Akshay Kumar
ଦେଶର ନାଁ ଇଣ୍ଡିଆରୁ କେବଳ ଭାରତକୁ ପରିବର୍ତ୍ତନ କରିବା ପାଇଁ ଚାଲିଥିବା ବିବାଦ ମଧ୍ୟରେ ବଦଳିଛି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମର ନାଁ। ମୁକ୍ତିଲାଭ ଅପେକ୍ଷାରେ ଥିବା ତାଙ୍କ ଫିଲ୍ମର ନାଁ ଏବେ ‘ମିସନ ରାଣୀଗଞ୍ଜ: ଦି ଗ୍ରେଟ ଭାରତ ରେସ୍କ୍ୟୁ’ ହୋଇ ଯାଇଛି। ପୂର୍ବରୁ ଏହି ସିନେମାର ନାଁ ‘ମିସନ ରାଣୀଗଞ୍ଜ: ଦି ଗ୍ରେଟ ଇଣ୍ଡିଆନ ରେସ୍କ୍ୟୁ’ ରହିଥିଲା।
ଭାରତ ବନାମ ଇଣ୍ଡିଆକୁ ନେଇ ରାଜନୀତିକ ବୟାନବାଜୀ ଚାଲିଛି। ଶାସକ ଦଳ ବିଜେପି ଦେଶର ନାଁ ଭାରତ ସପକ୍ଷରେ ରହିଛି। ବିରୋଧୀ କିନ୍ତୁ ଭାରତ ସହ ଇଣ୍ଡିଆ ରଖିବାକୁ କହୁଛନ୍ତି।
ଏହି ବାଦବିବାଦ ଭିତରେ ଅକ୍ଷୟ କୁମାରଙ୍କ ଫିଲ୍ମର ନାଁ ବଦଳି ଯାଇଛି। ସିନେମାଟି ପ୍ରକୃତ ଘଟଣାକୁ ନେଇ ନିର୍ମାଣ କରାଯାଇଛି। ରାଣୀଗଞ୍ଜ କୋଇଲା ଖଣି ଭିତରେ କିଛି ଶ୍ରମିକ ଫସି ରହିଥିଲେ।
ଏତିକି ବେଳେ ଦିବଂଗତ ଯଶୱନ୍ତ ସିଂହ ଗିଲ୍ ବେଶ ସାହାସ ଦେଖାଇ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ୧୯୮୯ରେ ଏହି ଘଟଣା ଘଟିଥିବା ବେଳେ ସମସ୍ତଙ୍କୁ ଯଶବନ୍ତ ସିଂହ ଗିଲ ଓ ତାଙ୍କ ଟିମ ସୁରକ୍ଷିତ ଭାବେ ବନ୍ୟା ପ୍ରଭାବିତ କୋଇଲା ଖଣି ଭିତରୁ ଉଦ୍ଧାର କରିଥିଲେ।
ଏସବୁ ଘଟଣାକୁ ନେଇ ଫିଲ୍ମକୁ ନିର୍ମାଣ କରାଯାଇଛି। ସିନେମାରେ ଅକ୍ଷୟ କୁମାର, ପରିଣୀତି ଚୋପ୍ରା, କୁମୁଦ ମିଶ୍ରା, ପବନ ମାଲହୋତ୍ରା, ରବି କିଶନ ପ୍ରମୁଖ ରହିଛନ୍ତି।
ସିନେମାର ମୋସନ ପିକଚର ରିଲିଜ ହୋଇଥିବା ବେଳେ ଆସନ୍ତାକାଲି ଏହାର ଟିଜର ଜାରି କରାଯିବ। ସିନେମାଟି ଅକ୍ଟୋବର ୬ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1694014213.jpg)