପରି ଫିମେଲ୍‌ ଭର୍ସନ୍‌ରେ ବଲିଉଡର ଫେମସ୍‌ ସିଙ୍ଗର ଧ୍ୱନୀ ଭାନୁଶାଳୀ ଗାଇଛନ୍ତି। ଏହାର ନାଁ ରହିଛି 'ଗର୍‌ବୋ'। ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି ତନିସ୍କ ବାଗ୍‌ଚୀ। ଏହି ମ୍ୟୁଜିକ୍ ଭିଡିଓରେ ଧ୍ୱନୀ ଭାନୁଶାଳୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। 

ଗରବା ହେଉଛି ଗୁଜରାଟର ପ୍ରସିଦ୍ଧ ନୃତ୍ୟ। ନବରାତ୍ରୀ ସମୟରେ ଏହି ନୃତ୍ୟ ପରିବେଷଣ କରାଯାଏ। ପ୍ରଧାନମନ୍ତ୍ରୀ ମୋଦି ଲେଖିଥିବା ଏହି ଗୀତରେ ଗୁଜରାଟର କଳା, ସଂସ୍କୃତି, ସଭ୍ୟତା ଏବଂ ନବରାତ୍ରୀ ଉତ୍ସବର ଝଲକ ରହିଛି। 

PM Modi Akshay Kumar Garba PM Modi Garba Song Navratri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe