Advertisment

କରୋନାରେ ଆକ୍ରାନ୍ତ ହେଲେ ଅକ୍ଷୟ କୁମାର

ଅକ୍ଷୟ କୁମାର ଏହା ପୂର୍ବ ୨୦୨୧ ଏପ୍ରିଲ ଓ ୨୦୨୨ ମେ’ ମାସରେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲା। ଏପରି କି ତାଙ୍କୁ ପ୍ରଥମଥର କରୋନା ଭାଇରସ ଆଟାକ କରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Akshay Kumar

Akshay Kumar

Advertisment

ବଲିଉଡ ଅଭିନେତା ଅକ୍ଷୟ କୁମାର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବାରୁ ସେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବାହାଘର ପାର୍ଟିରେ ଯୋଗ ଦେଇ ପାରି ନାହାନ୍ତି।

Advertisment

ଦେଶରେ ମହାମାରୀ କରୋନା ଏଣ୍ଡେମିକ ସ୍ଥିତିରେ ଥିବା ବେଳେ ଅକ୍ଷୟ କୁମାରଙ୍କ ଭଳି ଜଣେ ଫିଟ ଲୋକ ଏଥିରେ ସଂକ୍ରମିତ ହେବା ସମସ୍ତଙ୍କୁ ଚିକିତ କରିଛି। ସେହିପରି ଅକ୍ଷୟ କୁମାର ତୃତୀୟ ଥର ପାଇଁ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।

ଅକ୍ଷୟ କୁମାର ବର୍ତ୍ତମାନ ନିଜର ଫିଲ୍ମ ସରଫିରାର ପ୍ରମୋସନରେ ବ୍ୟସ୍ତ ରହିଥିଲେ। ଏହି ସମୟରେ ତାଙ୍କର ବିଭିନ୍ନ ପ୍ରକାରର କରୋନା ଲକ୍ଷଣ ସବୁ ଦେଖା ଯାଇଥିଲା। ଏଥିଯୋଗୁ ସେ ନିଜର ଟେଷ୍ଟ କରାଇଥିଲେ।

Advertisment

ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ନିଜ ଫିଲ୍ମର ପ୍ରମୋସନ ମଧ୍ୟ ବନ୍ଦ କରିଦେଇଛନ୍ତି। ଅକ୍ଷୟ କୁମାରଙ୍କ ସହ ତାଙ୍କ ପ୍ରମୋସନ ଟିମର ଏକାଧିକ ସଦସ୍ୟ କରୋନା ଭାଇରାସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଅକ୍ଷୟ କୁମାର ଏହା ପୂର୍ବ ୨୦୨୧ ଏପ୍ରିଲ ଓ ୨୦୨୨ ମେ’ ମାସରେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲା। ଏପରି କି ତାଙ୍କୁ ପ୍ରଥମଥର କରୋନା ଭାଇରସ ଆଟାକ କରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

୨୦୨୨ରେ ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହେବାରୁ କାନସ ଫିଲ୍ମ ଫେଷ୍ଟିଭାଲର ଇଣ୍ଡିଆ ପ୍ୟାଭିଲିୟନକୁ ଯାଇ ନଥିଲେ।

Coronavirus COVID-19 Akshay Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe