Advertisment

ଭୋଟ୍ ଦେଲେ ବି-ଟାଉନ୍‌ ଷ୍ଟାର୍‌

ବଲିଉଡର ବର୍ଷିଆନ୍‌ ଅଭିନେତା ପରେଶ ରାଓ୍ୱଲ ଲୋକଙ୍କୁ ଭୋଟ୍‌ ଦେବା ପାଇଁ ଅପିଲ କରିଛନ୍ତି। ଏଥିସହ ଯେଉଁମାନେ ଭୋଟ୍‌ ଦେଉନାହାନ୍ତି, ସେମାନଙ୍କ ଉପରେ ସରକାର ଟ୍ୟାକ୍ସ ଲାଗୁ କରିବା ଉଚିତ ବୋଲି କହିଛନ୍ତି।

Akshay, Janvi and Rajkuamr

Akshay, Janvi and Rajkuamr

Advertisment

ଭୋଟ୍‌ ଦେଲା ପୂରା ବଲିଉଡ। ଲୋକସଭା ନିର୍ବାଚନର ପଞ୍ଚୟ ପର୍ଯ୍ୟାୟ ଭୋଟିଂ ଜାରି ରହିଛି। ମୁମ୍ବାଇରେ ଭୋଟିଂ ଚାଲିଛି। ଏଥିରେ ବି-ଟାଉନର ବଡ ବଡ ଷ୍ଟାର୍‌ମାନେ ଲାଇନ୍‌ରେ ଠିଆ ହୋଇ ନିଜ ନିଜ ମତାଦନ ସାବ୍ୟସ୍ତ କରିଛନ୍ତି।

Advertisment

ପ୍ରଥମ ଥର ପାଇଁ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ଚଳିତ ବର୍ଷ ଭୋଟ୍‌ ଦେଇଛନ୍ତି। ତାଙ୍କୁ ଭାରତର ନାଗରିକତା ମିଳିବା ପରେ ସେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ଭୋଟ୍‌ ଦେବା ପରେ ଅକ୍ଷୟ କହିଛନ୍ତି, 'ମୁଁ ଚାହୁଁଛି ମୋର ଭାରତ ବିକଶିତ ଏବଂ ଶକ୍ତିଶାଳୀ ହେଉ। ଏହାକୁ ଦୃଷ୍ଟିରେ ରଖି ମୁଁ ଭୋଟ୍ ଦେଇଛି।ଭାରତ ପାଇଁ ଯାହାକୁ ଠିକ୍ ଲାଗୁଛି, ସେ ଭୋଟ୍ ଦେବା ଉଚିତ୍ ... ମୁଁ ଭାବୁଛି ଭୋଟ୍ ପ୍ରତିଶତ ଭଲ ହେବ।'

Advertisment

ସେହିପରି ରାଜକୁମାର ରାଓ ଠାରୁ ଆରମ୍ଭ କରି ଜାନଭୀ କପୁର, ଫରହାନ ଅଖତର, ସାନ୍ୟା ମଲହୋତ୍ରା ପର୍ଯ୍ୟନ୍ତ ସମସ୍ତେ ଭୋଟ୍ ଦେଉଥିବାର ନଜର ଆସିଛନ୍ତି। ଫରାହାନ ଅଖତର ନିଜ ପରିବାର ସହ ମିଶି ମୁମ୍ବାଇ ବାନ୍ଦ୍ରା ସ୍ଥିତ ମାଉଣ୍ଟ ମେରୀ କନ୍‌ଭେଣ୍ଟ ସ୍କୁଲରେ ଭୋଟ୍‌ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସେହିପରି ସାହିଦ କପୁର ମଧ୍ୟ ଭୋଟ୍‌ ଦେବା ପରେ ସେଲ୍ଫି ଉଠାଇ ସୋଶାଲ ମିଡିଆରେ ସେୟାର କରିଛନ୍ତି। ଅନ୍ୟପଟେ ବଲିଉଡର ବର୍ଷିଆନ୍‌ ଅଭିନେତା ପରେଶ ରାଓ୍ୱଲ ମଧ୍ୟ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ କେବଳ ୫ ବର୍ଷ ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆଗାମୀ ୫୦ ବର୍ଷରେ ଦେଶର ବିକାଶ ପାଇଁ ଭୋଟ୍ ଦେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଯେଉଁମାନେ ଭୋଟ୍‌ ଦେଉ ନାହାନ୍ତି ସେମାନଙ୍କ ଉପରେ ସରକାର ଟ୍ୟାକ୍ସ ଲାଗୁ କରିବା ଉଚିତ ବୋଲି ସେ କହିଛନ୍ତି।

ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ସକାଳ ୭ଟାରୁ ଚାଲିଛି ମତଦାନ। ଏହି ପର୍ଯ୍ୟାୟରେ ମୋଟ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ବିହାରର ୫ ଆସନ, ଜମ୍ମୁ ଓ କଶ୍ମୀରର ୧, ଝାଡଖଣ୍ଡର ୩, ଲଦାଖର ୧, ମହାରାଷ୍ଟ୍ରର ୧୩, ଉତ୍ତରପ୍ରଦେଶର ୧୪ ଆସନ, ପଶ୍ଚିମବଙ୍ଗର ୭ ଆସନ ସମେତ ଓଡିଶାର ୫ ଆସନରେ ଭୋଟିଂ ଚାଲିଛି।

Bollywood Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe