Advertisment

ବ୍ୟାରିକେଡ୍ ଡେଇଁ ଅକ୍ଷୟଙ୍କୁ ମିଶିବାକୁ ଯାଉଥିବା ଫ୍ୟାନ୍‌ଙ୍କୁ ଧକ୍କା ମରିଲେ ବଡିଗାର୍ଡ

ସୁରକ୍ଷାକର୍ମୀଙ୍କ ଫ୍ୟାନ୍‌ଙ୍କ ପ୍ରତି ଏଭଳି ବ୍ୟବହାର ସହି ପାରିନଥିଲେ ଖିଲାଡି ବୟ। ସଙ୍ଗେ ସଙ୍ଗେ ଯାଇ ସେ ନିଜ ଫ୍ୟାନ୍‌ଙ୍କୁ ତଳୁ ଉଠାଇ ଆଲିଙ୍ଗନ କରିନେଇଥିଲେ।

ଅଦ୍ୟତନ ହୋଇଛି
Akshay Kumar

Akshay Kumar

Advertisment

ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର। ତାଙ୍କ ଫ୍ୟାନ୍ ଫଲୋଇଂ ଢ଼େର ଅଧିକା। ସେ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ସେଲ୍ଫି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ଜୋର୍‌ସୋର୍‌ରେ ପ୍ରମୋସନ କରିବାରେ ଲାଗିପଡିଛନ୍ତି ଅକ୍ଷୟ କୁମାର। ନିକଟରେ ଅଭିନେତ ଇମ୍ରାନ ହାସ୍‌ମିଙ୍କ ସହ ମୁମ୍ବାଇ ମେଟ୍ରୋ ଟ୍ରେନ୍‌ରେ ଅକ୍ଷୟ କୁମାର ଯାତ୍ରା କରୁଥିବା ଦେଖିବାକୁ ମିିଳିଥିଲା। ଏହାପରେ ସେ ଫିଲ୍ମର ପ୍ରମୋସନ ପାଇଁ ମୁମ୍ବାଇର ଏକ ଇଭେଣ୍ଟରେ ଯୋଗ ଦେଇଥିଲେ।  

Advertisment

ଏହି ସମୟରେ ଅକ୍ଷୟ ଓ ଇମ୍ରାନଙ୍କୁ ଦେଖିବା ପାଇଁ ଜମିଥିଲା ପ୍ରବଳ ଭିଡ। ଏହାରି ଭିତରେ ଅକ୍ଷୟଙ୍କ ଜଣେ ଡାଏ ହାର୍ଡ ଫ୍ୟାନ୍ ବ୍ୟାରିକେଡ୍ ଡେଇଁ ଅକ୍ଷୟଙ୍କୁ ମିଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ  ସେଠାରେ ଥିବା ସୁରକ୍ଷାକର୍ମୀମାନେ ଉକ୍ତ ଫ୍ୟାନ୍‌ଙ୍କୁ ଧକ୍କା ଦେଇ ତ‌ଳେ ପକାଇ ଦେଇଥିଲେ।

ତେବେ ସୁରକ୍ଷାକର୍ମୀଙ୍କ ଫ୍ୟାନ୍‌ଙ୍କ ପ୍ରତି ଏଭଳି ବ୍ୟବହାର ସହି ପାରିନଥିଲେ ଖିଲାଡି ବୟ। ସଙ୍ଗେ ସଙ୍ଗେ ଯାଇ ସେ ନିଜ ଫ୍ୟାନ୍‌ଙ୍କୁ ତଳୁ ଉଠାଇ ଆଲିଙ୍ଗନ କରିନେଇଥିଲେ। ଅକ୍ଷୟ କୁମାରଙ୍କ ଏହି ଉଦାରତର ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

Advertisment

 

ଫ୍ୟାନ୍‌ଙ୍କ ପ୍ରତି ଅକ୍ଷୟଙ୍କ କୁମାର ଏଭଳି ଭଲପାଇବା ଦେଖି ସାଧାରଣ ଜନତା ଖୁସି ହୋଇ ଉଠିଛନ୍ତି। ଚାରିଆଡେ ଏବେ ଅକ୍ଷୟ କୁମାରଙ୍କ ଏହି ଉଦାରତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ମୁମ୍ବାଇ ମେଟ୍ରୋରେ ଯାତ୍ରା କରିବା ବେଳେ ଅକ୍ଷୟ ଓ ଇମ୍ରାନ ନିଜ ଫ୍ୟାନ୍‌ମାନଙ୍କୁ ସରପ୍ରାଇଜ ଦେଇଥିଲେ। ସେ ନିଜ ଫ୍ୟାନ୍‌ମାନଙ୍କ ସହ ମିଶି ଡ୍ୟାନ୍ସ ମଧ୍ୟ କରିଥିଲେ।  

ଅକ୍ଷୟ କୁମାର ଓ ଇମ୍ରାନ ହାସମିଙ୍କ ଅପ୍‌କମିଂ ଫିଲ୍ମ ସେଲ୍ଫି ଆସନ୍ତା ଫେବ୍ରୁଆରୀ ୨୪ରେ ପରଦାକୁ ଆସିବ। ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଅକ୍ଷୟ ଓ ଇମ୍ରାନଙ୍କ ବ୍ୟତୀତ ନୁସରତ ଭରୁଚା ଏବଂ ଡାଇନା ପେଣ୍ଟି ଅଛନ୍ତି। ପ୍ରଥମଥର ପାଇଁ ଏହି ଫିଲ୍ମ ଜରିଆରେ ଇମ୍ରାନ ଓ ଅକ୍ଷୟ ଏକାଠି ନଜର ଆସିଛନ୍ତି। 

Emraan Hashmi Akshay Kumar Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe