Advertisment

ଖିଲାଡି ଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ

ମୁମ୍ବାଇ: ବଲିଉଡର ପିଛା ଛାଡୁନି କରୋନା। ଏହି ମହାମାରୀ କବଳରେ ପୁଣି ଜଣେ ଅଭିନେତା ପଡିଛନ୍ତି।  କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ଏନେଇ ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ସୂଚନା ଦେଇଛନ୍ତି। ଏବେ ସେ ହୋମ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। କୋଭିଡର ସବୁ ପ୍ରଟୋକଲ ପାଳନ କରୁଥିବା ସେ କହିଛନ୍ତି। ଏଥିସହ ଗତ କିଛି ଦିନ ମଧ୍ୟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କୋଭିଡ ଟେଷ୍ଟ କରାଇବା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଖିଲାଡି ଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ

Akshya kumar

ମୁମ୍ବାଇ: ବଲିଉଡର ପିଛା ଛାଡୁନି କରୋନା। ଏହି ମହାମାରୀ କବଳରେ ପୁଣି ଜଣେ ଅଭିନେତା ପଡିଛନ୍ତି।  କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ଏନେଇ ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ସୂଚନା ଦେଇଛନ୍ତି।

Advertisment

ଏବେ ସେ ହୋମ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। କୋଭିଡର ସବୁ ପ୍ରଟୋକଲ ପାଳନ କରୁଥିବା ସେ କହିଛନ୍ତି। ଏଥିସହ ଗତ କିଛି ଦିନ ମଧ୍ୟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କୋଭିଡ ଟେଷ୍ଟ କରାଇବା ପାଇଁ ଅକ୍ଷୟ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ ତାଙ୍କ ଅପକମିଂ ଫିଲ୍ମ `ରାମସେତୁ'ର ଶୁଟିଂ ପାଇଁ ଅକ୍ଷୟ କୁମାର ଅଯୋଧ୍ୟା ଯାଇଥିଲେ। ତାଙ୍କ ସହ ଅଭିନେତ୍ରୀ ନୁସରତ ଭରୁଚା ଓ ଜ୍ୟାକ୍‌ଲିନ ଥିଲେ। ଏନେଇ ଏକ ଫଟୋ ମଧ୍ୟ ଶେଆର କରିଥିଲେ ଅକ୍ଷୟ।

Advertisment

ଅକ୍ଷୟ କୁମାରଙ୍କ ପୂର୍ବରୁ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ, କାର୍ତ୍ତିକ ଆର୍ଯ୍ୟନ, ଫାତିମା ସନା ଶେଖ, ଆମୀର ଖାନ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି।

Bollywood